ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଗାଡି ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଅବକାରୀ ସବଇନିସପେକ୍ଟର ଆହତ, ତିନି ଗଞ୍ଜେଇ ଚାଲାଣକାରୀ ଗିରଫ

ମାଲକାନଗିରି, ୯ା୧(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ଅବକାରି ବିଭାଗ କୁ ଏକ ବଡଧରଣର ସଫଳତା ମିଳିଛି। ଦୁଇଟି ଘଟଣାରେ 5 କ୍ବିଣ୍ଟାଲ 31କେଜି ଗଞ୍ଜେଇ ଓ ଗାଡି ଜବତ ହେବାସହିତ 3ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି,  ଅଭିନବ ଉପାୟରେ ଠାକୁରପୁର୍ଣ୍ଣ ବ୍ରହ୍ମ ଶ୍ରୀ ଶ୍ରୀ ଗୁରୁଚାନ୍ଦ ଠାକୁର ଲେଖା ଯାଇଥିବା ଗାଡିରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଜିଲ୍ଲା ଅବକାରି ବିଭାଗ ହାବୁଡରେ ପଡି ଜଣେ ଗିରଫ ହେବା ସହିତ ୪ କ୍ୱିଟାଂଲ 27କେଜି ଗଞ୍ଜେଇ ଓ ଗାଡି ଜବତ ହୋଇଛି। ଅନ୍ୟ ଏକ ସ୍ଥାନରେ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୧ କ୍ବିଣ୍ଟା ଗଞ୍ଜେଇ…

"ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଗାଡି ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଅବକାରୀ ସବଇନିସପେକ୍ଟର ଆହତ, ତିନି ଗଞ୍ଜେଇ ଚାଲାଣକାରୀ ଗିରଫ"

ବାଲେଶ୍ୱର: ବ୍ରାଉନ୍ ଜବତ ଜଣେ ଗିରଫ

ବାଲେଶ୍ୱର ୯-୧ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି) ବାଲେଶୱର ଜିଲ୍ଲା ଜଳେଶ୍ୱର ନିକଟରେ ଅବକାରୀ ବିଭାଗ ଚଢ଼ାଉ କରି 20 ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏହି ମାମଲାରେ ସେକ୍ ଆଜବାହକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ୍। ଜବତ କରାଯାଇଥିବା ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ ବୋଲି ତଦନ୍ତ ଅଧିକାରୀ କରୁଣାକର ତିୱାରୀ କହିଛନ୍ତି।

"ବାଲେଶ୍ୱର: ବ୍ରାଉନ୍ ଜବତ ଜଣେ ଗିରଫ"

ସମଲିଙ୍ଗି ଯୌନ ସଂମ୍ପର୍କ ଅପରାଧ କି ନୁହେଁ ? ସୁପ୍ରିମ କୋର୍ଟ ପୁନଃ ବିଚାର କରିବେ

ମୁଖ୍ୟ କଥା: – ସୁପ୍ରିମ କୋର୍ଟ କେସ୍ କୁ ବଡ଼ ବେଞ୍ଚକୁ ରେଫର କଲେ – ସୁପ୍ରିମ କୋର୍ଟରେ ନାଜ ଫାଉଣ୍ଡେସନ ଦାଖଲ କରିଥିଲେ ଯାଚିକା – ସୁପ୍ରିମ କୋର୍ଟ IPC ର ଧାରା 377 ରେ ପରିବର୍ତ୍ତନ କରିବା ପାଇଁ ମନା କରିଥିଲେ ନୂଆଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ସମଲୈଙ୍ଗିକତା (ସମଲିଙ୍ଗି ଯୌନ ସଂମ୍ପର୍କ) ମାମଲାରେ ସୁପ୍ରିମ କୋର୍ଟ ସୋମବାରଦିନ ଏକ ଯାଚିକା ଉପରେ ଶୁଣାଣି କରି କହିଲେ କି କୋର୍ଟ ନିଜର ଫଇସଲା ଉପରେ ପୁନର୍ବିଚାର କରିବେ। ଏହି ମାମଲା ଏବେ ଉଚ୍ଚ ଖଣ୍ଡପୀଠକୁ ପଠାଇ ଦିଆଯାଇଛି। ସୁପ୍ରିମ କୋର୍ଟ ଆଇପିସିର ଧାରା ୩୭୭ ଅର୍ଥାତ ସମଲୈଙ୍ଗିକତାକୁ ଅପରାଧ କହୁଥିବା ଧାରାକୁ ଠିକ୍…

"ସମଲିଙ୍ଗି ଯୌନ ସଂମ୍ପର୍କ ଅପରାଧ କି ନୁହେଁ ? ସୁପ୍ରିମ କୋର୍ଟ ପୁନଃ ବିଚାର କରିବେ"

ସହର ଉପକଣ୍ଠକରେ ଫୁଟିଲା ଗୁଳି… ଦୁର୍ଦ୍ଦାନ୍ତ ଗଙ୍ଗା ଭୋଳ ଗୁରୁତର

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପୁରୀରେ ପୁଣି ଗୁଳି ଫୁଟିଲା। ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଥିରେ ବାଟ ଗାଁର ଦୁର୍ଦ୍ଦାନ୍ତ ଗଂଗାଧର ଭୋଳ ଗୁରୁତର ଆହତ ହୋଇଛି। ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ପୁରୀ ଭୁବନେଶ୍ୱର ଜାତୀୟରାଜପଥର କାଠପୋଲ ନିକଟରେ ଘଟିଛି ଏହିକାଣ୍ଡ।ବାଟଗାଁର ଗଂଗାଭୋଳ ନିଜ ଭାଟିରୁ ଘରକୁ ଫେରୁଥିବା ବେଳେ ହଠାତ୍ ୪ଟି ବାଇକରେ ୮ ଜଣ ଯୁବକ ଆସି କାଠପୋଲ ନିକଟରେ ତାଙ୍କୁ ଖଣ୍ଡା ଓ ଭୂଜାଲିରେ ଆତଙ୍କିତ ଆକ୍ରମଣ କରିଥିଲେ। ଏଥିରେ ଗଂଗା ବର୍ତ୍ତୀ ଯାଇ ଦୈାଡି ପଳାଇବା ସମୟରେ ପଛପଟୁ ଦୁବୃତ ମାନେ ତାଙ୍କୁ ଗୁଳି କରିଥିଲେ।…

"ସହର ଉପକଣ୍ଠକରେ ଫୁଟିଲା ଗୁଳି… ଦୁର୍ଦ୍ଦାନ୍ତ ଗଙ୍ଗା ଭୋଳ ଗୁରୁତର"

ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଚଢାଉ, କାର ସହିତ ୧୩୪ କେଜି ଗଜେଂଇ ଜବତ, ଦୁଇ ଗିରଫ

ମାଲକାନଗିରି, ୬ା୧ (ଓଡିଆ ପୁଅ) ଚିତ୍ରକୋଣ୍ଡା ଅଚଂଳରୁ ଚୋରା ଗଜେଂଇ ଚାଲାଣ କରୁଥିବା ସମୟରେ ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ହାତରେ ଏକ କାର ୧୩୪କେଜି ଗଜେଂଇ ସହ ଦୁଇଜଣ ଧରା ପଡିଛନ୍ତି, ମାଲାକଗନରି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ବିଭିନ୍ନ ଅଚଂଳ ଚଢ଼ାଉ କରାଯାଇ ଚୋରା ଗଜେଂଇ ଚାଲାଣକୁ ଧରପଗଡ କରିବା ସହ ଗଜେଂଇ ଚାଷ ଗୁଡିକୁ ନଷ୍ଟ କରାଯାଉଛି। ଚିତ୍ରକୋଣ୍ଡା ଅଚଂଳରୁ ଏକ କାର ଯୋଗେ କିଛି ବେପାରି ଚୋରାରେ ଗଜେଂଇ ଚାଲାଣ କରୁଥିବାର ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ଆଜି ସକାଳେ ମାଲକାନଗିରି ଜିଲ୍ଲା ଅବକାରି ଅଧିକ୍ଷକ ଅଶୋକ କୁମାର…

"ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଚଢାଉ, କାର ସହିତ ୧୩୪ କେଜି ଗଜେଂଇ ଜବତ, ଦୁଇ ଗିରଫ"

ଯୌତୁକ ପାଇଁ କେମିକାଲ ଇଂଜିନିୟର ସ୍ୱାମୀ ଓ ତାର ପରିବାର ଦ୍ୱାରା ନବବଧୂକୁ ହତ୍ୟା ଉଦ୍ୟମ ଉଦ୍ଧାର ମୂମୁର୍ଷ ଭଉଣୀକୁ ଡାକ୍ତରଖାନା ଆଣିଲେ ଭାଇ, ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବିବାହର ମାତ୍ର ଆଠ ମାସ ମଧ୍ୟରେ ଜଣେ ଉଚ୍ଚଶିକ୍ଷିତ କେମିକାଲ ଇଂଜିନିୟର ଓ ତାଙ୍କ ପରିବାର ଲୋକଙ୍କ ଦ୍ୱାରା ଯୌତୁକ ନିର୍ଯ୍ୟାତନାର ସମ୍ମୁଖୀନ ହୋଇଆସୁଥିବା ମହିଳା ସେମାନଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ନିର୍ଯ୍ୟାତିତା ମହିଳାଙ୍କ ଭାଇଙ୍କ ପକ୍ଷରୁ ଏହି ଜିଲାର ବାସୁଦେବପୁର ଥାନାରେ ଏକ ଅଭିଯୋଗ ପତ୍ର ଦିଆଯିବା ସହ ଆଜି ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ତାଙ୍କ ପିତାଙ୍କ ପକ୍ଷରୁ ଅବଗତ କରାଯାଇଛି। ତେବେ ଆଜି କେତେକ ଗଣମାଧ୍ୟମ ପ୍ରତିନିଧି ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଗୁରୁତର…

"ଯୌତୁକ ପାଇଁ କେମିକାଲ ଇଂଜିନିୟର ସ୍ୱାମୀ ଓ ତାର ପରିବାର ଦ୍ୱାରା ନବବଧୂକୁ ହତ୍ୟା ଉଦ୍ୟମ ଉଦ୍ଧାର ମୂମୁର୍ଷ ଭଉଣୀକୁ ଡାକ୍ତରଖାନା ଆଣିଲେ ଭାଇ, ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ"

ମୃତ ଶିକ୍ଷୟିତ୍ରୀଙ୍କୁ କ୍ଷତିପୁରଣ ଦେବାକୁ ଦାବି

ଭୁବନେଶ୍ୱର, ୫ା୧ (ଓଡ଼ିଆ ପୁଅ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ହରିପୁର ଉଗ୍ରତାରା ନୋଡାଲ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଅଞ୍ଜଳୀ ଦେହୁରୀଙ୍କୁ ଗତକାଲି କିଛି ଦୁର୍ବୁତ ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟାକରିଥିବା ଘଟଣାକୁ ନୂତନ ପେନ୍ସନ୍ ଯୋଜନା ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦୃଢ ନିନ୍ଦିକରାଯିବା ସହ ଦୋଷି ମାନଙ୍କୁ ୨୪ ଘଂଟା ମଧ୍ୟରେ ଗିରଫ କରିବା ଓ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସଂଘ ତରଫରୁ ଦାବି କରାଯାଇଛି। ସୂଚନା ଯୋଗ୍ୟ ଉକ୍ତ ଶିକ୍ଷୟିତ୍ରୀ ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ଘଟଣାର ଶିକାର ହୋଇଥିଲେ। ମୃତ ଶିକ୍ଷୟିତ୍ରୀଙ୍କ ରୋଜଗାର ଉପରେ ପରିବାର ନିର୍ଭର କରିଥିବାରୁ…

"ମୃତ ଶିକ୍ଷୟିତ୍ରୀଙ୍କୁ କ୍ଷତିପୁରଣ ଦେବାକୁ ଦାବି"

ଶିକ୍ଷୟିତ୍ରୀଙ୍କୁ ହତ୍ୟା :ବିଲରୁ ମିଳିଲା ଶବ

ଖୋର୍ଦ୍ଧା ୪ ଜାନୁଆରୀ (ଓଡିଆ ପୁଅ /ଜୟେନ୍ଦ୍ର ବେହେରା) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆପଡା ପଞ୍ଚାୟତର ହରିପୁର ଉଗ୍ରତାରା ନୋଡ଼ାଲ ହାଇସ୍କୁଲର ଶିକ୍ଷୟିତ୍ରୀଙ୍କୁ ବିଲ ଭିତରୁ ଅତି ନିର୍ମମ ଭାବେ ହତ୍ୟା କରିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ବିଲରୁ ତାଙ୍କର କ୍ଷତାକ୍ତ ଶବ ମିଳିଛି।ଠେଙ୍ଗାରେ କେହି ତାଙ୍କ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଶିକ୍ଷୟିତ୍ରୀଙ୍କ ନାମ ଅଞ୍ଜଳି ଦେହୁର ଓ ତାଙ୍କ ଘର ବେଗୁନିଆ ଅଞ୍ଚଳରେ ବୋଲି ଜଣା ପଡିଛି।ସେ ଶିକ୍ଷା ସହାୟିକା ରୂପେ ନିଯୁକ୍ତି ପାଇ ଏଠାରେ କାର୍ଯ୍ୟ କରୁଥିଲେ। ସ୍କୁଲଠାରୁ ପ୍ରାୟ ଦୁଇ କି.ମି ଦୂର ବଡ଼ପୋଖରିଆ ଗ୍ରାମର ଆଦିବାସୀ ସାହିରେ…

"ଶିକ୍ଷୟିତ୍ରୀଙ୍କୁ ହତ୍ୟା :ବିଲରୁ ମିଳିଲା ଶବ"

ଢାବା ମାଲିକଙ୍କ ଉନ୍ମତକାଣ୍ଡ – ପାରିଶ୍ରମିକ ମାଗିବାରୁ ଏନଏଚ ଉପରେ କର୍ମଚାରୀଙ୍କୁ କାଠଫାଳିଆରେ ନିସ୍ତୁକ ମାଡ

ବୌଦ୍ଧ, ୦୫ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଥିବା ଏକ ଢାବା ରେ ସାମାନ୍ୟ କଥାକୁ କେନ୍ଦ୍ର କରି କାର୍ଯ୍ୟରତ ଜୈନିକ କର୍ମଚାରୀ ଙ୍କୁ ଢାବା ମାଲିକ ସର୍ବ ସମ୍ମୁଖରେ ଅମାନବୀୟ ଭାବେ ନିସ୍ତୁକ ମାଡ ମାରି ଗୁରୁତର ଆହାତ କରିଥିବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଆହାତ କର୍ମଚାରୀ ଜଣକ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମତେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଗ୍ରାମର ସରୋଜ କୁମାର ପଣ୍ଡା (୩୫) ନାମକ ଜଣେ ଯୁବକ ଦୀର୍ଘ ଦିନ ହେଲା ପୁରୁଣାକଟକ ଦେଇ ଯାଇଥିବା ଖୋର୍ଦ୍ଧା…

"ଢାବା ମାଲିକଙ୍କ ଉନ୍ମତକାଣ୍ଡ – ପାରିଶ୍ରମିକ ମାଗିବାରୁ ଏନଏଚ ଉପରେ କର୍ମଚାରୀଙ୍କୁ କାଠଫାଳିଆରେ ନିସ୍ତୁକ ମାଡ"

ପାରିବାରିକ ବିବାଦରୁ ମାଡପିଟ; ୯ ଆହତ

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ଗ୍ରାମରେ ଦୁଇଟି ପରିବାର ମଧ୍ୟରେ ବିବାଦରୁ ମାଡପିଟ ଘଟି ୫ଜଣ ଆହତ ହୋଇଛନ୍ତ। ପୂର୍ବରୁ ଗତ ୩୧ ତାରିଖରେ ସଙ୍ଗଠିତ ଗଣ୍ଡଗୋଳରେ ୪ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଖବର ଅନୁଯାୟୀ, ଗାଁର ଦୁର୍ଯ୍ୟୋଧନ ରାଉତ ଓ ମହେନ୍ଦ୍ର ରାଉତଙ୍କ ପରିବାର ମଧ୍ୟରେ ବିବାଦ ଥିଲା। ଗତ ୩୧ ତାରିଖରେ ଏଥିନେଇ ଗଣ୍ଡଗୋଳ ଘଟି ୪ଜଣ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ମହେନ୍ଦ୍ରଙ୍କ ପୁତୁରା କୈଳାସ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ପୁନର୍ବାର ଗଣ୍ଡଗୋଳ…

"ପାରିବାରିକ ବିବାଦରୁ ମାଡପିଟ; ୯ ଆହତ"