Home ଜିଲ୍ଲା ପରିକ୍ରମା ବିଦ୍ୟୁତ ଆଘାତରେ ଯୁବକ ମୃତ : ଅଞ୍ଚଳରେ ଶୋକର ଛାୟା 

ବିଦ୍ୟୁତ ଆଘାତରେ ଯୁବକ ମୃତ : ଅଞ୍ଚଳରେ ଶୋକର ଛାୟା 

120

ବାହାନଗା,୧୮ା୫ (ଭାରତୀ ଦାସ / ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ଆଡ଼ିଆ ଗ୍ରାମରେ ଜଣେ ଯୁବକର ବିଦ୍ୟୁତ ଆଘାତରେ ମଙ୍ଗଳବାର ଦିନ ମୃତ୍ୟୁ ହୋଇ ଯାଇଥିବାର ଜଣାପଡ଼ିଛି । ଯୁବକ ଜଣକ ହେଲେ ଲମ୍ବୁଦର ପଲେଇଙ୍କ ସାନପୁଅ ରାଜେଶ ପଲାଇଓରଫ କାଳିଆ (୩୦) । ସୂଚନା ଅନୁସାରେ ରାଜେଶ କୌଣସି କାର‌୍ୟ୍ୟ ବଶତଃ ବିଦ୍ୟୁତ କାମ କରୁ କରୁ ଆଘାତ ଲାଗିଥିଲା । ସେ ପଡ଼ି ଯାଇଥିଲେ । ଫଳରେ ଘର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ । ଖବର ପାଇ ସୋର ପୋଳିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବଦ କରିବା ସହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲେ । ସୋର ବିଧାୟକ ପର୍ଶୁରାମ ଧଡ଼ା ପହଞ୍ଚି ପରିବାରକୁ ସମବେଦନା ଜଣାଇ ଥିବାର ଜଣାପଡ଼ିଛି । ତେବେ ରାଜେଶ ଜଣେ ଭଲ ଖେଳାଳୀ ସହ ଉଚ୍ଚ କୋଟୀର ଗାୟକ ଥିଲେ । ତାଙ୍କର ମୃତ୍ୟୁକୁ ଅଞ୍ଚଳରେ ସହଜରେ ଗ୍ରହଣ କରି ପାରୁ ନଥିବା ବେଳେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.