ଶିଶୁ ମନ୍ଦିରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଖଇରା,୧୫/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଚିଠି ନମ୍ବର ବିଏସଭିଏସ/୨୦୩୩/୨୦୧୮ ତା ୦୧/୮/୨୦୧୮ରିଖର ଆଦେଶ ମୁତାବକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଫାଉଣ୍ଡର ଦିଲ୍ଲୀପ କୁମାର ଲେଙ୍କାଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ସାମ୍ବାଦିକମାନେ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ଶ୍ରୀ ଲେଙ୍କା ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଥିଲେ ଯେ ୨୦୧୨ ମସିହାରେ ବନ୍ଧୁ ବିକାଶ କୁମାର ପାତ୍ରଙ୍କ ସହଯୋଗରେ ଖଇରା କଲେଜ ନିକସ୍ଥ ଏକ ଭଡାଘରେ ସନ୍ସାଇନ୍ ପବ୍ଲିକ ସ୍କୁଲ ନାମରେ ଅନୁଷ୍ଠାନଟିଏ କରିଥିଲେ । ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଲ୍ଲୀପ କୁମାର ଲେଙ୍କା ନେଇଥିଲେ । ପ୍ରଥମ ବର୍ଷ ୩୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ…

"ଶିଶୁ ମନ୍ଦିରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ"

ସିଏଚସି ହେବା ପରେବି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି ଡେପୁଟେସନ ଡାକ୍ତରଙ୍କ ଦ୍ୱାରା , ସବୁ ଜାଣି ସମସ୍ତେ ନିରବ ଦ୍ରଷ୍ଟା , ସ୍ୱାସ୍ଥ୍ୟସେବା ବ୍ୟାହତ

ବାହାନଗା/ ବାଲେଶ୍ୱର, ୧୪/୦୯(ଓଡିଆ ପୁଅ/ ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ଧନ, ମାନ, ପ୍ରାଣ ପାଇଁ ସୁନାମ ରଚୁଥିଲା ବେଳେ ସ୍ୱାସ୍ଥ୍ର୍ୟ ସେବା କ୍ଷେତ୍ରରେ ପଛୁଆ ରହିଛି । ଏପରିକି ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସେବାରେ ଅବହେଳା ପାଇଁ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏପରିକି ଜିଲ୍ଲା ସଦର ଚିକିସôାଳୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ସେଭଳି ବାହାନଗା ବ୍ଲକରେ ମୁଖ୍ୟ ବାଣିଜ୍ୟ ପେଣ୍ଠସ୍ଥଳୀ ଗୋପାଳପୁରରେ ଅବସ୍ଥିତ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅବସ୍ଥା ନକହିବା ଭଲ । କାରଣ ୨୦୦୮ରୁ ଗୋପାଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ମାନ୍ୟତା ପାଇଥିଲେବି ଏହାର ସେବା ଏବେବି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ରହିଛି ।…

"ସିଏଚସି ହେବା ପରେବି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚାଲିଛି ଡେପୁଟେସନ ଡାକ୍ତରଙ୍କ ଦ୍ୱାରା , ସବୁ ଜାଣି ସମସ୍ତେ ନିରବ ଦ୍ରଷ୍ଟା , ସ୍ୱାସ୍ଥ୍ୟସେବା ବ୍ୟାହତ"

ଗଣେଶପୂଜାରେ ଛେଚା ଖାଇଲେ, ଲିଖିତ ଦେଇ ଛାଡ଼ ପାଇଲେ

ବାହାନଗା/ ବାଲେଶ୍ୱର, ୧୪/୦୯(ଓଡ଼ିଆପୁଅ/ ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧିନ ଜାଗେଶ୍ୱରପଦା ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ରୋମିଓ ଗିରି ଦେଖାଇ ଅଣଛାତ୍ର ଛେଚା ଖାଇଥିବାର ଜଣାପଡ଼ିଛି। ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ, ଅଧ୍ୟାପକ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଅଣ୍ଡରଟେକିଂ ଲେଖି ଛାଡ଼ ପାଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ବରିପଦା ପଞ୍ଚାୟତ ଅଧିନ ଖେରଙ୍ଗ ଅଞ୍ଚଳର ରାମଚନ୍ଦ୍ର ମାଝୀଙ୍କ ପୁଅ ଭୋଳାନାଥ ଉକ୍ତ ମହାବିଦ୍ୟାଳୟକୁ ପୂଜା ଦେଖିବାକୁ ଯାଇଥିଲେ। ତେବେ କଲେଜ ମଧ୍ୟରେ ବୁଲୁଥିବା ବେଳେ ଭୋଳାନାଥ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଟଣାଓଟରା କରିବା ସହ ଅଶ୍ଳିଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ। ଛାତ୍ରୀ ମାନେ ବିରୋଧ କରିବାରୁ କଲେଜର ଛାତ୍ର ମାନେ ଭୋଳାନାଥକୁ…

"ଗଣେଶପୂଜାରେ ଛେଚା ଖାଇଲେ, ଲିଖିତ ଦେଇ ଛାଡ଼ ପାଇଲେ"

ଖଇରାରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ

ଖଇରା, ୧୩/୯/୨୦୧୮(ଓଡିଆ ପୁ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଅଂଚଳରେ ଥିବାସ୍କୁଲ, କଲେଜ, ଘରୋଇ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ଖରା ଓ ଗୁଳୁଗୁଳି ସ୍ୱତ୍ୱେବି ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସି ଶ୍ରୀଗଣେଶଙ୍କ ପୂଜା କାର୍ଯ୍ୟରେ ଯୋଗଦାନ ଦେଇଥିଲେ।। ସ୍କୁଲର ଛାତ୍ରଛାତ୍ରୀମାନଙ୍କୁନେଇ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରତିବର୍ଷପରି ଏ ବର୍ଷ ଗଣେଶ ପୂଜା ସ୍କୁଲରେ କରାଯାଇଥିଲା। ଛାତ୍ରଛାତ୍ରୀମାନେ ହସଖୁସିରେ ଘରୁ ବାହାରି ସ୍କୁଲକୁ ଆସିଥିଲେ ଓ ମହାଆଡମ୍ବର ସହକାରେ ଗଣେଶ ପୂଜା ସାରି ଘରକୁ ଫେରିଥିଲେ। ଖଇରା କଲେଜ, ଖଇରା ହାଇସ୍କୁଲ ଜେଭିସିସି କମ୍ପୁଟର, ଆଦର୍ଶ ଶିକ୍ଷା ବିଦ୍ୟାମନ୍ଦିର, ଖଇରା ସରକାରୀ ହାଇସ୍କୁଲ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର,  ବିବେକାନନ୍ଦ ଶିକ୍ଷାକେନ୍ଦ୍ରସହିତବିଶେଷତଃକୁପାରୀ,…

"ଖଇରାରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ"

ପୋଲ କାମକୁ ତଦନ୍ତ କଲେ ବିଭାଗୀୟ ଅଧିକାରୀ

ଖଇରା, ୧୩/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୁଡିଗଡିଆ -ଡଗରପଡା ରାସ୍ତାର ଖଣିଆ ହାଇସ୍କୁଲଠାରେ ଥିବା ବହୁଦିନର ପୁରୁଣା ପୋଲକୁ ମରାମତି କରି ନୂଆକରିବା ଓ ହୋଇଥିବା ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଆରଡି ବିଭାଗ ନିକଟରେ ଅଂଚଳବାସୀଙ୍କ ଦ୍ୱାରା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏଥିନେଇ ଏକ ଉଚ୍ଚ ସ୍ତରୀୟ ଟିମ ତୁଡିଗଡିଆଠାରୁ ଡଗରପଡା ପର୍ଯ୍ୟନ୍ତ ହୋଇଥିବା ରାସ୍ତା କାର୍ଯ୍ୟକୁ ତଦନ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଖଣିଆ ହାଇସ୍କୁଲ ନିକଟରେଥିବା ପୁରୁଣା ପୋଲକୁ ମରାମତିକରି ଥିବାର ଅଭିଯୋଗ ଅନୁଯାୟି ଟିମ ତଦାରଖ କରିଥିଲେ। ସେଠାରେ ତୁରନ୍ତ ନୂତନ ପୋଲ ନିର୍ମାଣପାଇଁ ଗୋପାଳ ଦାସ, ରତ୍ନାକର ବେହେରା,…

"ପୋଲ କାମକୁ ତଦନ୍ତ କଲେ ବିଭାଗୀୟ ଅଧିକାରୀ"

ବିନା ନୋଟିସରେ ପାଚିକା ଚୟନ ପ୍ରକ୍ରୀୟାନେଇ ଅଭିଯୋଗ,ପୁନଃ ଆବେଦନ ପାଇଁ ବିଇଓଙ୍କୁ ଗ୍ରାମବାସୀଙ୍କର ଲିଖିତ ଅଭିଯୋଗ

ଖଇରା,୧୩/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ଗୋପିନାଥ ନୋଡାଲ ୟୁ.ପି ସ୍କୁଲର ପାଚିକା ସହାୟିକା ଚୟନ ପାଇଁ ହୋଇଥିବା ଆବେଦନପତ୍ରର ଅନିୟମିତତା ହୋଇଥିବାରୁ ପୁନଃ ଆବେଦନ ପାଇଁ ସାରଡାଙ୍ଗ ଓ ମିର୍ଜାପୁର ଗ୍ରାମବାସୀମାନେ ଖଇରା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଯାହା ଜଣା ଯାଇଛି ଯେ ସାରଡାଙ୍ଗ ଗୋପିନାଥ ନୋଡାଲ ୟୁ.ପି ସ୍କୁଲର ଛାତ୍ରଛାତ୍ରୀ ଅନୁସାରେ ପାଚିକା ସହାୟିକା ନିଯୁକ୍ତି ଦୀର୍ଘ ୪ବର୍ଷ ପୂର୍ବରୁ ଆବଶ୍ୟକତା ଥିଲା । ଏଥିପାଇଁ ଗ୍ରାମର ନୋଟିସ ଅନୁସାରେ ଗ୍ରାମର ହରିଜନ,ଆଦିବାସୀ,ଭୂମିହୀନ,ଗରିବ ଓ ବିଧବା ମହିଳାମାନେ ଆବେଦନ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ କାହିଁକି ପାଚିକା ସହାୟିକା ଗୋଷ୍ଠୀ ଶିକ୍ଷା…

"ବିନା ନୋଟିସରେ ପାଚିକା ଚୟନ ପ୍ରକ୍ରୀୟାନେଇ ଅଭିଯୋଗ,ପୁନଃ ଆବେଦନ ପାଇଁ ବିଇଓଙ୍କୁ ଗ୍ରାମବାସୀଙ୍କର ଲିଖିତ ଅଭିଯୋଗ"

ଶିକ୍ଷକ ମିଳିତ ମଞ୍ଚର ଆଲୋଚନା ବିଫଳପରେ ବ୍ଲକ ସମ୍ମୁଖରେ ହେବ ନାହିଁ ଧାରଣା ଓ ପ୍ରତିବାଦ , ସମୁହ ଧାରଣା ସଚିବାଳୟ ଆଗରେ , ନମାନିଲେ ୧୭ରୁ ବ୍ୟାପକ ହେବ ପଞ୍ଚାୟତ ସ୍ତରରେ

ବାହାନଗା/ବାଲେଶ୍ୱର,୧୨/୦୯(ଓଡ଼ିଆପୁଅ/ ଭାରତୀ ଦାସ)- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ବାହାନଗା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ୨ୟ ଦିନରେ ବସିବା ସହ ପ୍ରତିବାଦ ସଭା କରିଥିଲେ । ଦୀର୍ଘ ୨୬ଦିନ ଧରି ବ୍ଲକଗ୍ରାଣ୍ଡ ଶିକ୍ଷକ ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ମାନେ ଅହୋରାତ୍ର ଗଣ ଧାରଣାରରେ ବସିବାପରେ ଆଜି ସରକାର ଭୂବନେଶ୍ୱରରେ ସଙ୍ଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦାବୀ ବାବଦରେ ୩ମାସ ସମୟ ମାଗିଥିବାର ଜଣାପଡ଼ିଥିଲାା ସେଥିରେ ସଙ୍ଘ ରାଜି ହୋଇନଥିବାର ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ସରକାର ବ୍ଲକ ଗ୍ରାଣ୍ଡ ଶିକ୍ଷକଙ୍କ ଦାବୀକୁ କର୍ଣ୍ଣପାତ କରୁ ନଥିବାରୁ ମିଳିତ ମଞ୍ଚ ତରଫରୁ ପ୍ରତି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ…

"ଶିକ୍ଷକ ମିଳିତ ମଞ୍ଚର ଆଲୋଚନା ବିଫଳପରେ ବ୍ଲକ ସମ୍ମୁଖରେ ହେବ ନାହିଁ ଧାରଣା ଓ ପ୍ରତିବାଦ , ସମୁହ ଧାରଣା ସଚିବାଳୟ ଆଗରେ , ନମାନିଲେ ୧୭ରୁ ବ୍ୟାପକ ହେବ ପଞ୍ଚାୟତ ସ୍ତରରେ"

ସ୍ୱଚ୍ଛ ଭାରତ ଅଭିଯାନରେ ହରିଜନ ବହୁଳ ଗ୍ରାମରେ ପାଇଖାନା ନାହିଁ,ଦଲାଲଙ୍କ କବଜାରେ ରହିଯାଇଛି ,ବିଡ଼ିଓଙ୍କ ନିଟରେ ଅଭିଯୋଗ, ବିଭାଗୀୟ ଯନ୍ତ୍ରୀ ନିରବ

ବାହାନଗା/ବାଲେଶ୍ୱର-୧୨/୦୯(ଓଡ଼ିଆ ପୁଅ/ ଭାରତୀ ଦାସ)- ସ୍ୱଚ୍ଛଭାରତ ଅଭିଯାନରେ ସମସ୍ତଙ୍କୁ ପାଇଖାନା ମିଳିବ । ବାହାରେ ମଳତ୍ୟାଗ ବନ୍ଦ ହେବ । ପରିବେଶ ପ୍ରଦୁଷଣ ଦୁର ହେବା ସହ ପରିବେଶ ପରିସ୍କାର ପରିଚ୍ଛନ ରହିବ । ଏନେଇ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ । ହେଲେ ଯୋଜନା ଆରମ୍ଭ ହେବା ପରେ କେନ୍ଦ୍ର ସରକାରକାରଙ୍କ ଏହି ମହତକାଂକ୍ଷି ଯୋଜନା ଦଲାଲଙ୍କ କବଜାରେ ରହିଗଲା । ଯାହାଦ୍ୱାରା ଥିଲାବାଲା ପାଇଖାନା ହାତେଇଥିବା ବେଳେ ଗରିବ ଗୁରୁବା ଯୋଜନାରୁ ସମ୍ପୂର୍ଣ୍ଣ ବାଦ ପଡ଼ିଥିଲେ । ଏଭଳି ଘଟଣା ବାହାନଗା ବ୍ଲକର ଦାଣ୍ଡହରିପୁର ପଞ୍ଚାୟତ ୧ନଂ ୱାର୍ଡ଼ ମୁଗୁନିପୁର ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ୧୫୦ରୁ…

"ସ୍ୱଚ୍ଛ ଭାରତ ଅଭିଯାନରେ ହରିଜନ ବହୁଳ ଗ୍ରାମରେ ପାଇଖାନା ନାହିଁ,ଦଲାଲଙ୍କ କବଜାରେ ରହିଯାଇଛି ,ବିଡ଼ିଓଙ୍କ ନିଟରେ ଅଭିଯୋଗ, ବିଭାଗୀୟ ଯନ୍ତ୍ରୀ ନିରବ"

ବାଇକ ଉପରେ ଚଢିଲା ଗଲା ବସ ୧ମୃତ ୧ ଗୁରୁତର

ବାହାନଗା/ ବାଲେଶ୍ୱର-୧୧/୦୯(ଓଡ଼ିଆପୁଅ/ ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ୧୬ନଂ ଜାତୀୟ ରାଜପଥର ପଣପଣା ଓଭରବ୍ରିଜରେ ବାଇକ ଉପରେ ବସ ଚଢିଯିବାରୁ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି ।ଆହତଙ୍କୁ ବାଲେଶ୍ୱର ସଦର ହସପିଟାଲକୁ ଚିକିସôା ପାଇଁ ପଠାଯାଇଛି । ସୂଚନା ଅନୁସାରେ ଅପରାହ୍ନ ୪ଟା ସମୟରେ ଓଆର ୨୨ବି -୪୪୧୯ ବାଇକରେ ୨ଜଣ ଆରୋହୀ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲେ । ପଣପଣା ଓଭରବ୍ରିଜ ଉପରେ ସମ୍ମୁଖ ଦିଗରୁ ଅନ୍ୟ ଏକ ବାଇକ ଆସୁଥିଲା । ତେବେ ପୋଲ ଉପରେ ଉଭୟ ବାଇକର ହେଣ୍ଡେଲ ବାଜିଯିବାରୁ ଭଦ୍ରକ ଅଭିମୁଖେ ଯାଉଥିବା ବାଇକ ଆରୋହୀ…

"ବାଇକ ଉପରେ ଚଢିଲା ଗଲା ବସ ୧ମୃତ ୧ ଗୁରୁତର"

ଯୁବକଙ୍କୁ ରାତି ୯ଟାରେ ମରଣାନ୍ତକ ଆକ୍ରମଣ କରି, ଦୁର୍ବୁତମାନେ ଫେରାର

ବାହାନଗା/ବାଲେଶ୍ୱର, ୧୦/୦୯ (ଓଡ଼ିଆ ପୁଅ / ଭାରତୀ ଦାସ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଝାଡ଼ତା- ବିଷ୍ଣୁପୁର ରାସ୍ତାର ତାଳବଣି ନିକଟରେ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ କରି ଫେରାର ହେଇଯାଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଖରାସାହପୁର ଗ୍ରାମର ବିକର୍ତ୍ତନ ରାୟଙ୍କ ପୁଅ ଭବାନୀ ଶଙ୍କର (୨୮) ଝାଡ଼ତା ଛକରେ ଏକ ଜନସେବା କେନ୍ଦ୍ର କରିଛନ୍ତିା ରାତ୍ର ୮.୪୫ସମୟରେ ସେ ନିଜ କେନ୍ଦ୍ର ବନ୍ଦ କରି ଘର ଖରାସାହାପୁରକୁ ଯାଉଥିଲେ। ରାସ୍ତାର ତଳଳବଣି ଛକ ନିଟରେ ଏକ ନମ୍ବର ବିହୀନ ବାଇକରେ ୩ଜଣ ଦୁର୍ବୁତ୍ତ ତାଙ୍କ ପିଛା କରିଥିଲେ। ବାଇକକୁ ଭବାନୀଙ୍କ ବାଇକ ପାଖକୁ ଭିଡ଼ାଇ ଗୋଡ଼କୁ ପିଟିଥିଲେ। ସେ ପଡ଼ି ନଯିବାରୁ ତାଙ୍କ ଆଗକୁ…

"ଯୁବକଙ୍କୁ ରାତି ୯ଟାରେ ମରଣାନ୍ତକ ଆକ୍ରମଣ କରି, ଦୁର୍ବୁତମାନେ ଫେରାର"