Home ଓଡ଼ିଶା ଖାକିରେ କଳଙ୍କ : ମହିଳା କନେଷ୍ଟବଳଙ୍କୁ ଦୁସ୍କର୍ମ ଅଭିଯୋଗରେ ଗିରଫ ଓ କୋର୍ଟ...

ଖାକିରେ କଳଙ୍କ : ମହିଳା କନେଷ୍ଟବଳଙ୍କୁ ଦୁସ୍କର୍ମ ଅଭିଯୋଗରେ ଗିରଫ ଓ କୋର୍ଟ ଚାଲାଣ

212

ବାହାନଗା ,୨୮ା୦୫(ଭାରତୀ ଦାସ/ ଓଡ଼ିଆ ପୁଅ ) ବାଳେଲଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡିରେ ଥିବା ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ଶୁକ୍ରବାର ଦିନ ଜଣେ ମହିଳା କନେଷ୍ଟବଳଙ୍କୁ ଦୁସ୍କର୍ମ ଅଭିଯୋଗରେ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଟାଉନଥାନା ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ବାତ୍ୟା ପାଇଁ ଜଣେ ମହିଳା କନେଷ୍ଟବଳ ୨୫ତାରିଖରେ ବାଲେଶ୍ୱରରୁ ଡେପୁଟେସନରେ ଗୋପାଳପୁର ଫାଣ୍ଡିକୁ ଆସି ଡିୟୁଟି କରୁଥିଲେ । ପରେ ମହିଳା କନେଷ୍ଟବଳ ଜଣକ ବାଲେଶ୍ୱ ର ଯାଇ ତାଙ୍କୁ ଦୁସ୍କର୍ମ କରାଯାଇଛି ବୋଲି ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୂର୍ବାଞ୍ଚଳ ଆଇଜି ଶ୍ରୀ ପଟ୍ଟନନାୟକ ତଦନ୍ତ କରିବା ସହ ତାଙ୍କୁ ବାଲେଶ୍ୱର ଡାକିଥିଲେ । ଫାଣ୍ଡି ଅଧିକାରୀ ପ୍ରଧାନ ଅଫିସ ପହଞ୍ଚିବା କ୍ଷଣି ତାଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଥିଲେ । ଗିରଫ ପରେ ଡାକ୍ତରୀ ମାଇନା କରାଯାଇ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.