Home ଜିଲ୍ଲା ପରିକ୍ରମା ସମ୍ଭାବ୍ୟ ବାତ୍ୟା ମୁକାମିଲା ପାଇଁ ବ୍ଲକ ପ୍ରଶାସନ ତତ୍ପର

ସମ୍ଭାବ୍ୟ ବାତ୍ୟା ମୁକାମିଲା ପାଇଁ ବ୍ଲକ ପ୍ରଶାସନ ତତ୍ପର

206

ବାହାନଗା,୨୨ା୫(ଭାରତୀ ଦାସ/ ଓାଡ଼ିଆ ପୁଅ) : ଆସନ୍ତା ସମ୍ଭାବ୍ୟ ବାତ୍ୟା “ୟାସ କୁ”କୁ ମୁକାବିଲା କରିବା ପାଇଁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପ୍ରସାଶନ ତତ୍ପର ହୋଇ ଉଠିଛି । ଏହି ପରିପ୍ରେକ୍ଷିରେ ଲୋକଙ୍କୁ ଭୟ ଭୀତ ନ ହୋଇ ଧିରେସୁସ୍ଥେ କାର‌୍ୟ୍ୟ କରିବାକୁ କହିଛନ୍ତି । ତେବେ ବାତ୍ୟା ଆଗାମୀ ୨୬ ତାରିଖରେ ମହାବାତ୍ୟାର ରୁପ ନେଇ ସ୍ଥଳ ଭାଗ ଛୁଇଁବ ବୋଲି ଜଣାପଡ଼ିଛି । ତେଣୁ ବ୍ଲକ ପ୍ରଶାସନ ବ୍ଲକର ୨୪ଟି ବାତ୍ୟା ଆଶ୍ରୟସ୍ଥଳରେ  କଚାଘର, ଟିଣଘର, ଆଜବେଷ୍ଟସ୍ ଘର ମାନଙ୍କରୁ ଲୋକଙ୍କୁ ଆଣି ଏହି ବାତ୍ୟା ଆଶ୍ରୟ ସ୍ଥଳରେ ରଖିବା ପାଇଁ ଯୋଜନା କରିଛନ୍ତି । ସେମାନଙ୍କ ପାଇଁ ଚୁଡ଼ା, ଗୁଡ଼ ଓ ଘର ଛପର ଉଡ଼ାଇଲେ ପଲିଥିନ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି । ପରିସ୍ଥିତ ସଙ୍ଗିନ ହେଲେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରା ଯିବ ବୋଲି ବାହାନଗା ତହସିଲଦାର/ ବିଡ଼ିଓ ରାଜେନ୍ଦ୍ର ନାରାୟଣ କର ପ୍ରକାଶ କରିଛନ୍ତି । ଆଉ ସବୁ ପରିସ୍ଥିତିକୁ ଦେଖି ଜିଲ୍ଲାପାଳଙ୍କୁ ଅନ୍ୟ ସହାୟତା ମଗାଯିବାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.