Home Top News ଜଷ୍ଟିସ୍ ଫର୍ ପରୀ: ରାଜଭବନ ସମ୍ମୁଖରେ ବିଜେପିର ଗଣଧାରଣା

ଜଷ୍ଟିସ୍ ଫର୍ ପରୀ: ରାଜଭବନ ସମ୍ମୁଖରେ ବିଜେପିର ଗଣଧାରଣା

38

ଭୁବନେଶ୍ୱର: ନୟାଗଡ଼ ପରୀ ଘଟଣାକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ପରୀକୁ ନ୍ୟାୟ ପ୍ରଦାନ ଏବଂ ଘଟଣାରେ ଜଡ଼ିତ ଅଭିଯୋଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ସହ ଘଟଣାର ସିବିଆଇ ତଦନ୍ତ କରୁଛି ଭାରତୀୟ ଜନତା ପାର୍ଟି।


ପ୍ରଥମେ ମହିଳା ମୋର୍ଚ୍ଚା ଦ୍ୱାରା ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ ଏହାପରେ ମହିଳା ମୋର୍ଚ୍ଚା ଦ୍ୱାରା ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ପୁଣି ମହିଳା ମୋର୍ଚ୍ଚା ଦ୍ୱାରା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଘର ଭିତରକୁ ଧସେଇ ପସିଯିବାକୁ ଉଦ୍ୟମ ବ୍ୟତୀତ ବିଧାୟକ ମାନଙ୍କ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ ଏବଂ ଏବେ ନୟାଗଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ମାରେ ରିଲେ ଅନଶନ ଚାଲିଥିବା ବେଳେ ଏଣେ ରାଜ ଭବନ ସମ୍ମୁଖରେ ବିଜେପି ପକ୍ଷରୁ କରାଯାଇଛି ଗଣଧାରଣା। ଆଜି ଭୁବନେଶ୍ୱର ରାଜ ଭବନ ସମ୍ମୁଖରେ ଗଣଧାରଣା ଦେଇଛି ବିଜେପି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତା ଧାରଣାରେ ବସିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.