Home ଅପରାଧ ଦୈତାରୀ ମାଇନ୍ସର ଶହଶହ କ୍ବାଟର ପୋଲିସ ଓ କାଠ ମାଫିଆଙ୍କ କବଜାରେ, ବାର୍ଷିକ ଲକ୍ଷାଧିକ ଟଙ୍କା...

ଦୈତାରୀ ମାଇନ୍ସର ଶହଶହ କ୍ବାଟର ପୋଲିସ ଓ କାଠ ମାଫିଆଙ୍କ କବଜାରେ, ବାର୍ଷିକ ଲକ୍ଷାଧିକ ଟଙ୍କା କ୍ଷତି, କର୍ତ୍ତୃପକ୍ଷ ଚୁପ୍

77

ହରିଚନ୍ଦନପୁର,ତା ୧୦ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ଦୈତାରୀ ମାଇନ୍ସର ଶହଶହ‌ କ୍ବାଟର ବର୍ତ୍ତମାନ କାଠ ମାଫିଆ ଓ ପୂର୍ବରୁ ଥିବା ପୋଲିସ ବାବୁଙ୍କ କବଜାରେ ରହିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଚୁପ୍ । ଖବର ଅନୁଯାୟୀ ଉକ୍ତ କ୍ବାଟର ଗୁଡିକ ଦୀର୍ଘବର୍ଷ ଧରି କେତେକ ରାଜନୈତିକ ବ୍ଯକ୍ତି ଓ କିଛି ପୋଲିସ କର୍ମଚାରୀ ନିଜ କବଜାରେ ରଖିଛନ୍ତି । ଅବରୋଧ କରି ରଖିଥିବା କିଛି କ୍ବାଟର ଗୁଡିକ ବାବୁମାନେ ଭଡା ଲଗାଇ ଭଡ଼ା ଟଙ୍କାରେ ମାଲେମାଲ ହେଉଥିବା ଦେଖିବାକୁ ମିଳିଛି । ଏମିତିକି ଆପଣ ଯାଣିଲେ ମଧ୍ୟ ଆଶ୍ଚର୍ଯ୍ଯ ହେବେ କିଛି କ୍ବାଟର ଗୁଡିକରେ ଟ୍ରିପ୍ ଟ୍ରିପ୍ ଚୋରା କାଠ ରଖି ବେପାର କରାଯାଉଛି । ମୁଖ୍ୟ କଥା ଏହି କ୍ବାଟର ଗୁଡିକରେ ଅନେକ ଅନୈତିକ କାର୍ଯ୍ଯ ହେଉଥିବା ପୂର୍ବରୁ ଅଭିଯୋଗ ରହିଛି । ଦୈତାରୀ ମାଇନ୍ସରେ କାର୍ଯ୍ୟରତ ଥିବା ବଡ଼ବଡ଼ ଅଧିକାରୀମାନଙ୍କୁ ଡରାଇ ଧମକାଇ ବେନିୟମ ଭାବେ କ୍ବାଟର ଗୁଡିକୁ ମାଡି ବସିଛନ୍ତି । ପୂର୍ବରୁ ଥିବା ପୋଲିସ ବାବୁମାନଙ୍କ କଥା ନକହିବା ଭଲ । ବେନିୟମ ଭାବେ ପୋଲିସ ବାବୁମାନେ ଜଣଙ୍କ ପିଛା ୨/୩ଟି ଲେଖାଏଁ କ୍ବାଟର ରଖି ବର୍ଷବର୍ଷ ଧରି ଭଡା ଲଗାଇଛନ୍ତି । ଏମିତିକି ଉକ୍ତ କ୍ବାଟର ଗୁଡିକର ବର୍ଷବର୍ଷ ଧରି ପାଣି ଓ ବିଜୁଳି ବକେୟା କମ୍ପାନୀ ବହନ କରୁଛି । ଯାହାକୁ ନେଇ ଓଏମସି କମ୍ପାନୀର ବାର୍ଷିକ ଲକ୍ଷଲକ୍ଷ ଟଙ୍କା କ୍ଷତି ହେଉଥିବା ବେଳେ କେଉଁ ଉଦ୍ଦେଶ୍ୟରେ ଅଧିକାରୀମାନେ ଚୁପ୍ ହୋଇ ରହିଛନ୍ତି । ଜବର ଦଖଲକାରୀମାନେ ମାଗଣାରେ ସବୁ ବ୍ଯବହାରକୁ ନେଇ କମ୍ପାନୀର ବାର୍ଷିକ ଲକ୍ଷାଧିକ ଟଙ୍କା କ୍ଷତି ହେଉଥିବା ସତ୍ବେ ଅଧିକାରୀ ନିରବ ରହିବାର କାରଣ କ’ଣ ହୋଇପାରେ । ଏହି ଘଟଣା ସମ୍ପର୍କରେ କର୍ତୃପକ୍ଷଙ୍କ ପାଖରେ ସବୁ ଖବର ରହିଥିଲେ ମଧ୍ୟ ଚୁପ୍ କାରଣରୁ ଘଟଣା ଅଧିକ ସନ୍ଦେହ ଘେରକୁ ନେଉଛି । କମ୍ପାନୀର ଏମିତି କ’ଣ ଗୁପ୍ତ ରହସ୍ୟ ରହୁଛି ଯାହାକି ସବୁ ଜାଣି ମଧ୍ୟ କର୍ତ୍ତୃପକ୍ଷ ମୁହଁ ଖୋଲିବାକୁ ଡରୁଛନ୍ତି ତାହାକୁ ଜନସାଧାରଣରେ ଉଠୁଛି ବଡ଼ ପ୍ରଶ୍ନ । ଏଥିପ୍ରତି କମ୍ପାନୀର ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ଘଟଣାର ସଠିକ୍ ତଦନ୍ତ କରାଇ ଉପଯୁକ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.