Home Top News ୟୁକ୍ରେନରୁ ଫେରିଥିବା ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ବିଶେଷଜ୍ଞ କମିଟିକୁ ୬ ସପ୍ତାହ ସମୟ...

ୟୁକ୍ରେନରୁ ଫେରିଥିବା ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ବିଶେଷଜ୍ଞ କମିଟିକୁ ୬ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

89

ନୂଆ ଦିଲ୍ଲୀ ୨୭-୧ (ଓଡ଼ିଆ ପୁଅ) ୟୁକ୍ରେନ ଏବଂ ଋଷ ଯୁଦ୍ଧ କାରଣରୁ ଭାରତକୁ ଫେରିଥିବା ପ୍ରାୟ ୨୦, ୦୦୦ ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ସମସମ୍ୟାର ସମାଧାନ ସମ୍ପର୍କରେ ଏକ ମାମଲାର ଶୁଣାଣି ବୁଧବାର ଦିନ ସୁପ୍ରୀମକୋର୍ଟ କରିଥିଲେ। ଶୁଣାଣି ସମୟରେ ଏହି ଛାତ୍ରଛାତ୍ରୀମାନଙ୍କ ସମସ୍ୟାର ସମାଧାନ ପାଇଁ ଏକ ବାଟ ବାହାର କରିବାକୁ ଖଣ୍ଡପୀଠ ବିଶେଷଜ୍ଞ କମିଟିକୁ ଆଉ ୬ ସପ୍ତାହ ସମୟ ଦେଇଛନ୍ତି।

ଜଷ୍ଟିସ୍ ବି.ଆର ଗାଭାଇ ଏବଂ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କେନ୍ଦ୍ର ତରଫରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି ଯେ ଏହି ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ବିଶେଷ କରି ଅନ୍ତିମ ବର୍ଷର MBBS ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ବିଶେଷଜ୍ଞ କମିଟି ରାଜ୍ୟ ସହିତ ପରାମର୍ଶ କରିବାକୁ ଇଚ୍ଛା କରୁଥିବାରୁ ଅତିରିକ୍ତ ସଲିସିଟର ଜେନେରାଲ ନ୍ୟାୟାଳୟକୁ ୬ ସପ୍ତାହ ଅଧିକ ସମୟ ମାଗିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.