Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ

35

ବାଲେଶ୍ୱର, ୯ା୧(ଓଡ଼ିଆ ପୁଅ/ଅଭୟ ଦାସ): ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ୨୦୨୧ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ବାର୍ଷିକ ବୈଠକ ସୋମବାରଦିନ ପୂର୍ବାହ୍ନରେ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଭାପତି ଧୀରେନ୍ଦ୍ର ନାରାୟଣ ଦାଶ ଅଧ୍ୟକ୍ଷତା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସଂପାଦକ ଇଂ. ବନମାଳି ନାୟକ ଗତବର୍ଷର କରୋନା ମହାମାରୀ ସଂକଟ ମଧ୍ୟରେ ସଂଘ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସେବାକାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ। କରୋନାରେ ମୃତ୍ୟୁବରଣ କରିଥିବା ସଂଗଠନର ସଦସ୍ୟଙ୍କ ସମେତ ଅନ୍ୟବର୍ଗର ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଡ. ଶିରୀଶ ଚନ୍ଦ୍ର ଜେନା, ନିରଞ୍ଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ଅକ୍ଷୟ କୁମାର ତ୍ରିପାଠୀ, ରାଜେନ୍ଦ୍ର ରାଉତ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଏଥିରେ ଯୋଗଦେଇ ଅବସରନେବା ପରେ ବରିଷ୍ଠ ବ୍ୟକ୍ତିତ୍ୱଙ୍କ ସମାଜ ସେବା ମନୋଭାବକୁ ସାଧୁବାଦ ଜଣାଇଥିଲେ। ସଂଘର ଜିଲ୍ଲା କମିଟି ଓ ବିଭିନ୍ନ ଶାଖା କମିଟି ତରଫରୁ ଡ. ଭାଗବତ ଦାସ, ହରେକୃଷ୍ଣ ପଣ୍ଡା, ଅଜୟ ନାୟକ, କୁମୁଦ ରଂଜନ ଗିରି, ପ୍ରଦୀପ ମିଶ୍ର, ଭଗବାନ ଚନ୍ଦ୍ର ରାଉତ, ଯୋଗେନ୍ଦ୍ରନାଥ ସିଂ, ପଦ୍ମଲୋଚନ ଦତ୍ତ, ଯତୀନ୍ଦ୍ର ମହାନ୍ତି, ବାସନ୍ତି ପଣ୍ଡା ଓ ଜଳଧର ପଣ୍ଡା ପ୍ରମୁଖ ଏଥିରେ ଯୋଗଦେଇ ସଂଗଠନର ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସଂଘର ସଦସ୍ୟତା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ କରାଯାଇଥିଲା। ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ ଓ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଏଥିରେ ଯୋଗଦେଇଥିଲେ। ଏହି ଅବସରରେ ଦିବଂଗତ ସଦସ୍ୟ କାଶୀନାଥ ଆଚାର୍ଯ୍ୟ, ରାଧାଶ୍ୟାମ ଆଚାର୍ଯ୍ୟ ଓ ସମଲେଶ୍ୱରୀ ବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ଏଥି ସହିତ ଆସନ୍ତା ଏପ୍ରିଲ ମାସ ୨୫ ତାରିଖରେ ହେବାକୁ ଥିବା ସଂଘର ବାର୍ଷିକ ସମ୍ମିଳନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅରୁଣା ରାୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.