Home ଓଡ଼ିଶା ‘ବାଲେଶ୍ୱର ଆଲୋଏଜ’କାର୍ଯ୍ୟକ୍ଷମ-ବକେୟା ଦରମା ଦାବି : ଶ୍ରମିକ-କର୍ମଚାରୀ ମିଳିତ ମଞ୍ଚର ଗଣଧାରଣା

‘ବାଲେଶ୍ୱର ଆଲୋଏଜ’କାର୍ଯ୍ୟକ୍ଷମ-ବକେୟା ଦରମା ଦାବି : ଶ୍ରମିକ-କର୍ମଚାରୀ ମିଳିତ ମଞ୍ଚର ଗଣଧାରଣା

13

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲାର ଅନ୍ୟତମ ବୃହତ ଓ ପୁରାତନ ଶିଳ୍ପାନୁଷ୍ଠାନ ‘ବାଲେଶ୍ୱର ଆଲୋଏଜ’ର ଅଚଳାବସ୍ଥାକୁ ନେଇ ‘ବାଲେଶ୍ୱର ଆଲୋଏଜ କଣ୍ଟ୍ରାକ୍ଟର-ଶ୍ରମିକ ଓ ଷ୍ଟାଫ୍ ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଦାବିନେଇ ୫ ଗୋଟି ଶ୍ରମିକ ସଂଗଠନକୁ ନେଇ ଗଠିତ ଏହି ମିଳିତ ମଞ୍ଚ ଓ ସେମାନଙ୍କ ପରିବାର ଲୋକେ ଏହି ଧାରଣାରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ସ୍ଥାନୀୟ ଟେକ୍ନିକାଲ ପଡ଼ିଆରୁ ଏକ ଶୋଭାଯାତ୍ରାରେ ଆସି ସେମାନେ ଜିଲ୍ଲାପାଳଙ୍କ ମୁଖ୍ୟଫାଟକ ଆଗରେ ବସି ରହିଥିଲେ। ଦୀର୍ଘଦିନ ଧରି କାରଖାନାକୁ ବିଦ୍ୟୁତ୍ ସଂଯୋଗ କାଟ କରାଯାଇଥିବା ବେଳେ ଉତ୍ପାଦନ ମଧ୍ୟ ବନ୍ଦ ରହିଛି। ତେବେ ବକେୟା ଦରମା ପ୍ରଦାନ ସହ କାରଖାନା କାର୍ଯ୍ୟକ୍ଷମ କରିବା ପାଇଁ ମଞ୍ଚ ପକ୍ଷରୁ ବାରମ୍ବାର ଦାବି କରାଯିବା ସହ ଗତ ଅକ୍ଟୋବର ୨୮ ତାରିଖରେ ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଥିଲା। ସେତେବେଳେ ପ୍ରଶାସନ ଓ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ଶ୍ରମିକ ସଂଗଠନ ସହ ଆଲୋଚନା କରି କାରଖାନା କାର୍ଯ୍ୟକ୍ଷମ ଓ ବକେୟା ଦରମା ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ପ୍ରତିଶ୍ରୁତି ପାଳନରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଶ୍ରମିକମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହୋଇଥିବା ଧାରଣାରତ ଶ୍ରମିକନେତାମାନେ ସୂଚନା ଦେଇଥିଲେ। ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ନେତୃତ୍ୱରେ ଶ୍ରମିକମାନେ ଦୀର୍ଘ ସମୟ ଧାରଣାରେ ବସିବା ପରେ ଆମନ୍ତ୍ରଣ ପାଇ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଏନେଇ ଖୁବଶୀଘ୍ର ଉଚିତ ପଦକ୍ଷେପ ନେବାର ପ୍ରତିଶ୍ରୁତି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କଠାରୁ ପାଇବା ପରେ ମିଳିତ ମଞ୍ଚ ଧାରଣାରୁ ନିବୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.