Home ଓଡ଼ିଶା ଭିଜିଲାନ୍ସ ଜାଲରେ ବାଲେଶ୍ୱର ସବ-ରେଜିଷ୍ଟ୍ରାର ଘର ଫେରନ୍ତା ଗାଡ଼ିରୁ ୨.୨୩ ଳକ୍ଷ ଜବତ

ଭିଜିଲାନ୍ସ ଜାଲରେ ବାଲେଶ୍ୱର ସବ-ରେଜିଷ୍ଟ୍ରାର ଘର ଫେରନ୍ତା ଗାଡ଼ିରୁ ୨.୨୩ ଳକ୍ଷ ଜବତ

43

ବାଲେଶ୍ୱର, ୧ା୧ (ଓଡ଼ିଆ ପୁଅ/ଅଭୟ ଦାସ) – ସପ୍ତାହାନ୍ତରେ ପୈତୃକ ସ୍ଥାନ ପୁରୀକୁ ଯାଉଥିବା ବେଳେ ବାଲେଶ୍ୱର ସବ-ରେଜିଷ୍ଟ୍ରାର ରଂଜନ ଦାସଙ୍କ କାରରୁ ୨ଲକ୍ଷ ୨୩ ହଜାର ଟଙ୍କା ଭିଜିଲାନ୍ସ ଟିମ ଆଜି ଜବତ୍‍ କରିଛି। ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ତାଙ୍କ ଗାଡ଼ି ୧୬ ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଟୋଲପ୍ଲାଜା ଅତିକ୍ରମ କରୁଥିବା ବେଳେ ସେଠାରେ ପୂର୍ବରୁ ଜଗି ରହିଥିବା ବାଲେଶ୍ୱର ଭିଜିଲାନ୍ସ ବିଭାଗ ଟିମ ଶ୍ରୀ ଦାସଙ୍କୁ ଅଟକାଇଥିଲେ। ତଲାସି ପରେ ଗାଡ଼ିରୁ ଏହି ଟଙ୍କା ମିଳିଥିବା ଜଣାଯାଇଛି। ଏହି ଟଙ୍କା କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସ ଅଧିକାରୀଙ୍କ ପ୍ରଶ୍ନରେ ଶ୍ରୀ ଦାସ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରରେ ଭିଜିଲାନ୍ସ ଟିମ୍‍ ଟଙ୍କା ଓ ଗାଡ଼ିକୁ ଜବତ୍‍ ସହ ଶ୍ରୀ ଦାସଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଯାଇଥିଲେ। ୧/୨୦୨୧ ନଂର ମାମଲା ରୁଜୁ ସହ ଅଭିଯୁକ୍ତ ଶ୍ରୀ ଦାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପଚରାଉଚୁରା ଜାରି ରଖିଛନ୍ତି। ତେବେ ସବ-ରେଜିଷ୍ଟ୍ରାର ଅଫିସରେ ବେଆଇନ୍‍ ଭାବେ ଆଦାୟ କରାଯାଇଥିବା ଅର୍ଥକୁ ନେଇ ଶ୍ରୀ ଦାସ ଘରକୁ ଫେରୁଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗ ଏହି ଚଢ଼ଉ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.