Home ଜିଲ୍ଲା ପରିକ୍ରମା କାଁପଡ଼ା ମା’ ବାସୁଳୀ କମିଟି ପକ୍ଷରୁ ୮୭ତମ ଅଷ୍ଟମ ପ୍ରହର ନାମଯଜ୍ଞ

କାଁପଡ଼ା ମା’ ବାସୁଳୀ କମିଟି ପକ୍ଷରୁ ୮୭ତମ ଅଷ୍ଟମ ପ୍ରହର ନାମଯଜ୍ଞ

9

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ କାଁପଡ଼ା ପଞ୍ଚାୟତ କାଁପଡ଼ା ମା’ ବାସୁଳୀ କମିଟି ପକ୍ଷରୁ ଶ୍ରୀଶ୍ରୀ ନିତାଇ ଗୌର ମହାପ୍ରଭୁଙ୍କ ୮୭ତମ ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମା’ ବାସୁଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ସୋମବାର ଚଣ୍ଡି ଓ ଶୁଭାଧିବାସ, ମଙ୍ଗଳବାର ନାମଯଜ୍ଞ ଓ ବୁଧବାର ନଗର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ସଂକୀର୍ତ୍ତନ ଶେଷ ହେବା ପରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । ଏହି ସଂକୀର୍ତ୍ତନ ନାମଯଜ୍ଞ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ସମାଗମ ହୋଇଥିବା ବେଳେ ନାମଯଜ୍ଞ ପାଇଁ ଜିଲାର ବିଭିନ୍ନ ଅଞ୍ଚଳରୁ ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ଏହି ଅଷ୍ଟମ ପ୍ରହର ନାମଯଜ୍ଞ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ପରେ ଏହି ମା’ ବାସୁଳୀ ପଡ଼ିଆରେ ଅପେରା ଅନୁଷ୍ଠିତ ହୋଉଛି । ପଣା ସଂକ୍ରାନ୍ତି ଉପଲକ୍ଷେ ମା’ ବାସୁଳୀଙ୍କ ପୀଠରେ ଏପ୍ରିଲ୍ ୧୩ ତାରିଖରେ ପାଟୁଆ ଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣା ପଡ଼ିଛି । ନାମ ସଂକୀର୍ତ୍ତନ ଯଜ୍ଞରେ ମୁଖ୍ୟ ଅଧିକାରୀ ଭାବେ ନରୋତ୍ତମ ଦାସ ଓ ସଂଜୟ ଦାସ ଓ କର୍ତ୍ତା ଭାବେ ରୋହିତ ଦାସ, ଗୋପିନାଥ ଦାସ, ପବିତ୍ର ବେହେରା, ସୁରେନ୍ଦ୍ର ଦାସ, ଶରତ ଦାସ, ପୀତାମ୍ବର ବେହେରା, ବିଷ୍ଣୁମୋହନ ଦାସ, କେଶବ ଚନ୍ଦ୍ର ଦାସ, ମଧୁସୂଦନ ଦାସ କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜକ ରମାକାନ୍ତ ଦାସ ମା’ ବାସୁଳୀଙ୍କ ପୂଜାର୍ଚ୍ଚନା କରିଥିଲେ । ମା’ ବାସୁଳୀ କମିଟର ସଭାପତି ଇନ୍ଦ୍ରମଣି ଦାସ, ସମ୍ପାଦକ ଜଗତ ଦାସ, କୋଷାଧ୍ୟକ୍ଷ ମାର୍କଣ୍ଡ ମଳିକ, ସଦସ୍ୟ ବାସୁଦେବ ଦାସ, ସୁବ୍ରତ ମଳିକ, ସୋମନାଥ ଦାସ, ଶରତ ଦାସ, ରମାକାନ୍ତ ମଳିକ, ଶୁକଦେବ ମଳିକ, ଅଲେଖ ମଳିକ, ପ୍ରଫୁଲ୍ଲ ଦାସ, ବିଶ୍ୱମ୍ବର ଦାସଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଅଷ୍ଟମ ପ୍ରହର ନାମଯଜ୍ଞ ଓ ଅନ୍ୟ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.