Home ଜିଲ୍ଲା ପରିକ୍ରମା ଏସିଡ ପୀଡିତାଙ୍କୁ ଭେଟିଲେ ଭଦ୍ରକ ବିଧାୟକ

ଏସିଡ ପୀଡିତାଙ୍କୁ ଭେଟିଲେ ଭଦ୍ରକ ବିଧାୟକ

26

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ଗ୍ରାମର ରମେଶ ଚନ୍ଦ୍ର ନାୟକଙ୍କ ଝିଅ ସତ୍ୟଭାମାଙ୍କ ଅସୁସ୍ଥ ଖବର ପାଇ ଆଜି ଭଦ୍ରକ ବିଧାୟକ ତଥା ଭଣ୍ଡାରୀପୋଖରି ବିଧାନସଭାର ବିଜେଡି ପ୍ରାର୍ଥୀ ସଞୀବ କୁମାର ମଲ୍ଲିକ ତାଙ୍କୁ ଭେଟିଛନ୍ତି । ସତ୍ୟଭାମା ବାଙ୍ଗାଲୋରରେ କାର୍ଯ୍ୟ କରୁଥିବା ବେଳେ ଭୁଲ୍ ବସତ ପାଣି ବଦଳରେ ଏସିଡି ପିଇ ଦେଇଥିଲେ । ପରେ ସେ ଗୁରୁତ୍ୱର ହେବାରୁ ଚିକିତ୍ସିତ ହୋଇ ଘରକୁ ଫେରି ଆସିଥିଲେ । କିଛି ମାସର ବ୍ୟବଧାନ ପରେ ଏବେ ସେ ଅସୁସ୍ଥ ଥିବାର ଖବର ପାଇ ଆଜି ଶ୍ରୀ ମଲ୍ଲିକ ତାଙ୍କ ବାସ ଭବନକୁ ଯାଇ ସମସ୍ତ କଥା ପଚାରି ବୁଝିଥିଲେ । ଏଥିସହ ଆଗାମି ଦିନରେ କିମସ୍ ନେଇ ଚିକିତ୍ସା କରାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଶ୍ରୀ ମଲ୍ଲିଙ୍କ ସହ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲ୍ଲ୍‌ା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜ ଘଡେଇ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକଙ୍କ ଏତାଦୃଶ୍ୟ କାର୍ଯ୍ୟକୁ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉକି ପିଡିତାଙ୍କ ପିତା ରମେଶଙ୍କ ଆର୍ଥୀକ ଅବସ୍ଥା ଭଲ ନ ଥିବାରୁ ସେ ଝିଅର ଉନ୍ନତ ଚିକିତ୍ସା କରିପାରୁ ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.