Home Top News ରେଳ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା

ରେଳ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା

91

ଭୁବନେଶ୍ବର ୨-୬ (ଓଡ଼ିଆ ପୁଅ) : ବାଲେଶ୍ବର ଜିଲ୍ଲାର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଧାରଣାଚ୍ୟୁତ ହେବା ସହ ବାଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ ଟ୍ରେନ ସହ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ଏହି ଭୟାବହ ରେଳ ଦୁର୍ଘଟଣାରେ ଧୀରେଧୀରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫୦ ପହଁଚିଥିବା ଆଶଂକା କରାଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ଏନ୍‌ଡ଼ିଆର୍ଏଫ ସମେତ ବାୟୁସେନା ନିୟୋଜିତ ଥିବା ସୂଚନା ଦେଇଛନ୍ତି କେନ୍ତ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହା ବ୍ୟତୀତ ରେଳ ଦୁର୍ଘଟଣା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ। ଏହାଛଡ଼ା ଆହତ ଯାତ୍ରୀଙ୍କ ଲାଗି ୫୦ ହଜାର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି।

ଅପରପକ୍ଷରେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆରସି କଣ୍ଟ୍ରୋଲ ରୁମ୍‌ରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଆସନ୍ତାକାଲି ସକାଳେ ଦୁର୍ଘଟଣା ସ୍ଥଳକୁ ମୁଖ୍ୟମନ୍ତ୍ରୀ ଯିବେ ବୋଲି ଜଣାପଡ଼ିଛି।

ତେବେ ବାଲେଶ୍ୱର ଟ୍ରେନ ଦୁର୍ଘଟଣାକୁ ନେଇ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟରେ ଶହେରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇ ଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୩୦୦ରୁ ଅଧିକ ଆହତ ବ୍ୟକ୍ତି ପହଞ୍ଚିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.