Home Top News ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ତେଲେଙ୍ଗାସାହି ଯୁବକ

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ତେଲେଙ୍ଗାସାହି ଯୁବକ

28

ବାଲେଶ୍ୱର, ୧୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ପୂର୍ବ ଶତ୍ରୁତାକୁ ନେଇ ସୋମବାର ଦିନ ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ତେଲେଙ୍ଗା ସାହିର ଜନୈକ ଯୁବକଙ୍କୁ ପ୍ରଥମେ ବାଲେଶ୍ୱର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ଯୁବକ ଜଣକ ହେଲେ ବାଲେଶ୍ୱର ସହରର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ତେଲେଙ୍ଗାସାହିର ଲକ୍ଷ୍ମଣ ପାତ୍ରଙ୍କ ପୁତ୍ର ଦିବ୍ୟଜିତ୍ ପାତ୍ର (୨୬)। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ସେ ବାଲେଶ୍ୱର ରେଳଷ୍ଟେସନ ପାଖକୁ ଆସୁଥିବା ବେଳେ ଶିଶୁ ଉଦ୍ୟାନ ନିକଟରେ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ସେଠାରେ ଲୁଚି ରହିଥିବା ୧୦ରୁ ଅଧିକ ଯୁବକ ଦିବ୍ୟଜିତ୍‌ଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ତେଲେଙ୍ଗା କଟୁରୀ ଓ ଭୁଜାଲି ମାଡ଼ରେ ଚିତ୍କାର କରିବା ସହ ଚେତାଶୂନ୍ୟ ହୋଇ ସେ ତଳେ ପଡ଼ିଯାଇଥିବା ବେଳେ ଆକ୍ରମଣକାରୀ ଯୁବକମାନେ ସେଠାରୁ ଉଭାନ ଯାଇଥିଲେ। ଖବର ପାଇ ପରିବାର ଲୋକେ ଓ ସହଦେବଖୁଣ୍ଟା ଥାନା ପୁଲିସ ଶିଶୁ ଉଦ୍ୟାନ ନିକଟରେ ପହଞ୍ଚି ଚେତାଶୂନ୍ୟ ଦିବ୍ୟଜିତ୍‌ଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ସହ ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ଆରମ୍ଭ ହେବାର କିଛି ସମୟ ମଧ୍ୟରେ ତାଙ୍କର ଅବସ୍ଥା କ୍ରମଶଃ ସଂକଟାପନ୍ନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ। ପୂର୍ବରୁ ଡିଜେ ବେପାର କରୁଥିବା ଦିବ୍ୟଜିତ୍ କରୋନା କଟକଣା ଲାଗିବା ପରେ ବାହାର ରାଜ୍ୟରୁ ଏକ ବାଜାଦଳ ଆଣି ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଡ଼ାରେ ପଠାଇ ବେଶ୍ ଚଳିଯାଉଥିଲେ। ଏଥି ସହିତ ବେଳେ ବେଳେ ରିଜର୍ଭେସନ ରେଲୱେ ଟିକେଟ୍ ଲୋକଙ୍କୁ ଚଢ଼ା ମୂଲ୍ୟରେ ବିକ୍ରି କରି କିଛି କିଛି ଆୟ କରୁଥିଲେ। ତେବେ ରେଳ ଟିକେଟ୍ କାଟିବାକୁ ନେଇ ଭାସ୍କରଗଞ୍ଜ ଯୁବକଙ୍କ ସହ ତାଙ୍କର ଗତ କିଛିଦିନ ପୂର୍ବରୁ ଗଣ୍ଡଗୋଳ ହୋଇଥିବା ବେଳେ ସେହିମାନେ ପୂର୍ବ ଶତ୍ରୁତାରୁ ତାଙ୍କୁ ଆକ୍ରମଣ କରିଥାଇ ପାରନ୍ତି ବୋଲି ତାଙ୍କ ମାଆ ସନ୍ଦେହ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ ଏକ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.