Home Top News ବିଜେପି ଆରମ୍ଭ କଲା ପରୀ ପାଇଁ ପଦଯାତ୍ରା: ସାମିଲ ହେଲେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

ବିଜେପି ଆରମ୍ଭ କଲା ପରୀ ପାଇଁ ପଦଯାତ୍ରା: ସାମିଲ ହେଲେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

30

ଭୁବନେଶ୍ୱର: ପରୀ ସମେତ ରାଜ୍ୟରେ ନିଖୋଜ ୫ ହଜାରରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କୁ ନ୍ୟାୟ ପାଇଁ ବିଜେପି ଆରମ୍ଭ କରିଛି ୫ ଦିନିଆ ପଦଯାତ୍ରା। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଗାମୀ ୫ ଦିନରେ ୯୮ କିଲୋମିଟର ଯାତ୍ରା କରି ଯଦୁପୁରରେ ପହଞ୍ଚିବ। ଆଜି ପ୍ରଥମ ଦିନ ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ ହୋଇ ଜାଆଁଳା ପର୍ଯ୍ୟନ୍ତ ଯାଇଛି। ସେହିପରି ଦ୍ୱିତୀୟ ଦିନରେ ଜାଁଳାରୁ ସାରୁଅ, ତୃତୀୟ ଦିନରେ ସାରୁଅରୁ ବୋଲଗଡ଼, ଚତୁର୍ଥ ଦିନରେ ବୋଲଗଡ଼ରୁ ଇଟାମାଟି ଏବଂ ଶେଷ ତଥା ପଞ୍ଚମ ଦିନରେ ଇଟାମାଟିରୁ ପରୀର ଗାଁ ଯଦୁପୁରଠାରେ ପହଞ୍ଚିବ।


ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆଜିର ଏହି ପଦଯାତ୍ରାରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନତୀ ଶ୍ରୀନିବାସନ ଯୋଗ ଦେଇଥିଲେ। ପରୀ ସମେତ ରାଜ୍ୟର ୫ ହଜାରରୁ ଉର୍ଦ୍ଧ୍ୱ ନିଖୋଜ ଶିଶୁଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ କରାଯାଇଥିବା ଦୁଇଟି ମୁଖ୍ୟ ଦାବୀ ଯଥା, ଘଟଣାର ସିବିଆଇ ତଦନ୍ତ ଏବଂ ପ୍ରଭାବିତ କରୁଥିବା ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବୀରେ ବିଜେପି କରୁଛି ଏହି ପଦଯାତ୍ରା।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.