Home ଜିଲ୍ଲା ପରିକ୍ରମା ‘ଓଡ଼ିଶା ମୋ ପରିବାର’ପକ୍ଷରୁ ରକ୍ତଦାନ ଶିବିର

‘ଓଡ଼ିଶା ମୋ ପରିବାର’ପକ୍ଷରୁ ରକ୍ତଦାନ ଶିବିର

35

ବାଲେଶ୍ୱର, ୧୦ା୧ (ଓଡ଼ିଆ ପୁଅ/ଅଭୟ ଦାସ): ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ରକ୍ତଭଣ୍ଡାର ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ସୁବାସିନୀ ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସଂଗଠନର ଜନସେବା ମୂଳକ ଉଦ୍ୟମକୁ ଭୟସ୍ୱୀ ପ୍ରଶଂସ କରିଥିଲେ। ଛାତ୍ରନେତ୍ରୀ ରୀମା ଜୋସେଫଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଓଡ଼ିଶା ମୋ ପରିବାରର ବାଲେଶ୍ୱର ଜିଲ୍ଲା ସଂଯୋଜକ ସାହିରୁଲ ହକ୍‌, ଯୁବନେତା ପିଣ୍ଟୁ ଆଚାର୍ଯ୍ୟ, ହ୍ରିତିକ୍ ନାୟକ ପ୍ରମୁଖ ଏଥିରେ ଯୋଗଦେଇ ରକ୍ତାଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶୁଭମ ସାଇ ମହାପାତ୍ର, ଅଭିଜିତ ବିଶ୍ୱାଳ, ରୀମା ଜୋଶେଫ, ଅଭିଜିତ୍ ଦାସ, ଶୁଭଜିତ୍ ଭୋଇ, ବିବେକ କୁମାର ମହାନ୍ତି, ହରିହର ମନ୍ତ୍ରୀ, ଜସ୍ମିନ୍ ଗିରି, ଶ୍ରରାମ ପ୍ରଧାନ, ଦେବଲ୍ୟାଣ ଗିରି, ବିକି ବେହେରା, ସ୍ୱସ୍ତିକ୍ ଗୁଡ଼ୁ ପ୍ରମୁଖ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ରକ୍ତତାଦାମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକଙ୍କୁ ବୃକ୍ଷଚାରା ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ଏହିଭଳି ଶିବିର ନିୟମିତ ଅନୁଷ୍ଠିତ ହେବ ବୋଲି ଛାତ୍ରନେତ୍ରୀ ରୀମା ଜୋସେଫ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.