Home ଓଡ଼ିଶା ନିର୍ଭୟା ଯୋଜନାରେ ସବୁ ଥାନାକୁ ମିଳିଲା ହୀରୋ ସ୍କୁଟି

ନିର୍ଭୟା ଯୋଜନାରେ ସବୁ ଥାନାକୁ ମିଳିଲା ହୀରୋ ସ୍କୁଟି

26

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ସମ୍ପ୍ରତି ବଢି ଚାଲିଥିବା ନାରୀ ନିର୍ଯାତନା ରୋକିବାକୁ କେନ୍ଦ୍ର ସରକାରଙ୍କ ନିର୍ଭୟା ଯୋଜନାରେ ପୁଲିସ ପେଟ୍ରୋଲିଂ ପାଇଁ ଦେଶର ସମସ୍ତ ଥାନାକୁ ସ୍କୁଟି ଗାଡ଼ି ପ୍ରଦାନ କରାଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ମଧ୍ୟ ୨୦ ଥାନାକୁ ୨୦ଟି ହିରୋ ପ୍ଲେଜର ଗାଡି ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକୀୟ ୫୦୦ଟି ପ୍ଲେଜର ପ୍ଲସ ବିଏସ ୬ ଗାଡି ପାଇଁ ହିରୋ ମୋଟୋକର୍ପକୁ ଯୋଗାଣ ଆଦେଶ ଦିଆଯାଇଥିଲା। ହିରୋ ମୋଟୋକର୍ପ କମ୍ପାନିର ବାଲେଶ୍ୱର ଅଧିକୃତ ବିକ୍ରେତା ନୀଲମ ହିରୋ ପକ୍ଷରୁ ଏହି ୨୦ଟି ପ୍ଲେଜର ପ୍ଲସ ଗାଡି ଜିଲ୍ଲା ପୁଲିସକୁ ହସ୍ତାନ୍ତର କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ସର୍ଜେଂଟ ପ୍ରବୀର କୁମାର କଁଅର ଉପସ୍ଥିତ ରହି ନୀଲମ ହିରୋ କର୍ତ୍ତୃପକ୍ଷଙ୍କ ଠାରୁ ଗାଡିଗୁଡିକୁ ଗ୍ରହଣ କରିଥିଲେ। ଆବଶ୍ୟକୀୟ ସ୍ଥାନରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ଏହା ବେଶ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ। ନୀଲମ ହିରୋର ପରିଚାଳନା ନିର୍ଦ୍ଦେଶକ ନନ୍ଦକିଶୋର ସରାୱଗୀ, ନିର୍ଦ୍ଦେଶକ ମନୀଷ ସରାୱଗୀ ଓ ସେଲ୍‌ସ ହେଡ ଦେବକାନ୍ତ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ହିରୋ ପ୍ଲେଜର ବିଏସ ୬ ଗାଡିର ବୈଶିଷ୍ଟ ସମ୍ପର୍କରେ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.