Home ଅପରାଧ ଗୌଣିଘଷା ଗ୍ରାମରେ ବାଲ୍ୟ ବିବାହକୁ ବନ୍ଦ କଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆସ୍ପାୟର ’

ଗୌଣିଘଷା ଗ୍ରାମରେ ବାଲ୍ୟ ବିବାହକୁ ବନ୍ଦ କଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆସ୍ପାୟର ’

34

ହରିଚନ୍ଦନପୁର, ତା ୮ ଡିସେମ୍ବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗୌଣିଘଷା ପଞ୍ଚାୟତ ବାହାବାହାଲି ସାହିରେ ଏକ ବାଲ୍ୟ ବିବାହକୁ ବନ୍ଦ କରିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର । ସୂଚନା ଅନୁଯାୟୀ ଉକ୍ତ ସାହିରେ ଏକ ବାଲ୍ୟ ବିବାହ ହେଉଥିବା ଖବର ଆସ୍ପାୟାର କର୍ମୀମାନେ ଖବର ପାଇଥିଲେ । ହରିଚନ୍ଦନପୁର ବ୍ଲକ ଦୈତାରୀ ଥାନା ଗୋପୀ ସାଗର ସାହିର ଯୁଜହର ହେମ୍ରମଙ୍କ ଝିଅ ଚମ୍ପା ହେମ୍ରମ(୧୩) ଘଟଗାଁ ବ୍ଲକ ରୁଟିଶୀଳା ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଅଟନ୍ତି । ପୂର୍ବରୁ ଏହି ଛାତ୍ରୀଙ୍କୁ ଆସ୍ପାୟର ପକ୍ଷରୁ ରଘୁନାଥପୁର ସ୍ଥିତ ଆର୍.ବି.ସି.ରେ ରଖି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଇଥିଲେ । ଗତବର୍ଷ ରୁଟିଶୀଳା ସ୍କୁଲରେ ଷଷ୍ଠ ଶ୍ରେଣୀରେ ଏହି ଛାତ୍ରୀଙ୍କ ନାମ ଲେଖା ଯାଇଥିଲା । ସେଠାରେ ସେ ହଷ୍ଟେଲରେ ରହି ପାଠ ପଢୁଥିଲେ, ହେଲେ ଲକଡାଉନ କାରଣରୁ ଘରେ ରହୁଥିଲେ । ଗତ କିଛି ଦିନ ପୂର୍ବେ ବାହାବାହାଲି ସାହିର ଗୋପାଳ ମାଝୀଙ୍କ ପୁଅ ଡାକ୍ତର ମାଝୀ(୩୦) ବିବାହ ପାଇଁ ଘରେ ଆଣି ରଖିଥିଲେ । ଗତ ୫ତାରିଖ ଘଟଣା ସମ୍ପର୍କରେ ଖବର ପାଇ ଆଶା ଓ ଅଙ୍ଗନବାଡ଼ି କର୍ମୀ ବାଲ୍ୟ ବିବାହ ବନ୍ଦ ନକରିବାକୁ ଗୋପାଳଙ୍କ ପରିବାରକୁ ବୁଝାଇଥିଲେ । ଏଥିସହ ଚମ୍ପାକୁ ତା ବାପ ଘରେ ଛାଡ଼ିଦେବାକୁ କହିଥିଲେ, ହେଲେ ଗୋପାଳଙ୍କ ପରିବାର ପକ୍ଷରୁ ଛଡାଯାଇନଥିଲା । ଘଟଣାର ଖବର ପାଇ ଆସ୍ପାୟାର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଦୈତାରୀର ୧୦ଜଣ ଓ ବାହାବାହାଲି ସାହିର ୨୦ଜଣ ଭଦ୍ର ଲୋକଙ୍କୁ ନେଇ ଗ୍ରାମରେ ଏକ ବୈଠକ ବସିଥିଲା । ବୈଠକରେ ବାଲ୍ୟ ବିବାହ ଦ୍ଵାରା ଚମ୍ପାର ଭବିଷ୍ୟତ, ସ୍ବାସ୍ଥ୍ୟ ଅବସ୍ଥା ଓ ସରକାରଙ୍କ ରହିଥିବା ଦଣ୍ଡ ବିଧାନ ସମ୍ପର୍କରେ ସଚେତନ କରାଇଥିଲେ । ଏଥିସହ ଉକ୍ତ ବୈଠକରେ ଚମ୍ପା ବିବାହ ନକରି ଅଧିକ ପାଠ ପଢ଼ିବା ପାଇଁ ଇଚ୍ଛା ରଖିଛି ବୋଲି କହିଥିଲା । ଯାହାକୁ ନେଇ ଲୋକମାନେ ରାଜି ହୋଇ ଚମ୍ପାକୁ ତାର ବାପାଙ୍କ ସାଥିରେ ତାଙ୍କ ଘରକୁ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.