Home Top News ପରୀ ଏବଂ ରାଜ୍ୟର ଅପହୃତ ଶିଶୁମାନଙ୍କୁ ଖୋଜିବା ପାଇଁ ପୋଲିସର ତଦନ୍ତକୁ ଆହୁରି ତ୍ୱରାନ୍ୱୀତ କରିବା...

ପରୀ ଏବଂ ରାଜ୍ୟର ଅପହୃତ ଶିଶୁମାନଙ୍କୁ ଖୋଜିବା ପାଇଁ ପୋଲିସର ତଦନ୍ତକୁ ଆହୁରି ତ୍ୱରାନ୍ୱୀତ କରିବା ଦାବିରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତନିଧୀ ଦଳ

34

ଭୁବନେଶ୍ୱର: ଚଳିତ ବର୍ଷ ଜୁଲାଇ ମାସରେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁ’ର ୫ ବର୍ଷର ନାବାଳିକା ଶିଶୁ ପରୀକୁ କିଛି ଦୁର୍ବୁତ୍ତ ହତ୍ୟା କରି ତାର ଅଙ୍ଗ ତସ୍କରୀ କରିଛନ୍ତି। ଏହା ବିରୁଦ୍ଧରେ ମୃତା ପରୀର ପରିବାର ବର୍ଗ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ନାଁ’ରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ଶାସକ ଦଳ ଚାପରେ ଅପରାଧୀକୁ ଗିରଫ କରୁନାହିଁ। ମୁଖ୍ୟ ଅଭିଯୁକ୍ତକୁ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଯୋଗାଇ ଚାଲିଛନ୍ତି। ଏଣୁ ପରୀକୁ ନ୍ୟାୟ ଏବଂ ରାଜ୍ୟରେ ଅପହରଣ କରାଯାଇଥିବା ୪୪୭୬ ଶିଶୁଙ୍କୁ ଖୋଜିବା ସହ ପୋଲିସ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବି କରିଛି। ଏନସିଆରବି ତଥ୍ୟ ଅନୁଯାୟୀ ୪୬୦୪ ଜଣଙ୍କୁ ଅପହରଣ କରାଯାଇଛି ଏବଂ ଆଇପିସିର ଧାରା ୩୬୩ ଅନୁଯାୟୀ ୪୪୭୬ ଜଣ ନାଁ’ରେ ଏତଲା ଦିଆଯାଇଛି। ୨୦୧୯ ମସିହାରେ ୩୧୫୧ ଜଣ ପିଲା ନିଖୋଜ ଅଛନ୍ତି। ଯଦି ୨୦୧୮ରେ ନିଖୋଜ ଶିଶୁ ୨୩୫୨ ଜଣଙ୍କୁ ଏହି ତାଲିକାରେ ସାମିଲ କରାଯାଏ ତେବେ ଗତ ୨ ବର୍ଷରେ ରାଜ୍ୟରେ ୫୫୦୩ ଶିଶୁ ନିଖୋଜ ଅଛନ୍ତି। ଏଯାବତ କେଉଁ ଜିଲ୍ଲାରୁ କେତେ ଜଣ ଶିଶୁ ନିଖୋଜ ହୋଇଛନ୍ତି ତାହାର ତଥ୍ୟ ପୋଲିସ ସର୍ବସାଧାରଣରେ ରଖିବା ସହ ନିଖୋଜ ଶିଶୁଙ୍କୁ ଖୋଜିବା ଲାଗି କ’ଣ ବ୍ୟବସ୍ଥା କରାଯାଉଛି ତାହାର ଏକ ଲେଖାଯୋଖା ହିସାବ ରାଜ୍ୟବାସୀଙ୍କ ଆଗରେ ରଖିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି। ପରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ପରୀ ହତ୍ୟାକାଣ୍ଡରେ ଯଦି ଅଙ୍ଗ ଚୋରା ଚାଲାଣକାରୀଙ୍କ ହାତ ଥାଏ ତେବେ ସଠିକ୍ ତଦନ୍ତ ହେଲେ ଏହି ର‌୍ୟାକେଟର ପର୍ଦ୍ଦାଫାଶ ହୋଇପାରିବ। ନିଖୋଜ ଶିଶୁ ଘଟଣାରେ ପୋଲିସ ସଠିକ୍ ଦିଗରେ ତଦନ୍ତ କଲେ ଆଗାମୀ ଦିନରେ ରାଜ୍ୟର ଅନେକ ଶିଶୁଙ୍କୁ ଏହି ର‌୍ୟାକେଟ କବଳରୁ ରକ୍ଷା କରାଯାଇପାରିବ ବୋଲି ପ୍ରତିନିଧୀ ଦଳ ଦାବି କରିଛି। ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରଶ୍ମିରେଖା ଦାସ, କସ୍ତୁରୀ ମିଶ୍ର, କଳ୍ପନା ପଟ୍ଟନାୟକ, ପ୍ରଭାସିନୀ ମହାପାତ୍ରଙ୍କ ସମେତ କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡ଼ୁ ପ୍ରମୁଖ ସାମିଲ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.