Home ଜିଲ୍ଲା ପରିକ୍ରମା ଦୋଳସାହି ପଞ୍ଚାୟତ ପୂର୍ବତନ ସମିତି ସଭ୍ୟା ବିଜେଡିକୁ ଫେରିଲେ

ଦୋଳସାହି ପଞ୍ଚାୟତ ପୂର୍ବତନ ସମିତି ସଭ୍ୟା ବିଜେଡିକୁ ଫେରିଲେ

17

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧୀନ ଦୋଳସାହି ପଞ୍ଚାୟତର ବିଜେଡି ସମର୍ଥିତ ପୂର୍ବତନ ସମିତିସଭ୍ୟା ଛବିରାଣୀ ଜେନା ଦଳକୁ ଫେରିଥିବା ଜଣାପଡ଼ିଛି । ଏଥିସହ ତାଙ୍କ ସ୍ୱାମୀ ରବିନ୍ଦ୍ର ଜେନା ମଧ୍ୟ ଦଳକୁ ଫେରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ପୂର୍ବତନ ସମିତିସଭ୍ୟା ଶ୍ରୀମତୀ ଜେନା ଓ ତାଙ୍କ ସ୍ୱାମୀ ଦଳ ପ୍ରତି ଅସନ୍ତୁଷ୍ଟ ହୋଇଥିଲେ । ସେହିଦିନ ଠାରୁ ସେ କୌଣସି ଦଳୀୟ କାର୍ଯ୍ୟରେ ଯୋଗ ଦେଉନଥିଲେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଭଦ୍ରକ ସାଂସଦ ଓ ଧାମନଗର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଘୋଷଣା କରାଯିବା ପରେ ସାଂସଦ ପ୍ରାର୍ôଥନୀ ମଂଜୁଲତା ମଣ୍ଡଳ ଓ ବିଧାୟକ ପ୍ରାର୍ଥୀ ଡା. ସଂଜୟ ଦାସଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ଯେଉଁଥିପାଇଁ ବୁଧବାର ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ବାସଭବନରେ ପୂର୍ବତନ ସମିତିସଭ୍ୟା ଛବିରାଣୀ ଜେନା ଓ ତାଙ୍କ ସ୍ୱାମୀ ରବିନ୍ଦ୍ର ଜେନା ପହଞ୍ôଚ ଦଳରେ ସାମିଲ ହୋଇଛନ୍ତି । ସେମାନଙ୍କ ସମେତ ପଞ୍ଚାୟତର ୬ନଂ ୱାର୍ଡ଼ସଦସ୍ୟ ଶୈଳେନ୍ଦ୍ର ହାତୀ, ଶୁଭମ ଭଟ୍ଟରାୟ, ସୀତାକାନ୍ତ ଜେନା ଓ ରମେଶ ଜେନା ମଧ୍ୟ ଅନ୍ୟଦଳ ଛାଡ଼ି ବିଜେଡିରେ ମିଶିଥିବା ଜଣାପଡ଼ିଛି । ଦଳକୁ ଫେରିଥିବା ଓ ଅନ୍ୟଦଳ ଛାଡ଼ି ବିଜେଡିରେ ମିଶିଥିବା ସମସ୍ତ ନେତା ଓ କର୍ମୀଙ୍କୁ ସାଂସଦ ଶ୍ରୀମତୀ ମଣ୍ଡଳ, ବିଧାୟକ ପ୍ରାର୍ଥୀ ଡା. ଦାସ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ପଞ୍ଚାୟତ ସଭାପତି ଅଶୋକ ନାୟକ, ପୂର୍ବତନ ସମିତିସଭ୍ୟ ଦାସରଥି ମହାପାତ୍ର, ଚିତ୍ତରଂଜନ ଦୀକ୍ଷିତ, ଅନ୍ତର୍ଯ୍ୟାମୀ ଦୀକ୍ଷିତ, ନକୁଳ ଭଟ୍ଟରାୟ, ଅର୍ଜୁନ ଭଟରାୟ, ସଂଜୟ ସେନାପତି, ରବିନ୍ଦ୍ର ପାଣିଗ୍ରାହୀ, ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.