Home ଜିଲ୍ଲା ପରିକ୍ରମା ସଦର ହସପିଟାଲରେ ନୂତନ ଭେଣ୍ଟିଲେଟର ଉଦଘାଟିତ

ସଦର ହସପିଟାଲରେ ନୂତନ ଭେଣ୍ଟିଲେଟର ଉଦଘାଟିତ

31

ବାଲେଶ୍ୱର, ୧୦ା୧ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଭେଣ୍ଟିଲେଟର ବ୍ୟବସ୍ଥା ରବିବାର ଦିନ ଉଦ୍‌ଘାଟିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହାକୁ ଉଦ୍‌ଘାଟନ କରିବା ସହ ରୋଗୀଙ୍କ ଜୀବନ ରକ୍ଷାରେ ଏହା ବେଶ୍ ସହାୟକ ହେବ ବୋଲି କହିଥିଲେ। ରୋଗୀଙ୍କ ଅବେଶ୍ୟକ ଅନୁସାରେ ବାଲେଶ୍ୱର ଡାକ୍ତରଖାନାରେ ପୂର୍ବରୁ ଥିବା ଭେଣ୍ଟିଲେଟର ପର୍ଯ୍ୟାପ୍ତ ନଥିବା ବେଳେ ସାଂସଦ ଅନୁଦାନ ପାଣ୍ଠିରୁ ୨୦ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିବା ସେ ସୂଚନା ଦେଇଥିଲେ। ଏଥି ସହିତ ଭେଣ୍ଟିଲେଟର ଥିବା ଆମ୍ବୁଲାନ୍ସ ପାଇଁ ବି ସେ ବ୍ୟବସ୍ଥା କରିଥିବା ବେଳେ ଆଗାମୀ ଦିନରେ ତାହା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯିବ। ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ୍ ଜଗଦେବଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ବହୁ ଅଧିକାରୀ ଏହି ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ତେବେ ଦିନକୁ ଦିନ ଡାକ୍ତରଖାନାରେ ହେଉଥିବା ଚୋରୀକୁ ନେଇ ରୋଗୀ ପରିବାରଙ୍କଠାରୁ ଅଭିଯୋଗ ପାଇ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଥିଲେ। ସିକ୍ୟୁରିଟି ଦାୟିତ୍ୱ ନେଇଥିବା ଠିକାଦାରଙ୍କୁ କାର୍ଯ୍ୟରୁ ଅନ୍ତର ସହ ନୂତନ ଠିକାଦାର ନିଯୁକ୍ତ ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରୋଗୀ ପରିବାରଙ୍କର ଚୋରୀ ହୋଇଥିବା ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟର ଅର୍ଥ ଠିକାଦାରଙ୍କ ପ୍ରାପ୍ୟରୁ କାଟ କରିବାକୁ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ଡାକ୍ତରଖାନାରେ ଅଚଳଥିବା ସିସିକ୍ୟାମେରାକୁ କାର୍ଯ୍ୟକ୍ଷମ କରିବା ସହିତ ନୂତନ କ୍ୟାମେରା ଲଗାଇବାକୁ ସେ ଜିଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.