Home ଅପରାଧ ଦୈତାରୀ ଓଏମସି ପାର୍କିଂ ପ୍ଲାଜାରେ ଗୁଣ୍ଡା ଗିରି ଘଟଣାରେ ୨ ଟିପର ଚାଳକ ଗିରଫ, ପୋଲିସ...

ଦୈତାରୀ ଓଏମସି ପାର୍କିଂ ପ୍ଲାଜାରେ ଗୁଣ୍ଡା ଗିରି ଘଟଣାରେ ୨ ଟିପର ଚାଳକ ଗିରଫ, ପୋଲିସ ତଦନ୍ତ ଜାରି

29

ହରିଚନ୍ଦନପୁର, ତା ୭ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଓଡ଼ିଶା ଖଣି ନିଗମ (ଓଏମସି)ର ବଳିପର୍ବତ ଲୌହଖଣି ଟିପର ପାର୍କିଂ ପ୍ଲାଜାରେ ଭଙ୍ଗାରୁଜା ସହ ଲୁଟପାଟ୍ ଓ ଯବାନଙ୍କ ଉପରେ ଆକ୍ରମଣ ଘଟଣାର କାର୍ଯ୍ୟାନୁଷ୍ଠାନ । ମିଳିଥିବା ଖବର ଅନୁଯାୟୀ ଏହି ଆକ୍ରମଣର ଶିକାର ହୋଇ ୫ଜଣ ଯବାନ ଲହୁଲୁହାଣ ହୋଇ ଚିକିତ୍ସାଧୀନ ଅଛନ୍ତି । ଏନେଇ ହାବିଲଦାର ଗାଇଚାନ୍ଦ ହେମ୍ରମ ଦୈତାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଦୈତାରୀ ପୋଲିସ ଆଇପିସି ଦଫା ୧୪୭, ୧୪୮, ୩୪୧, ୨୯୪, ୩୩୨, ୩୩୩, ୪୨୭, ୩୭୯, ୩୦୭, ୫୦୬ ଓ ୧୪୯ ଆଧାରରେ ୭୭/୨୦ ଏକ କେଶ୍ ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ସହ ଉକ୍ତ ଘଟଣାରେ ପୋଲିସ ଟିପର ଚାଳକ ରାଜୁ ପାତ୍ର ଓ ପ୍ରକାଶ ପାତ୍ରଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଘଟଣା ଅନୁଯାୟୀ ସ୍ଥାନୀୟ ୪ଜଣ ଟିପର ଚାଳକ ଯୋର୍ ଜବରଦସ୍ତ ଗାଡ଼ି ପୁରାଇବାକୁ ଉଦ୍ୟମ କରିଥିଲେ । ଧାର୍ଯ୍ୟ ଲକ୍ଷ ପୁରଣ ହୋଇଯାଇଥିବା ଦର୍ଶାଇ ଏଠାରେ ନିରାପତ୍ତା ଦାୟିତ୍ଵରେ ଥିବା ଓଆଇଏସଏଫ୍ ଯବାନ ଗୌରାଙ୍ଗ ଚନ୍ଦ୍ର ମଲ୍ଲିକ ସେମାନଙ୍କୁ ବାରଣ କରିବାରୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହ ଚାଳକ ବାବୁଲାଲ ଦାସ ଓ ୩ଜଣ ସାଥି ପାର୍କିଂୟାର୍ଡ ସମ୍ମୁଖ ରାସ୍ତାରେ ଗାଡ଼ି ଗୁଡ଼ିକ ଆଡ଼ ପକାଇ ରାସ୍ତା ଅବରୋଧ କରିଥିଲେ । ଯାହାକୁ ନେଇ ଦାୟିତ୍ଵରେ ଥିବା ହାବିଲଦାର ସେକ୍ ଜାମୁଲାଲ୍ ଓ କନେଷ୍ଟବଳ ଲିଙ୍ଗରାଜ ବେହେରା ବିରୋଧ କରିବା ସହ ରାସ୍ତା ମଧ୍ୟରୁ ଗାଡ଼ି ଗୁଡ଼ିକ ଉଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଉକ୍ତ ଚାଳକମାନେ ହାବିଲଦାର ଓ କନେଷ୍ଟବଳ କଥାକୁ ବେଖାତିର କରି ମାଲିକଙ୍କୁ ଡାକି ଯବାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବ୍ରାହ୍ମଣୀପାଳ ଅଞ୍ଚଳର ଟିପର ମାଲିକ ବିଶ୍ବନାଥ ଦାସ ଏକ ସ୍କର୍ପିଓ ଯୋଗେ ୭/୮ଜଣ ଆସି ଲୁହାରଡ୍, ସ୍ଲାଇ ରେଞ୍ଚ୍ ଓ ପଥର ଖଣ୍ଡରେ ଅତର୍କିତ ଭାବେ ଆକ୍ରମଣ କରାଯାଇଥିବା ହାବିଲଦାର ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ଏଥିସହ ପାର୍କିଂ ପ୍ଲାଜା ମଧ୍ୟରେ ଯୋର୍ ଜବରଦସ୍ତ ପ୍ରବେଶ କରି ଯବାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଉଭୟ ଲହୁଲୁହାଣ ହୋଇ ଗୁରୁତର ଆହତ ହୋଇଥିଲେ । ସେଠାରେ ଲାଗିଥିବା କମ୍ପ୍ୟୁଟର ଭାଙ୍ଗି ଦେଇଥିବା ସହ ପ୍ରିଣ୍ଟର ଓ ଯାବ୍ରା ଫୋନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.