Home Top News କୃଷକ ଏବଂ ମହିଳା ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯାଇ ଲଢ଼େଇ ଜୋରଦାର ହେବ: ପ୍ରଭାତୀ ପରିଡ଼ା

କୃଷକ ଏବଂ ମହିଳା ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯାଇ ଲଢ଼େଇ ଜୋରଦାର ହେବ: ପ୍ରଭାତୀ ପରିଡ଼ା

54

ଭୁବନେଶ୍ୱର: କୃଷି ନୀତି, କୃଷକ ଏବଂ ମହିଳା ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯାଇ ଆଗାମୀ ଦିନରେ ଲଢ଼େଇ ଜୋରଦାର ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ଵରୀ ଓଡ଼ିଶା ଗସ୍ତରେ ଆସି ଦଳୀୟ ବୈଠକ କରିବା ପୂର୍ବରୁ ପ୍ରଥମେ ନୟାଗଡ଼ ଗସ୍ତ କରି ପରୀ ପରିବାରକୁ ଭେଟିବା ସହ ଜଷ୍ଟିସ୍ ଫର୍ ପରୀ ଆନ୍ଦୋଳନରେ ସାମିଲ ହେଲେ। ଏହାର ଅର୍ଥ ଆଗାମୀ ଦିନରେ ମହିଳା ସୁରକ୍ଷା ଦିଗରେ ବିଜେପି ମହିଳା ମୋର୍ଚ୍ଚାର ଲଢ଼େଇ ଜୋରଦାର ହେବ।


ଗାଁ’ ଗହଳିରେ ହେଉଥିବା ଛୋଟ ଛୁଆର ସମସ୍ୟା ହେଉ ଅବା ମହିଳା ସୁରକ୍ଷା ପ୍ରସଙ୍ଗ ହେଉ ଆନ୍ଦୋଳନ ତୀବ୍ର ହେବ। ଏ’ ନିଷ୍ପତ୍ତି ହୋଇ ସାରିଛି ବୋଲି ତ’ ରାଜ୍ୟ ପ୍ରଭାରୀ ନୟାଗଡ଼ ଗସ୍ତ କରି ପରୀ ଆନ୍ଦୋଳନରେ ସାମିଲ ହେଲେ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ବିଜେପି ପ୍ରଭାରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ବୋଲି କହିବା ସହ କୃଷି ନୀତି, କୃଷକ ଏବଂ ମହିଳା ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯାଇ ରାଜ୍ୟ ବିଜେପି ଆଗାମୀ ଦିନରେ ଲଢ଼େଇ ଜୋରଦାର କରିବ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.