Home ଜିଲ୍ଲା ପରିକ୍ରମା ମଉଦା ଗ୍ରାମ୍ୟ ଉନ୍ନୟନ ରାସ୍ତା ଖରାପ

ମଉଦା ଗ୍ରାମ୍ୟ ଉନ୍ନୟନ ରାସ୍ତା ଖରାପ

12

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ସନ୍ନିକଟ ମଉଦା ଗ୍ରାମ ଉନ୍ନୟନ ବିଭାଗ ରାସ୍ତାଟି ଏବେ ଖାଲ ଖମାରେ ପରିଣତ ହୋଇଛି । ଫଳରେ ଲୋକେ ଯା’ଆସ କରିବାରେ ନାନା ଅସୁବିଧା ଭୋଗ କରି ଆସୁଥିବା ବେଳେ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାସ୍ତାଟି ଅଢାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରୁ ବାହାରି ମୌଦା ଗ୍ରାମ ଦେଇ ସୋସୋରେ ଲାଗିଛି । ତେବେ ଅଢାଳପଙ୍କ ଠାରୁ ମୌଦା ପର୍ଯ୍ୟନ୍ତ ୨କି.ମି ବ୍ୟାପି ରାସ୍ତାଟି ଅତ୍ୟନ୍ତ ଖରାପ ଅବସ୍ତାରେ ରହିଛି । ଦେଢ ବର୍ଷ ପୂର୍ବେ ଏହାକୁ ମରାମତୀ କରାଯାଇଥିଲା । ଏବେ ରାସ୍ତାରେ ମେଣ୍ଟାଲ ଓ ବଜୁରି ଉଠି ଖାଲ ଖମା ହେବା ସହ ବଡ ବଡ ଗର୍ତ୍ତମାନ ସୃଷ୍ଟି ହୋଇଛି । ଫଳରେ ଏହି ରାସ୍ତାରେ ଜାତାୟତ କରୁଥିବା ଲୋକେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । ମୌଦା, ବେରୁଣପଦୀ, ସୋସୋ, କାନପୁର, ଅଁଳାଗଢିଆ, କଖାରୁଗଢିଆ, ଅଢାଳପଙ୍କ, ଆଡିଆ ଆଦି ଗ୍ରାମବାସୀ ଦୈନଦିନ କାର୍ଯ୍ୟ ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ନିକଟରେ ଥିବା ଡାକ୍ତର ଖାନା, ଅଢାଳପଙ୍କରେ ଥିବା ବ୍ୟାଙ୍କ, କୃପାସିନ୍ଧୁ ହାଇସ୍କୁଲ, ନିସାକର ହାଇସ୍କୁଲ ମୌଦା, ଉତ୍କଳ ଗୌରବ ଇନଟରନ୍ୟାସନାଲ ସ୍କୁଲ ଥିବାରୁ ରାସ୍ତାଟି ସର୍ବଦା ଜନଗହଳି ପୂର୍ଣ୍ଣ ରହିଥାଏ । ଉପରୋକ୍ତ ରାସ୍ତା ସମାସ୍ୟା ଏବଂ ସର୍ବୋପରି ଅଞ୍ଚଳ ବାସୀଙ୍କ ଗମନା ଗମନକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତା କୁ ନିର୍ବଚନ ପରେ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ ପାଇଁ ଗ୍ରାମର ସମାଜସେବୀ ସୁବୋଧ କୁମାର ସାହୁ, ଧନେଶ୍ୱର ମହାନ୍ତି, ବ୍ରହ୍ମାନନ୍ଦ ଘଡେଇ,ଗଜେନ୍ଦ୍ରନାଥ ଚନ୍ଦ, ଅବିନାସ ସାହୁ ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.