Home ଓଡ଼ିଶା ସେବା ସମବାୟ ସମିତି ଅଫିସରେ ଅଟକ ରହିଲେ କର୍ମଚାରୀ

ସେବା ସମବାୟ ସମିତି ଅଫିସରେ ଅଟକ ରହିଲେ କର୍ମଚାରୀ

51

ବାହାନଗା,୬ା୬(ଭାରତୀ ଦ।।ସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତି ପରିସରରେ ସନ୍ଧ୍ୟା ସମୟରେ ପଶି ଜିନିଷ ପତ୍ର ନେବାକୁ ଉଦଦ୍ୟମ କାରୁଥିବା ସମୟରେ ଚାଷୀ , ଜମାକାରୀ ଓ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହି ପୋଲିସ ଓ ତହସିଲ ଦାରଙ୍କ ଦ୍ୱାରା ଉଦ୍ଧାର ହୋଇ ଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଆଗରୁ ପଣପଣା ସେବା ସମବାୟ ସମିତି ବିବାଦ ଘେରରେ ରହି ଆସିଛି । ଏଥିରେ କୋଟି କୋଟି ଟଙ୍କା ହେରଫେର ସହ ଜଣେ ସମ୍ପାଦକ ଆତ୍ମହତ୍ୟା ଭଳି ଘଟଣା ଘଟିଛି । ପରେ ଏହି ପଦବୀ ଫାଙ୍କା ପଡ଼ିବା ପରେ ଚାଷୀ, ଜମାକାରୀ ମାନେ ହଇରାଣ ହରକତ ହେବାର ଜଣାପଡ଼ି ଥିଲା । ଏବଂ ବହୁ ଦିନ ଧରିସେବା ସମବାୟ ସମିତି ବନ୍ଦ ରହିଥିଲା । ପରେ ଧାନ ଖରିଫ ଧାନ କିଣା ସମୟରେ ଚିତ୍ତଳ ସେବାସମବାୟ ସମିତି ସମ୍ପାଦକ ଚନ୍ଦ୍ର ଶେଖର ନାୟକଙ୍କୁ ଏଠାକାର ଦାୟିତ୍ୱ ଦିଆ ଯାଇଥିଲା । ପରେ ମଧ୍ୟ ଅଧିକାଂଶ ସମୟ ସେବା ସମବାୟ ସମିତି ବନ୍ଦ ରହୁଥିବାରୁ ଅଞ୍ଚଳବାସୀ ଚିନ୍ତାରେ ଥିଲେ । । ସରକାରଙ୍କର ନିୟମ ଅନୁସାରେ ଜଣେ ଏଠାରେ ସମ୍ପାଦକ ପାଇଁ ବିଜ୍ଞପ୍ତି ପରେ ଜଣେ ମହିଳା ସମ୍ପାଦକଙ୍କୁ ନିଯୁକ୍ତି ଦିଆ ଯାଇଥିଲା । କିନ୍ତୁ ମହିଳା ସମ୍ପାଦକ ଜଣକ କିଛି ଦିନ ପୂର୍ବରୁ ଚାକିରୀ ରୁ ଇସ୍ତପା ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତାପରେ ରବିବାର ସଂଧ୍ୟାରେ ଅଫିସ ବନ୍ଦ ପରେ ପୂର୍ବରୁ ଦାୟିତ୍ୱରେ ଥିବା ସମ୍ପାଦକ ଚନ୍ଦ୍ରଶେଖର ନାୟକ ଓ ସମିତି ଡାଟା ଅପରେଟର ପ୍ରଫୁଲ୍ଲ କୁମାର ପଲେଇ ଅଫିସ ଚାବି ଖୋଲି କଣ କରୁଥିବାର ସ୍ଥ୍‌ାନୀୟ ଚାଷୀ, ଜମାକାରୀ ଗାମବାସୀ ଦେଖିଥିଲେ । ତାଙ୍କୁ ପଚାରିବାରୁ ସେ କିଛି କହି ନଥିଲେ ଭିତରେ ତାଙ୍କ କାମ କରି ଚାଲିଥିଲୋ ଏହି ସମୟରେ ହୋହାଲ୍ଲା ହୋଇ ଥିଲା । କ୍ରମେ ଚାଷୀ , ଜମାକାରୀ ଓ ଗ୍ରାମବସୀ ମାନେ ଆସି ସେମାନଙ୍କୁ ଭିତରେ ଥିବାର ଦେଖି ବାହାରୁ ତାଲା ମାରି ଥିଲେ । ଏବଂ କଣ ପାଇଁ ଭିତରେ ପଶି କଣ ନେବାକୁ ଚାହୁଁ ଥିଲେ । ତେଣୁ ତାଙ୍କର ଉପରିସ୍ଥ ଅଫିସର ଆସି ଏହାର ଉତ୍ତର ଦେଲେ ତାଙ୍କୁ ଛଡ଼ା ହେବ ବୋଲି କହି ଚାବି ପକାଇ ଥିଲେ । ଖବର ପାଇ ଖନ୍ତାପଡ଼ା ପୋଲିସ ଖଟଣା ସ୍ଥଳରେ ପହଞ୍ଚି କିଛି ସମାଧାନ କରି ପାରି ନଥିଲା । ଲୋକେ ତାଙ୍କ ଜିଦରେ ଥିଲୋ ତେବେ ରାତି ସାରା କର୍ମଚାରୀ ବନ୍ଦ ହୋଇ ରହିବା ସହ ପୋଲିସ ଜଗି ରହିଥିଲା । ତେବେ ସକାଳେ ଖବର ପାଇ ତହସିଲ ଦାର ରାଜେନ୍ଦ୍ର ନାରାୟଣ କର ଓ ଖନ୍ତାପଡ଼ା ଭାରପ୍ରାପ୍ତ ଅଧିକାରୀ ଣୀ ବନ୍ଦିତା ନାୟକ ଏକ ଫ୍ଲାଟୁନ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ପ୍ରବଳ ବିରୋଧର ସମ୍ମୁଖିନ ହୋଇ ଥିଲେ । ମହିଳା ଓ ପୁରୁଷ ମାନେ ତହସିଲଦାର ଙ୍କ ଗାଡ଼ି ଆଗରେ ବସିବା ସହ ଶୋଇ ରହିବାର ଦେଖା ଯାଇଥିଲା । ତେବେ ବହୁ ପ୍ରତିରୋଧ ପରେ ଦୁଇ କର୍ମଚାରୀଙ୍କୁ ନେବାରେ ସକ୍ଷମ ହୋଇଥିଲେ । ଏବାବଦରେ ଚାଷୀ ମାନେ ଥାନାରେ ଦୁଇଜଣଙ୍କ ବିରୋଧରେ କମ୍ପୁଟର ଓ କାଗଜପତ୍ର ଚୋରୀ କରି ନେଇ ଯାଉଥିବାର ଅଭିଯୋଗ କରିଥିବାର ଜଣାପଡ଼ିଛି । ତେବେ ଅଭିଯୋଗ ପାଇ ଖନ୍ତାପଡ଼ା ଥାନା ପୋଲିସ କଣ ପଦକ୍ଷେପ ନେଉଛି ତାହାକୁ ଚାଷୀ, ଜମାକାରୀ ଓ ଗ୍ରାମବାସୀ ଅପେକ୍ଷା କରି ରହିଥିବାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.