Home Top News ବ୍ରହ୍ମପୁର: ରାସ୍ତାରେ ପଡ଼ିଛି ଅସହାୟ କ୍ଷତାକ୍ତ ମଣିଷ – ହଜିଯାଇଛି ମାନବିକତା ..

ବ୍ରହ୍ମପୁର: ରାସ୍ତାରେ ପଡ଼ିଛି ଅସହାୟ କ୍ଷତାକ୍ତ ମଣିଷ – ହଜିଯାଇଛି ମାନବିକତା ..

115

ଭୁବନେଶ୍ୱର/ବ୍ରହ୍ମପୁର: ବ୍ରହ୍ମପୁର ଅଶୋକ ନଗର ରାସ୍ତାରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଜଣେ ଅସହାୟ କ୍ଷତାକ୍ତ ମଣିଷ ଦୁଇ ତିନି ଦିନ ହେଲା ଅଶୋକ ନଗର ରାସ୍ତାରେ ପଡ଼ିରହିଛି। ବ୍ୟକ୍ତି ଜଣଙ୍କର ଗୋଡ଼ ପାଦ ପାଖ କଟିଯାଇ ମାଂସ ବାହାରକୁ ବାହାରି ଆସିଛି। ଚିକିତ୍ସା ଅଭାବରୁ ମାଂସ ସଢ଼ି ଯିବା ସହ ପାଦ ରଙ୍ଗ ନିସ୍ତେଜ ପଡ଼ିଗଲାଣି। ଦିନ ସାରା ରାସ୍ତା ଉପରେ ପଡ଼ି ରହିବା ସହ ରାତି ହେଲେ ଘୋଷାଡ଼ି ଘୋଷାଡ଼ି ଯାଇ କେଉଁ ଦୋକାନ ବାରଣ୍ଡାରେ ସେ ଶୋଇପଡ଼ୁଛି। ରାସ୍ତାରେ ଅନେକ ଲୋକ ଯାଉଛନ୍ତି, ପାଖରେ ମନ୍ଦିର ଦର୍ଶନ ପାଇଁ ଯାଉଛନ୍ତି। କିନ୍ତୁ, ଏହି ଅସହାୟ ମଣିଷର କଷ୍ଟ କାହାରିକୁ ଦେଖାଯାଉନି। ନର ସେବା ହିଁ ନାରାୟଣ ସେବା ଭୁଲି ଯାଇଛନ୍ତି ଏମାନେ। ବ୍ୟକ୍ତି ଜଣଙ୍କର ପରିଚୟ ମିଳି ପାରୁନାହିଁ। ପଚାରିଲେ ସେ ସ୍ପଷ୍ଟ ଭାବରେ କିଛି କହୁ ନାହାଁନ୍ତି। ସେ ଯାହା ହେଉ, ଚାହୁଁ ଚାହୁଁ ଅସହାୟ ମଣିଷଟିର ଜୀବନ ଯିବା ପୂର୍ବରୁ ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇବାର ଆବଶ୍ୟକତା ରହିଛି।

-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.