Home ଜିଲ୍ଲା ପରିକ୍ରମା ‘ଡିଷ୍ଟାନ୍ସ ଭିଜନ ଇଣ୍ଡିଆ’ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

‘ଡିଷ୍ଟାନ୍ସ ଭିଜନ ଇଣ୍ଡିଆ’ପକ୍ଷରୁ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

26

ବାଲେଶ୍ୱର, ୯ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଡିଷ୍ଟାନ୍ସ ଭିଜନ ଇଣ୍ଡିଆ’ ପକ୍ଷରୁ ରେମୁଣା ବ୍ଲକ ଅନ୍ତର୍ଗତ ଚଷାଖଣ୍ଡ ପଞ୍ଚାୟତ ଅଞ୍ଚଳର ଗରିବ ଅସହାୟ ଲୋକଙ୍କୁ ଶୀବସ୍ତ୍ର ସମେତ ଦୈନନ୍ଦିନ ଜୀବନଚର୍ଯ୍ୟା ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରଦାନ କରାଯାଇଛି। ଚଷାଖଣ୍ଡ ଗ୍ରାମର ବାବା ଖଣ୍ଡେଶ୍ୱର ଶୈବପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ଚେୟାରମ୍ୟାନ୍ ପର୍ଶୁରାମ ଘୋଷ ଅଧ୍ୟକ୍ଷତା କରିଥିଲେ। ସଂଗଠନର ସେବାମୂଳକ କାର୍ଯ୍ୟଧାରା ସମ୍ପର୍କରେ ସେ ସୂଚନା ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଏଥିରେ ଯୋଗଦେଇ ସଂଗଠନର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି କହିଥିଲେ। ଏହି ଅବସରରେ ଶ୍ରୀ ପାଣିଗ୍ରାହୀ ସାମଗ୍ରୀ ବଣ୍ଟନ କାର୍ଯ୍ୟ ଶୁଭାରମ୍ଭ କରିଥିଲେ। ଉପସ୍ଥିତ ଗରିବ, ଅସହାୟ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଦୁସ୍ଥ ବ୍ୟକ୍ତିମାନଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇବା ସହିତ କମ୍ବଳ, ମାସ୍କ, ସାନିଟାଇଜର, ଫଳ ପ୍ରଭୃତି ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପଦ୍ମାବତୀ କୁଣ୍ଡୁ, ସତ୍ୟଶ୍ରୀ ଦାସଙ୍କ ସମେତ ସ୍ଥାନୀୟ ସରପଞ୍ଚ ଶାନ୍ତିଲତା ନାୟକ ପ୍ରମୁଖ ଏଥିରେ ଯୋଗ ଦେଇ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। ‘ଡିଷ୍ଟାନ୍ସ ଜିଜନ ଇଣ୍ଡିଆ’ ସଂଗଠନର ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.