Home ଜିଲ୍ଲା ପରିକ୍ରମା କୋର୍ସ ଫି ଛାଡ଼ ଦାବିରେ ଏଫଏମ କଲେଜ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କୋର୍ସ ଫି ଛାଡ଼ ଦାବିରେ ଏଫଏମ କଲେଜ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

25

ବାଲେଶ୍ୱର, ୫।୧(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନା ଯୋଗୁଁ ସମଗ୍ର ବିଶ୍ୱରେ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ କୋର୍ସ ଫି ଛାଡ଼ ପାଇଁ ଦାବି ଉଠାଇଛନ୍ତି ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ଛାତ୍ରଛାତ୍ରୀମାନେ। ଏନେଇ ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ବିଭାଗରୁ ଶୋଭାଯାତ୍ରାରେ ଆସି କଲେଜ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ କରିଥିଲେ। କରୋନା ଯୋଗୁଁ ସାମାଜିକ ଓ ଆର୍ଥିକ କ୍ଷେତ୍ର ଅଧିକ ପ୍ରଭାବିତ ହୋଇଥିବା ବେଳେ ସବୁବର୍ଗର ଲୋକଙ୍କ ଜୀବନଧାରଣ ମାନ ହ୍ରାସ ପାଇବାରେ ଲାଗିଛି। ଏମିତିକି କରୋନା ପ୍ରଭାବରେ ଲୋକେ ରୋଜଗାର ହରାଇବା ସହିତ ଦୈନିକ ମୁଣ୍ଡପିଛା ଆୟ କମିବାରେ ଲାଗିଛି। ଏଭଳି ସ୍ଥିତିରେ ଦୀର୍ଘଦିନ ଧରି ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ରାଜ୍ୟର ବହୁ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ କୋର୍ସ ଫି ଛାଡ଼ କରାଯାଉଛି। ମାତ୍ର ଏଫଏମ କଲେଜରେ ୬ମାସରୁ ଅଧିକ ସମୟ ପାଠପଢ଼ା ନ ହେଇ ମଧ୍ୟ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ଫି ଆଦାୟ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଛାତ୍ରଛାତ୍ରୀମାନେ କହିିଛନ୍ତି। ତୁରନ୍ତ କୋର୍ସ ଫି ଛାଡ଼ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଏଫଏମ କଲେଜ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ। ପ୍ରିୟବ୍ରତ ପାତ୍ର, ହିମାଂଶୁ ପଣ୍ଡା, ବିଶ୍ୱଜିତ ପାତ୍ର, ଇନ୍ଦର ଗୁପ୍ତା, ରାହୁଳ ରାଉତ, ପ୍ରତୀକ ଧଳ, ଗଣେଶ ଚନ୍ଦ୍ର ବେହେରା ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.