Home ଜିଲ୍ଲା ପରିକ୍ରମା ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଅସନ୍ତୋଷ

ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଅସନ୍ତୋଷ

16

ବାଲେଶ୍ୱର, ୭ା୧ (ଓଡ଼ିଆ ପୁଅ/ଅଭୟ ଦାସ) : କୋର୍ଟରେ ମାମଲା ବିଚାରଧୀନ ଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ରକୁ ରାସ୍ତା ନେବା ଆଳରେ ପ୍ରଶାସନ ପକ୍ଷରୁ ଇସମନଗର ଅଞ୍ଚଳର ଜୈନିକ ବ୍ୟକ୍ତିଙ୍କ ଗୃହକୁ ଭାଙ୍ଗିଦେଇଥିବା ସେ ଅଭିଯୋଗ କରିଛନ୍ତି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆଇଟିଆଛକସ୍ଥିତ ଇସମନଗରେ ପଦ୍ମିନୀ ମହାନ୍ତି ସ୍ୱାମୀ ଯଦୁନାଥ ମହାନ୍ତି ୧୯୭୯ ମସିହାରେ ଏଠାରେ ଜାଗା କିଣି ଏଥିରେ ବସବାସ କରିଆସୁଥିଲେ। ମାତ୍ର ଉକ୍ତ ମୌଜାର କେତେକ ବ୍ୟକ୍ତି ତାଙ୍କ ସହ ଶତ୍ରୁତା ଆଚରଣ କରିବା ଯୋଗୁଁ ଶ୍ରୀମତୀ ମହାନ୍ତି ସେମାନଙ୍କ ବିରୋଧରେ କୋର୍ଟରେ କରିଥିବା ଦେୱାନୀ ମାମଲା ଏବେ ବିଚାରଧୀନ ଅଛି। ଜମିବାଡ଼ିକୁ ମାପଜୁପକୁ ନେଇ ହୋଇଥିବା ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ରହିଛି। ଏହା ସତ୍ତ୍ୱେ ପ୍ରଶାସନ ପ୍ରତିପକ୍ଷଙ୍କ ପ୍ରରୋଚନାରେ ପଡ଼ି ରାସ୍ତା ନିର୍ମାଣ ଆଳରେ ତଥା ସରକାରୀ ଜମି ଉଚ୍ଛେଦ ନାମରେ ତାଙ୍କର ଗୃହ ପାଚେରୀକୁ ଭାଙ୍ଗି ଦେଇଥିବା ସେ ଆରୋପ କରିଛନ୍ତି। ପ୍ରଶାସନର ଏଭଳି ବେଆଇନ୍ କାର୍ଯ୍ୟ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କଲେ ବି ଥାନାଧିକାରୀ ଏତଲା ଗ୍ରହଣ କରୁନଥିବା ଅଭିଯୋଗକାରିଣୀ ଶ୍ରୀମତୀ ମହାନ୍ତି କହିଛନ୍ତି। ମାମଲା ବିଚାରଧୀନ ଥିବା ବେଳେ ଏହାର ଉଚ୍ଚସ୍ତରୀରୟ ତଦନ୍ତ ସହ ଅସାଧୁ ଅଧିକାରୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.