Home ଜିଲ୍ଲା ପରିକ୍ରମା ନାରାୟଣ ସ୍ମୃତି ସାହିତ୍ୟ ଗବେଷଣା ପରିଷଦ ପକ୍ଷରୁ ପୁସ୍ତକ ଉନ୍ମୋଚନ

ନାରାୟଣ ସ୍ମୃତି ସାହିତ୍ୟ ଗବେଷଣା ପରିଷଦ ପକ୍ଷରୁ ପୁସ୍ତକ ଉନ୍ମୋଚନ

18

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ନାରାୟଣ ସ୍ମୃତି ସାହିତ୍ୟ ଗବେଷଣା ପରିଷଦ ଏବଂ ଦଶରଥପୁର ସାହିତ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ଯାଜପୁର ସ୍ଥିତ କୁଆଁସ ମଙ୍ଗଳାପୀଠରେ ଏକ ଆଲୋଚନା ଚକ୍ର, ପୁସ୍ତକ ଉନ୍ମୋଚନ ଓ କବିତା ପାଠ ଉତ୍ସବ ପରିଷଦର ସଭାପତି ବିଭୂତିଭୂଷଣ ସେନାପତିଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ଅତିଥି ଭାବେ ଡଃ ବାସୁଦେବ ମିଶ୍ର, ସାହିତ୍ୟିକ ପଣ୍ଡିତ ଦୈତ୍ୟାରି ମହାପାତ୍ର, ଶିକ୍ଷାବିତ୍ ହରେରାମ ପଣ୍ଡା, ବରିଷ୍ଠ ସାମ୍ବାଦିକ ଉମାକାନ୍ତ ଧଳ, ଶିକ୍ଷାବିତ୍ ନିତ୍ୟାନନ୍ଦ ମଲ୍ଲ୍‌ିକ, ଶରତ ଚନ୍ଦ୍ର ଯେନା, ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର,ମଥୁରାମୋହନ ବେହେରା, ଶୀତଳକୁମାର ବେହେରା,ବିଷ୍ଣୁ ଦଳେଇ, ଚନ୍ଦ୍ରମଣି ସାହୁ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭୂତିଭୂଷଣ ସେନାପତିଙ୍କ ଗବେଷଣାତ୍ମକ ନିବନ୍ଧ ପୁସ୍ତକ ‘ବିସ୍ମୟ’ ଲୋକାର୍ପିତ ହୋଇଥିଲା । ସଂପାଦିକା ଅଧ୍ୟାପିକା ସଂଯୁକ୍ତା ଭାରତୀ ସଂପାଦକୀୟ ବିବରଣୀ ପାଠ କରିଥିଲେ । କବି ନୀଳ ମାଧବ ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରବଚିକା ବିଶ୍ୱମୈତ୍ରୀ ନାୟକ ବେଦପାଠ କରିଥିଲେ । ଶୁଭେନ୍ଦୁ ମହାପାତ୍ର, ମନୋଜକୁମାର ପାଣିଗ୍ରାହୀ, ପ୍ରମୋଦ ପଣ୍ଡା, ରବିନାରାୟଣ ମହାନ୍ତି, ଧୀରେନ୍ଦ୍ର ମଲ୍ଲିକ, ସୁଦର୍ଶନ ସାହୁ, ବିଶ୍ୱମ୍ବର ନାୟକ, ଅଭୟଦାସ, ସତ୍ୟବ୍ରତ ସାମଲ ପ୍ରମୁଖ କବି କବିତା ପାଠ କରିଥିଲେ । କବି ଆଶୁତୋଷ କରଣ ଧନ୍ୟବାଦ ଅର୍ପଣ କରିଥିଲେ । କବି ନିରଞନପତି, ପ୍ରମୋଦକୁମାର ପଣ୍ଡା ଓ ନାରାୟଣ ଦାସଙ୍କୁ ଶ୍ରେଷ୍ଠ କବି ଭାବେ ପୁରସ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.