Home ଜିଲ୍ଲା ପରିକ୍ରମା ଜେଲ ମହାନିର୍ଦ୍ଦେଶକଙ୍କ ବାଲେଶ୍ୱର ମୁଖ୍ୟ କାରାଗାର ପରିଦର୍ଶନ

ଜେଲ ମହାନିର୍ଦ୍ଦେଶକଙ୍କ ବାଲେଶ୍ୱର ମୁଖ୍ୟ କାରାଗାର ପରିଦର୍ଶନ

12

ବାଲେଶ୍ୱର, ୭ା୧(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟ ଜେଲ ବିଭାଗ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଆଜି ବାଲେଶ୍ୱର ମୁଖ୍ୟ କାରାଗାର ପରିଦର୍ଶନ ଅବସରରେ ଜେଲ ପରିସରରେ ନବନିର୍ମିର୍ତ ପରିବିକ୍ଷଣ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ସ୍ୱଳ୍ପ ମିଆଦରେ ସଜା କାଟୁଥିବା କଏଦୀଙ୍କ ଚାରିତ୍ରିକ ସୁଧାର ଦିଗରେ ଏହି ଗୃହ ବେଶ ସହାୟକ ହେବ ବୋଲି ଡିଜି ଶ୍ରୀ ଉପାଧ୍ୟାୟ କହିଥିଲେ। ଏହି ଅବସରରେ ଜେଲ ପରିଦର୍ଶନ ସହ ଡିଜି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ବିଶେଷ କରି ୧୦୦ ବର୍ଷର ବ୍ରିଟିଶ ଅମଳର ପୁରୁଣା ଜେଲ ଗୃହର ନବୀକରଣ ଆବଶ୍ୟକତା ହୋଇଥିବା ବେଳ ଏଦିଗରେ ସରକାର ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଜେଲ ଅନ୍ତେବାସୀ ଓ କର୍ମଚାରୀଙ୍କ ସମସ୍ୟା ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ମାନବାଧିକାର ଭିତ୍ତିରେ ସମାଧାନ କରାଯିବ ବୋଲି ଡିଜି ଶ୍ରୀ ପାଧ୍ୟାୟ ପ୍ରତିଶ୍ରୁତି ଦେଇଥିଲେ। ପରେ ଡିଜି ଜେଲ ପରିସରର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ ଜିଲା ପରିବିକ୍ଷିଣ କେନ୍ଦ୍ରର ମୁଖ୍ୟ ଦେବବ୍ରତ ଜେନା, ରାଜ୍ୟ ପୁଲିସ ହାଉସିଂ ବିଭାଗ ଯୁଗ୍ମ ପରିଚାଳକ ସୁବାସ ଚନ୍ଦ୍ର ପଣ୍ଡା, ଉପ-ପରିଚାଳକ ସୌମ୍ୟକାନ୍ତ ମହନ୍ତ, କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ନାଥ ବେହେରା, ଜିଲ୍ଲା କାରଗାର ଅଧିକ୍ଷକ ସୁଜିତ୍ ରାଉଳ, ଜଲେର ଦୀପ୍ତିମୟୀ ରାଉତ, ବାରିପଦା ମଣ୍ଡଳକାରଗାର କାରାପାଳ ପ୍ରଦୀପ୍ତ କୁମାର ବେହେରା, ଜିଲା ବାର ଆସୋସିଏସନ ସଭାପତି ରଘୁନାଥ ପ୍ରଧାନ, ସ୍ପେଶାଳ ପିପି ପ୍ରଣବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକୁ ଜେଲ ଅଧୀକ୍ଷକ ଶ୍ରୀ ରାଉଳ ଓ ପରିବିକ୍ଷଣ ଅଧିକାରୀ ଶ୍ରୀଜେନା ପରିଚାଳନା କରିଥିଲେ। ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପରିବିକ୍ଷଣ ଗୃହ ସ୍ୱଳ୍ପଦିନ ପାଇଁ ଦଣ୍ଡଭୋଗୁଥିବା କଏଦୀଙ୍କ ଚରିତ୍ର ସୁଧାର ଦିଗରେ ବେଶ ସହାୟକ ହେବ ବୋଲି କେନ୍ଦ୍ରର ମୁଖ୍ୟ ଶ୍ରୀ ଜେନା ପ୍ରକାଶ କରିଥିଲେ। ତେବେ ଜେଲ ଅନ୍ତେବାସୀଙ୍କ ଦ୍ୱାରା ଚାଷରେ ଉତ୍ପନ ଫସଲ ଓ ସେମାନଙ୍କ ଦ୍ୱାରା ତିଆରି ହେଉଥିବା ଗାମୁଛା, ଟିଣବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ବିକ୍ରି ପାଇଁ ପୂର୍ବଭଳି ଅସ୍ଥାୟୀ ଦୋକାନରେ ବିକ୍ରି ନକରି ଏଥିପାଇଁ ଜେଲ ପରିସରରେ ତଥା ରାସ୍ତା ପାଶ୍ୱର୍ରେ ଏକ ସ୍ଥାୟୀ ସେଡ୍ ନିର୍ମାଣ କରାଯିବ ବୋଲି ଜେଲର ଶ୍ରୀମତୀ ରାଉତ ସୂଚନା ଦେଇଛନ୍ତି। ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଏହି ସେଡ୍ ଖୁବଶୀଘ୍ର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.