ପେଟ ଫୁଲି ଫୁଲି ଚାଲିଛି: ଯନ୍ତ୍ରଣାରେ ଛଟପଟ ଦାମୋଦର: ଗରିବ ନିତ୍ୟାନନ୍ଦଙ୍କ ପରିବାରର ଦୁଃଖ ବୁଝିବ କିଏ?

ଔପଦା/ବାଲେଶ୍ୱର ୦୨/୦୧ (ଓଡ଼ିଆ ପୁଅ/ନରେନ୍ଦ୍ର ବେହେରା) ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତର ପାଇକପଡା ଗାଁର କୁଞ୍ଜବନସାହିର ନିତ୍ୟାନନ୍ଦ ନାଇକଙ୍କ ପରିବାର ବାସକରନ୍ତି। ପରିବାର କହିଲେ ବଡପୁଅ ଦାମୋଦର ଓ ତା’ର ମା’ ରମାମଣୀ, ୨ଭଉଣୀ ୧ ଭାଇ, ଜେଜେ ବାପା ଓ ଜେଜେ ମା’ା ନିତ୍ୟାନନ୍ଦର ବୟସ ୧୬ ବର୍ଷ ହୋଇଥିବାବେଳେ ଭାଇଭଉଣୀ ଛୋଟଛୋଟ। ଗାଁରେ ନିତ୍ୟାନନ୍ଦ ସବୁଠୁଁ ଅସହାୟ ଗରିବ ବିପିଏଲ ପରିବାର ଅଟେ। ଭୂମିହୀନ ହୋଇଥିବାରୁ ନିତ୍ୟାନନ୍ଦଙ୍କ ପିତାମାତାଙ୍କ ନାମରେ ସରକାରଙ୍କ ତରଫରୁ ମିଳିଛି ମାତ୍ର ତିନି(୩)ଡିସିମିଲ ଘରବାରି ପଟ୍ଟା।ମାତ୍ର ମିଳିଥିବା ପତ୍ତା ଜାଗାଟି ଚିହ୍ନଟ ହୋଇନପାରିବାରୁ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ପରିବାର ଲୋକ। ପରିବାର ପ୍ରତିପୋଷଣ…

"ପେଟ ଫୁଲି ଫୁଲି ଚାଲିଛି: ଯନ୍ତ୍ରଣାରେ ଛଟପଟ ଦାମୋଦର: ଗରିବ ନିତ୍ୟାନନ୍ଦଙ୍କ ପରିବାରର ଦୁଃଖ ବୁଝିବ କିଏ?"

ମାଗଣା ରୋଗ ନିଦାନ ସେବା ଆରମ୍ଭରୁ କେଁ: ରାଜ୍ୟରେ ଚାଲିଛି କେବଳ ଘୋଷଣା ସର୍ବସ୍ୱ ସରକାର : ବିଜେପି

– ବିଭିନ୍ନ ରୋଗ ପରୀକ୍ଷା ପାଇଁ ରୋଗୀଠୁ ଅର୍ଥ ଆଦାୟ କରିବା ନବୀନ ସରକାରଙ୍କ ନିଦାନ ଯୋଜନା ପ୍ରଥମରୁ ବିଫଳ – ଯୋଜନା ଘୋଷଣା କରି ଏହାକୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ ନକରିବାରେ ଧୁରନ୍ଦର ନବୀନ ସରକାର – ଠିକା ନର୍ସମାନଙ୍କୁ ନିୟମିତ କରିବା ସହ ସମାନ କାମ ଓ ସମାନ ଦରମା କଥା କହିବା ପରେ ବି ସେମାନଙ୍କୁ କେବେ ନିୟମିତ କରାଯିବ ଭୁବନେଶ୍ୱର ତା ୦୧/୦୧ (ଓଡ଼ିଆ ପୁଅ) : ରାଜ୍ୟ ସରକାର ରାଜ୍ୟରେ ଗରିବ ଲୋକଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍୍ୟସେବା ଯୋଗାଇବା ପାଇଁ ନିଦାନ ଯୋଜନାର ଘୋଷଣା କରିବା ଏବଂ କଟକ ବଡ ମେଡିକାଲରୁ କାର୍ଯ୍ୟକାରୀ କରି ଆରମ୍ଭରୁ ଫେଲ ମାରିବା…

"ମାଗଣା ରୋଗ ନିଦାନ ସେବା ଆରମ୍ଭରୁ କେଁ: ରାଜ୍ୟରେ ଚାଲିଛି କେବଳ ଘୋଷଣା ସର୍ବସ୍ୱ ସରକାର : ବିଜେପି"

କ୍ୟାନସର ରୋଗୀଙ୍କୁ ବୌଦ୍ଧରେ ମିଳିବ କେମୋଥେରାପି ଚିକିତ୍ସା

ବୌଦ୍ଧ, ୦୧.୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ସଂପ୍ରତି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବୌଦ୍ଧ ଜିଲାରେ ଏକ କ୍ୟାନସର ପରାମର୍ଶ ଓ କେମୋଥେରାପି ଚିକିତ୍ସା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲାପାଳ ମଧୁସୁଦନ ମିଶ୍ର ଏହି ମାଗଣା କ୍ୟାନସର ପରାମର୍ଶ ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରେ ୧୮ ଜଣ କର୍କଟ ରୋଗୀଙ୍କ ସମେତ ତାଲିମ ପ୍ରାପ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଶିବିରରେ ମୁମ୍ବାଇର ସୁନାମଧନ୍ୟ କର୍କଟ ରୋଗ ବିଶେଷଜ୍ଞ ଡା. ଦିନେଶ ପାଣ୍ଡେରକର ଓ ବୁର୍ଲା ମେଡିକାଲ କଲେଜର କର୍କଟ ରୋଗ ବିଶେଷଜ୍ଞ ଡା. ଦୀପକ କୁମାର ପାଣିଗ୍ରାହୀ ଓ ବୌଦ୍ଧର ତାଲିମ ପ୍ରାପ୍ତ…

"କ୍ୟାନସର ରୋଗୀଙ୍କୁ ବୌଦ୍ଧରେ ମିଳିବ କେମୋଥେରାପି ଚିକିତ୍ସା"