ଗାଡ଼ିରୁ ନାଲିବତୀ ଓହ୍ଲାଇବା ପ୍ରସଙ୍ଗ ପଦାଧିକାରୀଙ୍କ ସାମାଜିକ ଗୁରୁତ୍ୱ ହ୍ରାସ ଆଶଙ୍କା

ବାଲେଶ୍ୱର, ୨୦/୪ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ କମିଟିର ଗାଡ଼ିରୁ ନାଲିବତୀ ଖୋଲିବାକୁ ନଷ୍ପତିକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ନାଲିବତୀର ଅପବ୍ୟହାରକୁ ନେଇ ମାନ୍ୟବର ଉଚ୍ଚତମ ନ୍ୟାୟାଳୟର ଉଦ୍ ବେଗ ପରେ କେନ୍ଦ୍ର କ୍ୟାବିନେଟ୍ କରିଥିବା ଏହି ନିଷ୍ପତିକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ତେବେ ଏନେଇ ବିଧିବଦ୍ଧ ନିର୍ଦ୍ଦେଶ ଆସିବା ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜ ଗାଡ଼ିରୁ ନାଲିବତୀ ଓହ୍ଲାଇବା ସହ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ନାଲିବତୀ ଖୋଲିବା ଉପକ୍ରମ ହୋଇଛି। ଏହା ବ୍ୟତୀତ ପଦସ୍ଥ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ବ୍ୟବହାର କରୁଥିବା ଗାଡ଼ିରୁ ନାଲିବତୀ ଓହ୍ଲାଇବା ଆରମ୍ଭ କଲେଣି ଦୃଶ୍ୟ ହୋଇଛି। ତେବେ…

"ଗାଡ଼ିରୁ ନାଲିବତୀ ଓହ୍ଲାଇବା ପ୍ରସଙ୍ଗ ପଦାଧିକାରୀଙ୍କ ସାମାଜିକ ଗୁରୁତ୍ୱ ହ୍ରାସ ଆଶଙ୍କା"

‘ହେଲଦି ଲାଇଫ’ର ମାନସିକ ବିକାଶ ଶିବିର ଉଦଯାପିତ

ବାଲେଶ୍ୱର, ୧୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଇନଷ୍ଟିଚ୍ୟୁଟ୍ ଅଫ୍ ନେଚର କିୟୋର ଏଣ୍ଡ ଯୌଗିକ ସାଇନ୍ସ ‘ହେଲଦି ଲାଇଫ୍ ’ ପକ୍ଷରୁ ଗତ ୬ ତାରିଖରୁ ଚାଲିଥିବା ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ଶିବିର ଉଦ୍ ଯାପିତ ହୋଇଯାଇଛି। ସମାଜସେବୀ ସୁବାସିନୀ ଜେନା ଏହି ଉଦ୍ ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ନେଇ ହେଲଦି ଲାଇଫ୍ ର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ବିକାଶରେ ଏହି ଶିବିର ବେଶ ସହାୟକ ହୋଇ ପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ। ପ୍ରତିଭାଶ୍ରୀର ମୁଖ୍ୟ କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାଧୁବାଦ…

"‘ହେଲଦି ଲାଇଫ’ର ମାନସିକ ବିକାଶ ଶିବିର ଉଦଯାପିତ"

ବାଲେଶ୍ୱରରୁ ସଂଗ୍ରାମୀ ଦାୟଦ ସୁଜାତା ପଣ୍ଡାଙ୍କ ଜୟପୁର ଯାତ୍ରା

ବାଲେଶ୍ୱର, ୧୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ପାଇକ ବିଦ୍ରୋହର ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଦାୟଦ ଭାବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇ ଭୁଲକ୍ରମେ ବାଲେଶ୍ୱର ପଳାଇ ଆସିଥିବା ଜୟପୁରର ମହିଳା ସୁଜାତା ପଣ୍ଡାଙ୍କୁ ତାଙ୍କ ଘରେ ଛାଡ଼ିବାକୁ ପ୍ରଶାସନ ପଦକ୍ଷେପ ନେଇଛି। ଆଜି ପୂର୍ବାହ୍ନରେ ସାମାଜିକ ଅଧିକାରୀ କମଳାକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀମତୀ ପଣ୍ଡାଙ୍କୁ ନେଇ ଏକ ସ୍ୱତନ୍ତ୍ର ଗାଡ଼ି ବାଲେଶ୍ୱରରୁ ଜୟପୁର ଯାତ୍ରା କରିଛି। ଶ୍ରୀ ବେହେରାଙ୍କ ସମେତ ଜଣେ ମହିଳା ପୁଲିସ ମଧ୍ୟ ତାଙ୍କ ସହ ଯାଇଛନ୍ତି। ସେ ବାଲେଶ୍ୱରରେ ଦୁଇ ରାତି ବେଶ ଶାନ୍ତିରେ ବିତାଇଥିବା ବେଳେ ନାରୀ ସଂଘର କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଯାତ୍ରାବେଳେ ଅତିରିକ୍ତ…

"ବାଲେଶ୍ୱରରୁ ସଂଗ୍ରାମୀ ଦାୟଦ ସୁଜାତା ପଣ୍ଡାଙ୍କ ଜୟପୁର ଯାତ୍ରା"

‘ରୋଜଭେଲି’ କ୍ଷତିଗ୍ରସ୍ତ ଜମାକାରୀ ଚିହ୍ନଟ ପାଇଁ ତତ୍ପରତା କ୍ଷେତ୍ର ତଦନ୍ତକାରୀ ଟିମ୍ କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ

ବାଲେଶ୍ୱର, ୧୯/୪ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବେଆଇନ୍ ଅର୍ଥ ଲଗାଣକାରୀ ସଂସ୍ଥା ‘ରୋଜଭେଲି’ ଜମାକାରୀଙ୍କୁ ଚିହ୍ନଟ ନିମନ୍ତେ କ୍ଷେତ୍ର ତଦନ୍ତକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସହରର ଗାନ୍ଧୀସ୍ମୃତି ଭବନ ପରିସରରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇିଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ମଥ କୁମାର ପାଣି ଏଥିରେ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷ କରି ବେଆଇନ୍ ଅର୍ଥ ଲଗାଣକାରୀ ସଂସ୍ଥାଙ୍କ ଅଧିକ ସୁଧ ପ୍ରଦାନର ମିଥ୍ୟା ପ୍ରତିଶ୍ରୁତିରେ କ୍ଷତିଗ୍ରସ୍ତ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ କରିବା ସମ୍ପ୍ରତି ଏକ ସମସ୍ୟା ହୋଇଥିବା ସେ କହିଥିଲେ। ସରକାରଙ୍କ ପକ୍ଷରୁ ଜମା ଅର୍ଥ ଫେରସ୍ତ…

"‘ରୋଜଭେଲି’ କ୍ଷତିଗ୍ରସ୍ତ ଜମାକାରୀ ଚିହ୍ନଟ ପାଇଁ ତତ୍ପରତା କ୍ଷେତ୍ର ତଦନ୍ତକାରୀ ଟିମ୍ କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ"

ଜିଲାର ୭ଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ

ବାଲେଶ୍ୱର, ୧୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବାଲେଶ୍ୱର ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ପ୍ରଚେଷ୍ଟା ଯୋଗୁଁ ଜିଲାର ବିଭିନ୍ନ ବ୍ଲକରେ ୭ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳଛି। ନାବାର୍ଡ଼ ପକ୍ଷରୁ ସହାୟତାରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକୁ ରାଜ୍ୟ ସରକାରଙ୍କଠାରୁ ପ୍ରଶାସନିକ ଅନୁମୋଦନ ମିଳିଛି। ଖୁବ ଶୀଘ୍ର ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାରମ୍ଭ ହେବାର ସମ୍ଭାବନା ଉଦ୍‍ଜୀବିତ ହୋଇଛି। ପ୍ରାୟ ୧୨ କୋଟି ଟଙ୍କା ନିର୍ମିତ ହେବାକୁ ଥିବା ଏହି ପାନୀୟ ଜଳ ପ୍ରକଳ୍ପ ହେଲେ ଜିଲାର ଅଧିକାଂଶ ଅଞ୍ଚଳରେ ପାନୀୟ ଜଳର ସମସ୍ୟାର ସମାଧାନ ହୋଇପାରିବ। ସାଂସଦ ଶ୍ରୀ ଜେନା ଏହି ପ୍ରକଳ୍ପଗୁଡ଼ିକ ପାଇଁ ନାବାର୍ଡ଼ ସହିତ ଯୋଗାଯୋଗ କରିବା ସହିତ ପ୍ରକଳ୍ପ…

"ଜିଲାର ୭ଟି ପାନୀୟ ଜଳ ପ୍ରକଳ୍ପ ଅନୁମୋଦିତ"

ବାଙ୍କତୀରା ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି ଗଠିତ

ବାଲେଶ୍ୱର, ୧୯/୪(ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବୁଢ଼ାବଳଙ୍ଗ ନଦୀର ବାଙ୍କତୀରା ଜଳସେଚନ ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ସହ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ପକ୍ଷରୁ ବେଶ ସନ୍ତୋଷ ପ୍ରକାଶ ପାଇଛି। ସଂଗଠନର ଦୀର୍ଘଦିନର ଦାବି ପରେ ଏହି ପ୍ରକଳ୍ପକୁ ଜୀବନ୍ୟାସ ମିଳିବାକୁ ଯାଉଥିବା ବେଳେ ପ୍ରକଳ୍ପର ସଫଳ ରୂପାୟନ ଓ କାର୍ଯ୍ୟର ଗୁଣାତ୍ମକମାନ ବଜାୟ ରଖିବା ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଆଜି ଏକ ସ୍ୱତନ୍ତ୍ର ବୈଠକ ସହରର ଉଠା ଜଳସେଚନ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି କୃଷକ ନେତା ଶୁଭଙ୍କର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା…

"ବାଙ୍କତୀରା ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି ଗଠିତ"

ଜିଲ୍ଲାସ୍ତରୀୟ ସମନ୍ୱୟ ଏବଂ ମନିଟରିଂ କମିଟି ବୈଠକ ସରକାରୀ ଜମି ଜବରଦଖଲ ମୁକ୍ତ ଉପରେ ଗୁରୁତ୍ୱ

ବାଲେଶ୍ୱର, ୧୯/୪ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଜିଲ୍ଲାସ୍ତରୀୟ ସମନ୍ୱୟ ଏବଂ ମନିଟରିଂ କମିଟି (ଦିସା)ର ଏକ ବୈଠକ ଜିଲ୍ଲା ପରିଷଦ ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବିଶେଷ କରି ରେମୁଣା ବ୍ଲକ ପତ୍ରିପାଳରେ ଫ୍ଲୋରାଇଡ଼ ମିଶ୍ରିତ ପାନୀୟ ଜଳ ସମସ୍ୟାର ସ୍ଥାୟୀ ପ୍ରତିକାହ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇ ଆକସନ ପ୍ଲାନ ପ୍ରସ୍ତୁତ ହୋଇଥିବା ବେଳେ ସାଂସଦଙ୍କ ପାଣ୍ଠିରୁ ସହାୟତା ଦିଆଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ସାମାଜିକ ଅର୍ଥ…

"ଜିଲ୍ଲାସ୍ତରୀୟ ସମନ୍ୱୟ ଏବଂ ମନିଟରିଂ କମିଟି ବୈଠକ ସରକାରୀ ଜମି ଜବରଦଖଲ ମୁକ୍ତ ଉପରେ ଗୁରୁତ୍ୱ"

କେନ୍ଦ୍ର ସରକାରଙ୍କ ଓକିଲ କ୍ଷମତା ସଂକୋଚନ ଉଦ୍ୟମ! ଜିଲ୍ଲା ବାର ଆସୋସିଏସନର ବିକ୍ଷୋଭ

ବାଲେଶ୍ୱର, ୨୧/୪ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ଶ୍ରମ ଓ ଭୂ-ଅଧିଗ୍ରହଣ ଆଇନ୍ ସଂଶୋଧନ ପରେ ଏବେ କେନ୍ଦ୍ର ସରକାରଙ୍କ ଆଡଭୋକେଟ୍ ଆକ୍ଟ ସଂଶୋଧନ ଆଳରେ ଓକିଲଙ୍କ କ୍ଷମତା ସଂକୁଚିତ ଉଦ୍ୟମକୁ ସମଗ୍ର ଦେଶରେ ଆରମ୍ଭ ହୋଇଛି ବିରୋଧ। ସଂଶୋଧନ ଆଧାରରେ ଆଇନଜୀବୀଙ୍କ କ୍ଷମତା ଅପସାରଣ ପାଇଁ କେନ୍ଦ୍ର ଆଇନ୍ ଆୟୁକ୍ତ କରିଥିବା ସୁପାରିଶର ପ୍ରତିବାଦରେ ଆଜି ସାରା ରାଜ୍ୟର ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ କୋର୍ଟ ବର୍ଜନ ସହିତ ବିକ୍ଷୋଭ ପ୍ରଦର୍ଶିର୍ତ ହୋଇଥିଲା।। ଜିଲ୍ଲା ଓକିଲ ସଂଘର ସଭାପତି ନିରଂଜନ ପଣ୍ଡା ଓ ସମ୍ପାଦକ ମନୋଜ ନାୟକଙ୍କ ନେତୃତ୍ୱରେ ଶତାଧିକ ଓକିଲ ସଦର ମହକୁମାର ବିଭିନ୍ନ କୋର୍ଟ ସମ୍ମୁଖରେ…

"କେନ୍ଦ୍ର ସରକାରଙ୍କ ଓକିଲ କ୍ଷମତା ସଂକୋଚନ ଉଦ୍ୟମ! ଜିଲ୍ଲା ବାର ଆସୋସିଏସନର ବିକ୍ଷୋଭ"

‘ଏସଆରକେ ୟୁନଭର୍ସ’ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, ୨୦/୪ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି):ସାମାଜିକ ଅନୁଷ୍ଠାନ ‘ଏସଆରକେ ୟୁନଭର୍ସ’ ବାଲେଶ୍ୱର ଶାଖା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ରକ୍ତ ଭଣ୍ଡାରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଟ୍ରାଫିକ୍ ଥାନା ସବ-ଇନ୍ ସ୍ପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିବା ସହିତ ଅନୁଷ୍ଠାନର ଲୋକଭିମୁଖୀ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ‘ଏସଆରକେ ୟୁନଭର୍ସ’ ଭଳି ଅନୁଷ୍ଠାନଙ୍କ ପାଇଁ ସମ୍ପ୍ରତି ବାଲେଶ୍ୱର ସମେତ ଓଡ଼ିଶାରେ ରକ୍ତର ଅଭାବ ପୂରଣ ହୋଇପାରିଛି ବୋଲି ଶ୍ରୀ ରଣସିଂହ ମତ ପ୍ରକାଶ କରିଥିଲେ। ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବହୁ ଯୁବକ ଯୁବତୀ ରକ୍ତ ଦାନ କରିଥିଲେ।…

"‘ଏସଆରକେ ୟୁନଭର୍ସ’ ପକ୍ଷରୁ ରକ୍ତଦାନ ଶିବିର"

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡାଦେଶ

ବାଲେଶ୍ୱର, ୨୪/୪ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି): ବଧୂହତ୍ୟା ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତ ସ୍ୱାମୀ ରଙ୍ଗାଧର ଓରଫ୍ ମହେଶ୍ୱର ନାୟକଙ୍କୁ ଆଜୀବନ ଜେଲ୍ ଓ ଜରିମାନାରେ ଦଣ୍ଡିତ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବିଷ୍ଣୁପୁର ଅଞ୍ଚଳର ଶରତ ଚନ୍ଦ୍ର ମହାନ୍ତିଙ୍କ କନ୍ୟା ଅବନ୍ତି ସହ ୨୦୦୭ ମସିହାରେ ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ଗ୍ରାମର ରତ୍ନାକର ନାୟକଙ୍କ ପୁଅ ମହେଶ୍ୱର ନାୟକଙ୍କର ବିବାହ ହୋଇଥିଲା। ବିଭାଘରର କିଛିଦିନ ନ ଯାଉଣୁ ଅଧିକ ଯୌତୁକ ଦାବି ସହ ସ୍ୱାମୀ ମହେଶ୍ୱରଙ୍କ ସମେତ ପରିବାର ଲୋକେ ଅବନ୍ତିଙ୍କ ଉପରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଆରମ୍ଭ କରି ଦେଇଥିଲେ।…

"ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡାଦେଶ"