Home Top News ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତା କାଲିଠୁ ବିଜେପିର...

ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ଆସନ୍ତା କାଲିଠୁ ବିଜେପିର ୫ ଦିନିଆ ପଦଯାତ୍ରା

22

ଭୁବନେଶ୍ୱର: ଚଳିତ ମାସ ୫ ତାରିଖରୁ ଆଜିକୁ ୧୫ ଦିନ ହେଲା ‘ପରୀ’କୁ ନ୍ୟାୟ ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଗଣଧାରଣା କରାଯାଉଛି। ଏହି ଧାରଣାଟି ଧିରେ ଧିରେ ଗୋଟିଏ ବଡ଼ ଆନ୍ଦୋଳନରେ ପରିବର୍ତ୍ତିତ ହୋଇଛି। ଭାରତୀୟ ଜନତା ପାର୍ଟି ରାଜ୍ୟର ସମସ୍ତ ୧୪୭ଟି ବିଧାନସଭାରେ ପଦଯାତ୍ରା କରି ଏହି ଆନ୍ଦୋଳନକୁ ଆହୁରୀ ତୀବ୍ରତର କରିଛି। ପରୀ ସମେତ ରାଜ୍ୟରେ ନିଖୋଜ ୫ ହଜାରରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କୁ ନ୍ୟାୟ ପାଇଁ ଆସନ୍ତା କାଲିଠୁ ୫ ଦିନିଆ ପରୀକୁ ନ୍ୟାୟ ପାଇଁ ପଦଯାତ୍ରା ଅନୁଷ୍ଠିତ ହେବ। ଆସନ୍ତା କାଲି ୨୦ ତାରିଖ ସକାଳ ୯ ଟାରେ ଭୁବନେଶ୍ୱରରୁ ଏକ ପଦଯାତ୍ରା ପରୀର ଗାଁ ନୟାଗଡ଼ ଜିଲ୍ଲା ଯଦୁପୁରକୁ ପଦଯାତ୍ରା କରିବ। ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ ହୋଇ ଆଗାମୀ ୫ ଦିନରେ ୯୮ କିଲୋମିଟର ଯାତ୍ରା କରି ଯଦୁପୁରରେ ପହଞ୍ଚିବ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଡ. ଯତୀନ ମହାନ୍ତି କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡ. ମହାନ୍ତି କହିଛନ୍ତି ଯେ, ଏହି ପଦଯାତ୍ରା ଦିନକୁ ପାଖାପାଖି ୨୦ କିଲୋମିଟର ଯାତ୍ରା କରିବ ଏବଂ ଏଥିରେ ଭାରତୀୟ ଜନତା ପାର୍ଟିର ସମସ୍ତ ଶୀର୍ଷ ନେତୃତ୍ୱ ବିଭିନ୍ନ ପର୍ଯ୍ୟାୟରେ ଭାଗ ନେବେ।


ପ୍ରଥମ ଦିନ ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ ହୋଇ ଜାଆଁଳା ପର୍ଯ୍ୟନ୍ତ ଯିବ। ସେହିପରି ଦ୍ୱିତୀୟ ଦିନରେ ଜାଁଳାରୁ ସାରୁଅ, ତୃତୀୟ ଦିନରେ ସାରୁଅରୁ ବୋଲଗଡ଼, ଚତୁର୍ଥ ଦିନରେ ବୋଲଗଡ଼ରୁ ଇଟାମାଟି ଏବଂ ଶେଷ ତଥା ପଞ୍ଚମ ଦିନରେ ଇଟାମାଟିରୁ ପରୀର ଗାଁ ଯଦୁପୁରଠାରେ ପହଞ୍ଚିବ। ଏହି ଯାତ୍ରାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ତଥା ରାଷ୍ଟ୍ରୀୟ ସ୍ତରୀୟ ନେତୃବୃନ୍ଦ ଭାଗ ନେବେ। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଆସନ୍ତା କାଲି ଆରମ୍ଭ ହେବାକୁ ଥିବା ଏହି ପଦଯାତ୍ରାରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନିତା ଶ୍ରୀନିବାସନ ସାମିଲ ହେବେ। ତା’ପରେ ରାଜ୍ୟ ନେତୃତ୍ୱ ଏବଂ ରାଷ୍ଟ୍ର ନେତୃତ୍ୱ ପର୍ଯ୍ୟାୟ କ୍ରମେ ଏହି ପଦଯାତ୍ରାରେ ଭାଗ ନେବେ। ଏହି ଆନ୍ଦୋଳନ ସହିତ ନୟାଗଡ଼ରେ ଆନ୍ଦୋଳନ ମଧ୍ୟ ଚାଲୁ ରହିବ ଏବଂ ଶେଷ ଦିନରେ ସମସ୍ତେ ଏକାଠି ହୋଇ ଯଦୁପୁରରେ ଏକ ବଡ଼ ସଭା ଅନୁଷ୍ଠିତ ହେବା ସହ ପରୀର ବାପା, ମାଙ୍କୁ ଭେଟିବୁ ବୋଲି ଡ. ମହାନ୍ତି ସୂଚନା ଦେଇଛନ୍ତି। ପରୀ ସମେତ ରାଜ୍ୟର ୫ ହଜାରରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କ ମା’ ମାନଙ୍କୁ ନ୍ୟାୟ ଦେବା ପାଇଁ ଦାବୀ କରାଯାଇଥିବା ଦୁଇଟି ମୁଖ୍ୟ ଦାବୀ ଯଥା, ଘଟଣାର ସିବିଆଇ ତଦନ୍ତ ଏବଂ ପ୍ରଭାବିତ କରୁଥିବା ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏହି ପଦଯାତ୍ରାର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଡ. ମହାନ୍ତି କହିଛନ୍ତି। ଏହି ଆନ୍ଦୋଳନ ଏକ ଜନ ସଚେତନତା ଆନ୍ଦୋଳନ ହେବ ଏବଂ ଏହି ଆନ୍ଦୋଳନରେ ସମାଜର ସମସ୍ତ ବର୍ଗ, ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା ଏବଂ ବିଭିନ୍ନ ବର୍ଗର ନେତୃବୃନ୍ଦଙ୍କ ସହ ସାଧାରଣ ଜନତା ସାମିଲ ହେବା ପାଇଁ ରାଜ୍ୟ ସଭାପତି ସମୀର ମହାନ୍ତି ସମସ୍ତଙ୍କୁ ଅପିଲ୍ କରିଛନ୍ତି ବୋଲି ଡ. ଯତୀନ ମହାନ୍ତି ସୁଚନା ଦେଇଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.