Home Top News ଭୟଙ୍କର: ଜାଭିୟର୍ ସ୍କୁଲରେ ପଢ଼ାଯାଉଛି ହିନ୍ଦୁ ବିରୋଧୀ ବିଚାର!

ଭୟଙ୍କର: ଜାଭିୟର୍ ସ୍କୁଲରେ ପଢ଼ାଯାଉଛି ହିନ୍ଦୁ ବିରୋଧୀ ବିଚାର!

148

ଭୁବନେଶ୍ୱର: ମିଶନାରୀ ସଂସ୍ଥା ଦ୍ୱାରା ପରିଚାଳିତ ସେଣ୍ଟ୍ ଜାଭିୟର ସ୍କୁଲରେ ପଢ଼ାଯାଉଛି କି ହିନ୍ଦୁ ବିରୋଧୀ ବିଚାର? ଯାଜପୁର ଜିଲ୍ଲା, ଯାଜପୁର ରୋଡ଼ ସ୍ଥିତ ଜାଭିୟର ସ୍କୁଲ ନବମ ଶ୍ରେଣୀ ଓଡ଼ିଆ ବିଭାଗ ପିରିୟଡ଼ିକ୍ ଟେଷ୍ଟ ପରୀକ୍ଷା ପ୍ରଶ୍ନ ପତ୍ର ବୋଲି କୁହାଯାଇ ପ୍ରଶ୍ନପତ୍ରର ଯେଉଁ ଏକ ଫଟୋ କପି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ସେଥିରେ ସଂପୂର୍ଣ୍ଣ ଭାବରେ ହିନ୍ଦୁ ବିରୋଧୀ ତଥ୍ୟ ରହିଛି। ପ୍ରଶ୍ନପତ୍ରରେ ଏକ ପାରାଗ୍ରାଫ୍ ରାଇଟିଂ ରହିଛି ଯେଉଁଥିରେ ଲେଖାଅଛି, “କଳ୍ପନାପ୍ରସୂତ ଅତୀତର ରାମରାଜ୍ୟ କଥା ଉଦ୍ଧାର କରି ଏମାନେ ପୁଣି ସେହି ରାମରାଜ୍ୟକୁ ଫେରିଯିବାକୁ ଚାହାଁନ୍ତି। ପ୍ରଥମତଃ ଅତୀତରେ ରାମରାଜ୍ୟ ନଥିଲା। ଖାଲି ପଶ୍ଚାତମୁଖା ପରାଜିତ ଲୋକଙ୍କ ରଙ୍ଗାନ ଚଷମା ଭିତର ଦେଇ ଏହା ଦେଖା ଦେଇଥାଏ। ଦ୍ଵିତୀୟତଃ ଆଧୁନିକ ଯୁଗର ଦୋଷାବଳୀ ଏମାନଙ୍କ ଆଖିରେ ଅତିରଞ୍ଜିତ ହୋଇ ଦେଖାଯାଏ ଓ ତାହାର ଉପକାରିତା ଏମାନେ ପୁରାପୁରି ଭୁଲିଯାଆନ୍ତି। ଏମାନେ ନିରାଶବାଦୀ ହୋଇଥିବାରୁ ଭବିଷ୍ୟତ ପ୍ରତି ଏମାନଙ୍କର ଆଶା ନଥାଏ ଏବଂ ଦୁର୍ବଳ ମନୋଭାବାପନ୍ନ ହୋଇଥିବାରୁ ନିଜ ପ୍ରତି ତଥା ମାନବ ସମାଜ ପ୍ରତି ଆସ୍ଥା କମ୍ ଥାଏ। ଆଧୁନିକ ବୈଜ୍ଞାନିକ ଯୁଗର କୁଫଳ ଯେ ନାହିଁ, ତାହା କରିବା ଭୁଲ, କିନ୍ତୁ ସୁଫଳ ମଧ୍ୟ କମ୍ ନାହିଁ। ସୁଫଳ ଓ କୁଫଳର ଅନୁପାତ ଦେଖ‌ିବା ଉଡିତ୍। ତା’ଛଡା ଯେଉଁ ମନୁଷ୍ୟ ବୈଜ୍ଞାନିକ ପ୍ରଣାଳୀରେ ଏତେ ବଡ଼ ପ୍ରାକୃତିକ ଶକ୍ତିକୁ ନିଜ ଆୟତାଧୀନ କରିପାରିଛି, ସେହି ମନୁଷ୍ୟ ବର୍ତ୍ତମାନ ଯୁଗର କୁଫଳକୁ ମଧ୍ୟ ନିୟନ୍ତ୍ରିତ କରିପାରେ। ସେ ବୁଝିଛି ଯେ, ମନୁଷ୍ୟର ରକ୍ଷଣଶୀଳ ମନୋବୃତି ନାନା ପ୍ରକାର ବ୍ୟକ୍ତିଗତ ଓ ଜାତିଗତ ଭେଦଭାବ ଓ ସଂକୀର୍ଣ୍ଣତା ଏବଂ ମୁଷ୍ଟିମେୟ ସ୍ଵାର୍ଥପର ଲୋକଙ୍କର ଅବୈଜ୍ଞାନିକ ଶୋଷଣ ନୀତି ଓ ଅତିଶୟ ଲୋଭ ଯୋଗୁଁ ବର୍ତ୍ତମାନର ମାନବ ସମାଜ ଦ୍ବାରା ହାସଲ ହୋଇଥିବା ବିରାଟ ଶକ୍ତି ଉପଯୁକ୍ତ ମାର୍ଗରେ ପରିଚାଳିତ ହୋଇ ପାରୁନି।”ସେଣ୍ଟ୍ ଜାଭିୟର୍ ସ୍କୁଲ ଯାଜପୁର ରୋଡ଼ ଲେଖାଥିବା ଭାଇରାଲ୍ ଏହି ପ୍ରଶ୍ନପତ୍ର କପିରେ ସ୍କୁଲର ଆଫିଲେସନ୍ ନମ୍ବର ୧୬୩୦୧୧୪ ବୋଲି ଲେଖାଅଛି। ଯଦି ସୋସିଆଲ୍ ଭାଇରାଲ୍ ଏହି ପ୍ରଶ୍ନ ପତ୍ର କପି ସତ ହୋଇଥାଏ ତା’ହେଲେ ସାଙ୍ଘାତିକ ନିଶ୍ଚିତ। କାରଣ ଏଥିରେ ସ୍ପଷ୍ଟ ଭାବରେ ହିନ୍ଦୁ ସନାତନ ଧର୍ମ ବିରୋଧୀ ବିଚାର ରହିଛି ଏବଂ ହିନ୍ଦୁ ମାନଙ୍କର ଧର୍ମୀୟ ଭାବନା ତଥା ଆସ୍ଥା ଉପରେ ଭୟଙ୍କର ଆକ୍ରମଣ ହୋଇଛି!
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.