Home Top News ଆଉ ଜଣେ ପରୀ ନିଖୋଜ: ଅଞ୍ଚଳରେ ଭୟର ବାତାବରଣ; ପୀଡ଼ିତ ପରିବାରକୁ ଭେଟିଲେ ସୁରମା ପାଢ଼ୀ

ଆଉ ଜଣେ ପରୀ ନିଖୋଜ: ଅଞ୍ଚଳରେ ଭୟର ବାତାବରଣ; ପୀଡ଼ିତ ପରିବାରକୁ ଭେଟିଲେ ସୁରମା ପାଢ଼ୀ

55

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ବହୁ ବହୁ ଚର୍ଚ୍ଚିତ ଶିଶୁକନ୍ୟା ପରୀ ଅପହରଣ ଏବଂ ମୃତ୍ୟୁ ଘଟଣା ଏ’ ପର୍ଯ୍ୟନ୍ତ ରହସ୍ୟ ଘେରରେ ଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି। ପରୀକୁ କିଏ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା ତାହାର ତଦନ୍ତ ଚାଲିଥିବା ବେଳେ ଏହା ଭିତରେ ନୟାଗଡ଼ ଜିଲ୍ଲାରେ ଏହିପରି ଆଉ ଏକ ଘଟଣାର ପୁନରାବୃତ୍ତି ଘଟିଛି। ନୟାଗଡ଼ ଜିଲ୍ଲା ନରେନ୍ଦ୍ରପୁର, ବଧିପାଟଣା ଗ୍ରାମରୁ ଆଉ ଏକ ଶିଶୁ କନ୍ୟା ନିଖୋଜ ହେବା ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଜଣେ ୩ ବର୍ଷର ଶିଶୁକନ୍ୟା ଶୁକ୍ରବାର ଅପରାହ୍ନରୁ ହଠାତ କେଉଁ ଆଡ଼େ ନିଖୋଜ ହୋଇଯାଇଛି। ରଣପୁର ଥାନା ନରେନ୍ଦ୍ରପୁର, ବଧିପାଟଣା ଗ୍ରାମର ସଞ୍ଜୟ ସାହୁଙ୍କ ଝିଅ ହରପ୍ରିୟା ଶୁକ୍ରବାର ଗାଁ ଦାଣ୍ଡରେ ଖେଳୁଥିଲା। ସନ୍ଧ୍ୟା ହେବା ପରେ ସେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ବି ହରପ୍ରିୟାଙ୍କ କୌଣସି ସନ୍ଧାନ ପାଇନଥିଲେ। ହରପ୍ରିୟା ହଠାତ ଗାଁ ଦାଣ୍ଡରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ। ଏହାକୁ ନେଇ ହରପ୍ରିୟାଙ୍କ ବାପା ସଞ୍ଜୟ ସାହୁ ପୁଲିସ ଷ୍ଟେସନରେ ଏକ ଅଭିଯୋଗ ଦାୟର କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ହରପ୍ରିୟାଙ୍କୁ ଖୋଜିବା ପାଇଁ ପ୍ରୟାସ ଚାଲିଛି। କିନ୍ତୁ ଏ’ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରି ନାହିଁ।


ନୟାଗଡ଼ ଜିଲା ଯଦୁପୁର ଗ୍ରାମର ୫ ବର୍ଷର ଶିଶୁ କନ୍ୟା ପରୀ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିବା ବେଳେ ସେହି ନୟାଗଡ଼ ଜିଲ୍ଲାରୁ ଆଉ ଜଣେ ଶିଶୁ କନ୍ୟାର ନିଖୋଜ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ପୀଡ଼ିତ ପରିବାରଙ୍କୁ ଯାଇ ଭେଟିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.