Home Top News ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ନେତୃବୃନ୍ଦଙ୍କୁ ଆକ୍ରମଣ କରିବା ଘଟଣା ବିରୋଧରେ ମମତା ବାନାର୍ଜୀ...

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ନେତୃବୃନ୍ଦଙ୍କୁ ଆକ୍ରମଣ କରିବା ଘଟଣା ବିରୋଧରେ ମମତା ବାନାର୍ଜୀ ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ଯୁବ ମୋର୍ଚ୍ଚା

23

ଭୁବନେଶ୍ୱର: ପଶ୍ଚିମ ବଙ୍ଗରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭାବେ ଭୁଷୁଡ଼ି ପଡ଼ିଛି। ପୋଲିସ ଉପସ୍ଥିତିରେ ବିରୋଧୀଙ୍କୁ ଆକ୍ରମଣ କରି ରାଜ୍ୟରେ ଆତଙ୍କରାଜ ଚଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରୁବାର ଦିନ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଗାଡ଼ି ଉପରକୁ ତୃଣମୂଳ କଂଗ୍ରେସର କର୍ମୀମାନେ ପଥର ଫିଙ୍ଗି ଆକ୍ରମଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେହିପରି ବିଜେପି ମହାସଚିବ କୈଳାସ ବିଜୟଭର୍ଗିୟ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଶିବ ପ୍ରକାଶ ଏବଂ ସଂଜୟ ମୟୁଖଙ୍କ ଗାଡ଼ି ଉପରକୁ ଢେଲା ମାଡ଼ କରି ମରଣାନ୍ତକ ଆକ୍ରମଣ କରିବା ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃମମୂଳ କଂଗ୍ରେସ କର୍ମୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଗଣତନ୍ତ୍ରରେ ରାଜନୈତିକ ଆକ୍ରୋଶମୂଳକ ଆକ୍ରମଣକୁ ଓଡ଼ିଶା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ରାଜନୈତିକ ଆକ୍ରୋଶ ମନୋଭାବ ରଖି ହିଂସା ମାଧ୍ୟମରେ ବିରୋଧୀଙ୍କୁ ଆକ୍ରମଣ କଲେ ଆଗାମୀ ଦିନରେ ପଶ୍ଚିମବଙ୍ଗର ଶାନ୍ତିପ୍ରିୟ ଜନତା ଏହାର ଜବାବ ଦେବେ। ଯେବେ ଶାସକ ଦଳକୁ ଲୋକମାନେ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରନ୍ତି ସେମାନେ ବିଳିବିଳାଇ ପ୍ରାୟୋଜିତ ହିଂସାକୁ ଆପଣାଇ ଥାଆନ୍ତି। ଆଗାମୀ ଦିନରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ। ଏଥିରେ ଭୟଭୀତ ହୋଇ ତୃଣମୂଳ କଂଗ୍ରେସ କର୍ମୀମାନେ ଏପରି ଭୁଲ୍ ବାରମ୍ବାର କରୁଛନ୍ତି ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ଗତ କାଲିର ହିଂସା ଆଗାମୀ ଦିନରେ ରାଜ୍ୟରେ ସରକାର ପରିବର୍ତ୍ତନର ଆଭାସ ବୋଲି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସୁଜିତ ସାହୁ, ପ୍ରମୋଦ ପଣ୍ଡା, ଅଭିଷେକ ଆଚାର୍ଯ୍ୟ, ଏବଂ ସତ୍ୟଜିତ ମିଶ୍ର ପ୍ରମୂଖ ଅନେକ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.