Home Top News ବିଜନ ବନାନୀର ସମ୍ପଦ: ସୁନ୍ଦରବନ ମହୁ – ଭାରି ସ୍ୱାଦିଷ୍ଟ, ଭାରି ସ୍ୱାସ୍ଥ୍ୟପ୍ରଦ ..

ବିଜନ ବନାନୀର ସମ୍ପଦ: ସୁନ୍ଦରବନ ମହୁ – ଭାରି ସ୍ୱାଦିଷ୍ଟ, ଭାରି ସ୍ୱାସ୍ଥ୍ୟପ୍ରଦ ..

122

ଭୁବନେଶ୍ୱର: ବିବିଧ ଫୁଲ ଭରା ସୁନ୍ଦରବନ ହେନ୍ତାଳ ବଣର ମହୁ, ବଙ୍ଗୋପ ସାଗରରେ ଗଙ୍ଗା, ବ୍ରହ୍ମପୁତ୍ର ଓ ମେଘନା ନଦୀର ସଂଗମ ସ୍ଥଳରେ ସୃଷ୍ଟି ତ୍ରିକୋଣ ଭୂମିରେ ବିଶ୍ୱର ସର୍ବବୃହତ ଲୁଣା ଜଙ୍ଗଲ ସୁନ୍ଦରବନ ଅବସ୍ଥିତ। ମହୁଫେଣା ଜରିଆରେ ମହୁମାଛିଙ୍କ ଏକ ବିରାଟ ଆବାସସ୍ଥଳୀ। ମହୁଚାଷ ଅନେକ ପୂର୍ବରୁ ଲୋକମାନେ ଜଙ୍ଗଲର ମହୁଫେଣାରୁ ମହୁ ସଂଗ୍ରହ କରୁଥିଲେ। ଏବେ ବି ସୁନ୍ଦରବନ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସେହି ଉପାୟରେ ମହୁ ମାରିଥାଆନ୍ତି। ସୁନ୍ଦରବନ ମହୁର ମହକ ସେ ଅଞ୍ଚଳରେ ଜୈବ ବିବିଧତାର ସୂଚନା ଦେଇଥାଏ। ଖଲିସା, ବାନୀ ଓ ଗରନ ଭଳି ଅନେକ ହେନ୍ତାଳ ବଣ ଫୁଲ ସୁରଭିରୁ ସଂଗୃହିତ ଅମୃତସମ ରସ ଏହି ମହୁକୁ ଖୁବ୍ ସୁସ୍ୱାଦୁ କରିଥାଏ। ଅନ୍ୟାନ୍ୟ ମହୁ ତୁଳନାରେ ଏଥିରେ ଅଠାଳିଆ ଭାଗ କମ୍ ଥାଏ। ଶତ ପ୍ରତିଶତ ପ୍ରାକୃତିକ ଓ ଖାଣ୍ଟି ସୁନ୍ଦରବନର ମହୁ ସୁନ୍ଦର ବାସ୍ନାରେ ଭରପୂର ହେବା ସହ ଖୁବ୍ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ।
-/DevDRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.