Home ଜିଲ୍ଲା ପରିକ୍ରମା ରେମୁଣା ବିଜେପି ପକ୍ଷରୁ ରକ୍ତଦାନ ଶିବିର

ରେମୁଣା ବିଜେପି ପକ୍ଷରୁ ରକ୍ତଦାନ ଶିବିର

22

ବାଲେଶ୍ୱର, ୧୦ା୧(ଓଡ଼ିଆ ପୁଅ/ଅଭୟ ଦାସ): ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ୫୧ତମ ଜନ୍ମଦିନ ପାଳନ ଅବସରରେ ବିଜେପି ରେମୁଣା ଶାଖା ପକ୍ଷରୁ ଦିବସବ୍ୟାପୀ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସକାଳେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବିଜେପିର ରେମୁଣା କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ପୂର୍ବତନ ବିଧାୟକ ଶ୍ରୀ ଦାସ ଏହି ଶିବିରକୁ ଉଦ୍‌ଘାଟନ କରିବା ସହିତ ବିଜେପି କେବଳ ରାଜନୀତି ନୁହେଁ ସମାଜ କଲ୍ୟାଣ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଥାଏ ବୋଲି କହିଥିଲେ। ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ଅଗାମୀ ଦିନରେ ଏଭଳି ଶିବିର ଆୟୋଜନ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ। ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ବିଜେପି ରେମୁଣା ଶାଖାର ବହୁ ଯୁବକର୍ମୀ ଏହି ଶିବିରରେ ରକ୍ତଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.