Home ଜିଲ୍ଲା ପରିକ୍ରମା ଆଇନମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚାର ଥାନା ଘେରାଓ

ଆଇନମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚାର ଥାନା ଘେରାଓ

25

ବାଲେଶ୍ୱର, ୫।୧(ଓଡ଼ିଆ ପୁଅ/ଅଭୟ ଦାସ): ମାହାଙ୍ଗାର ଡବଲ ମର୍ଡ଼ର ଘଟଣାରେ ସମସ୍ତ ଅପରାଧୀ ଗିରଫ ଓ ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାଲେଶ୍ୱରର ବିଭିନ୍ନ ଥାନା ଘେରାଓ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଦର ନିର୍ବାଚନମଣ୍ଡଳୀର ଯୁବ ବିଜେପି ନେତା ମାନସ ଦତ୍ତଙ୍କ ନେତୃତ୍ୱରେ ସହଦେବଖୁଣ୍ଟା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ବରିଷ୍ଠ ବିଜେପି ନେତା ଶୁଭଙ୍କର ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ସିପ୍ରା ବାଜପେୟୀ, ପର୍ଶୁରାମ ବେହେରା, ସୁଜିତ୍ ଦେବ, ରଣଜିତ ପ୍ରଧାନ, ମହୁଆ ପ୍ରଧାନ, ଚିତ୍ତରଂଜନ ପଣ୍ଡା, ଗୌରାଙ୍ଗ ଦାସ, ବିକାଶ ପାଢ଼ୀ, ସ୍ରିୟା ଦାସ, କମଳା ବିନ୍ଧାଣୀ, ସୁକାନ୍ତି ଦେବଗୋସ୍ୱାମୀ, ଅରୂପ ଜେନା, ମଣ୍ଟୁ ପେରିୱାଲ, ଧୀରଜ ମହାନ୍ତି ପ୍ରମୁଖ ଯୋଗଦେଇ ମାହାଙ୍ଗା ଡବଲ ମର୍ଡ଼ର ମାମଲାରେ ପୁଲିସର ଅପରାଗତା ଓ ଆଇନମନ୍ତ୍ରୀଙ୍କ ପରୋକ୍ଷ ହସ୍ତକ୍ଷେପକୁ ତୀବ୍ର ସମାଲୋଚନା କରିଥିଲେ। ଶାସକଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ କରିବା କାରଣରୁ ଦୁଇ ବିଜେପି ନେତାଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସେମାନେ ଆରୋପ କରିଥିଲେ। ଏହି ହତ୍ୟାକାଣ୍ଡରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ବେଳେ ତାଙ୍କର ଚାପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରୁନଥିବା ବିଜେପି ନେତାମାନେ ଅଭିଯୋଗ କରିଥିଲେ। ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ପାଇଁ ସେମାନେ ଦାବି କରିଥିଲେ। ନତୁବା ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତେଜିୟାନ ହେବ ବୋଲି ବିଜେପି ପକ୍ଷରୁ ଏହି ବିକ୍ଷୋଭ ବେଳେ ଚେତାବନୀ ଦେଇଥିଲେ। ଏହି ଅବସରରେ ବିଜେପି କର୍ମୀମାନେ ଥାନା ସମ୍ମୁଖରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏଥିରେ ଜିଲା ବିଜେପି ଯୁବମୋର୍ଚ୍ଚାର ବହୁ ବହୁ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.