Home Top News ପଶ୍ଚିମବଙ୍ଗରେ ରାଜନୈତିକ ହିଂସା; ପୋଲିସ୍ ବିଜେପି କର୍ମୀ ମୁହାଁମୁହିଁ: ଜଣେ ମୃତ

ପଶ୍ଚିମବଙ୍ଗରେ ରାଜନୈତିକ ହିଂସା; ପୋଲିସ୍ ବିଜେପି କର୍ମୀ ମୁହାଁମୁହିଁ: ଜଣେ ମୃତ

109

କୋଲକତା: ଉତ୍ତର- ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଏକ ରାଲି ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଜେପି ପକ୍ଷରୁ ହେଉଥିବା ବିରୋଧ ପ୍ରଦର୍ଶନ ବେଳେ ପୋଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସଚିବାଳୟକୁ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା। ପରିସ୍ଥିତି ଅଣାୟତ ହେବାରୁ ପୋଲିସ ପକ୍ଷରୁ ପାଣି ମାଡ଼ ଏବଂ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରାଯାଇ ଥିଲା। ତେବେ, ଏଥିରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।


ରାଜ୍ୟ ସରକାର ଉତ୍ତର ବଙ୍ଗଳାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନାହାଁନ୍ତି। ଶାସକ ଦଳ ଆରମ୍ଭ କରୁଥିବା ଜନ କଲ୍ୟାଣ ଯୋଜନାର ଲାଭ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବାରେ ବିଫଳ ହୋଇଛି ଆଦି ଅଭିଯୋଗ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ସରକାର ବିରୋଧରେ ବିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନର ଏହା ଏକ ଅଂଶ ଥିଲା। ଧାରା ୧୪୪ ଅନୁଯାୟୀ ନିଷେଧାଦେଶ ଉଲ୍ଲଂଘନ କରି ଭାରତୀୟ ଜନତା ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ସମୟରେ ଢେଲା ମାଡ଼, ବାଉଁଶ ବ୍ୟାରିକେଡରେ ନିଆଁ ଲଗାଇଦେବା ପରି ଘଟଣା ଘଟିଲା। ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପାଣି ମାଡ଼ କରିବା ସହିତ ଲୁହବୁହା ଗ୍ୟାସ୍ ପ୍ରଯୋଗ କରିଥିଲା। ତେବେ ଏହା ମଧ୍ୟରେ ଜଣେ ବିଜେପି କର୍ମୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ୍ କହିଛି। ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଏହି ରାଲିର ଆୟୋଜନ କରିଥିଲା ବେଳେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ତେଜସ୍ୱୀ ସୂର୍ଯ୍ୟା ମଧ୍ୟ ଏଥିରେ ଯୋଗ ଦେଇଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.