Home ଜିଲ୍ଲା ପରିକ୍ରମା ତୁଣ୍ଡରା ପଞ୍ଚାୟତର ରିଲିଫ ଚାଉଳ ଲୁଟ ଓ ଆସବାବ ପତ୍ର ପୋଡ଼ା  ଅଭିଯୋଗରେ ୪ ଗିରଫ...

ତୁଣ୍ଡରା ପଞ୍ଚାୟତର ରିଲିଫ ଚାଉଳ ଲୁଟ ଓ ଆସବାବ ପତ୍ର ପୋଡ଼ା  ଅଭିଯୋଗରେ ୪ ଗିରଫ କୋର୍ଟ ଚାଲାଣ

66

ବାହାନଗା,୬ା୬(ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ତୁଣ୍ଡରା ପଞ୍ଚାୟତରେ ରିଲିଫ ବାଣ୍ଟିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଗଣ୍ଡଗୋଳ ହୋଇ ଗ୍ରାମବାସୀଙ୍କ ଦ୍ୱାରା ତୁଣ୍ଡରା ପଞ୍ଚାୟତ ଅଫିସ ତାଲା ପକାଇବା ସହ ଗ୍ରାମର ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅବସ୍ଥାକୁ ଆୟତ୍ତ କରି ପାରି ନଥିଲା । ପରେ ରେମୁଣା ବିଡ଼ିଓ ଛବିରାଣୀ ସାହୁ ଓ ଅତିରିକ୍ତ ରାଜସ୍ୱ ଅଧିକାରୀ ମନୋଜ ସେନାପତି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଥିଲେ । ଏବଂ ଏବାବଦରେ ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ବୁଝାଇ ଥିଲେ । ଜିଲ୍ଲାପାଳଙ୍କ ତଦନ୍ତ ପରେ ସମସ୍ତଙ୍କୁ ଚାଉଳ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଅବସ୍ଥା ଶାନ୍ତ ପଡ଼ିଥିଲା । ତାର ଦୁଇଦିନ ପରେ ରବିବାର ଦିନ ସନ୍ଧ୍ୟାରେ ସ୍ଥାନୀୟ କିଛି ଯୁବକ ପଞ୍ଚାୟତର ଚାବି ଭାଙ୍ଗି ସେଥିରେ ମହଜୁଦ ଥିବା ଶତାଧିକ କ୍ୱିଣ୍ଟାଲ ଚାଉଳ, ଗହମ, ଗୋଖାଦ୍ୟ, କିରୋସିନି ବହି ନେବା ସହ ପଞ୍ଚାୟତରେ ଥିବା ଅସବାବପତତ୍ର ବାହାର କରି ନିଆଁ ଲଗାଇ ଦେଇଥିଲେ । ଫଲରେ ଖବର ପାଇ ଖନ୍ତାପଡ଼ା ଥାନା ପୋଲିସ ଙ୍କ ସହ ରେମୁଣା ବିଡ଼ିଓ ଓ ଅତିରିକ୍ତ ରାଜସ୍ୱ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏବାବଦରେ ତୁଣ୍ଡରା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗøତମ ଜେନା ଏକ ଲିଖିତ ଅଭିଯୋଗ ଖନ୍ତାପଡ଼ାରେ କରିଥିଲେ । ତେବେ ଖନ୍ତାପଡ଼ା ପୋଲିସ ଅଭିଯୋଗ ପାଇ ଏଥିରେ ସଂପୃକ୍ତ ୪ଜଣଙ୍କୁ ଗିରଫ କରିବା ସହ ୧୫ କ୍ୱିଣ୍ଟାଲ ଚାଉଳ ଜବଦ କରି ୪ଜଣଙ୍କୁ କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.