Home ଜିଲ୍ଲା ପରିକ୍ରମା ପରିବାର ପୋଷଣକାରୀ ଦିବ୍ୟାଙ୍ଗ ମୃତ

ପରିବାର ପୋଷଣକାରୀ ଦିବ୍ୟାଙ୍ଗ ମୃତ

49

ବାହାନଗା,୧୯ା୫ (ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଗୋପାଳପୁର ପଞ୍ଚାୟତର ପାଇକାସ୍ତାର ଜଣେ ପରିବାର ପୋଷଣକାରୀ ଦିବ୍ୟ।।ଙ୍ଗ ସୁଦର୍ଶନ ଗୋଚ୍ଛାୟତ (୩୪)ଙ୍କର ମତ୍ୟୁ ହୋଇ ଯାଇଛି । ସୂଚନା ଅନୁସାରେ ସୂଦର୍ଶନ ଜନ୍ମରୁ ପଙ୍ଗୁ ଥିଲେ । ସେ ଚାଲି ପାରୁ ନଥିଲେ । କିନ୍ତୁ ଅନ୍ୟା ସାହାରେ ସେ ନିଜର ପରିବାର ପୋଷଣ କରୁଥିଲେ । ଗୋପାଳପୁର ବଜାରରେ ଏକ ଜୋତା ସିଲାଇ ଦୋକାନ କରି ପରିବାର ପୋଷଣ କରୁଥିଲୋ ତେବେ ସରକାରଙ୍କ ପକ୍ଷରୁ ତାଙ୍କୁ ସବୁ ସହାୟତା ଯୋଗାଇ ଦିଆ ଯାିଥିବା ବେଳେ କୌଣସି ଯୋଜନାରେ ଘର ଖଣ୍ଡେ ତାଙ୍କୁ ମିଳି ନଥିଲା । ସେ କିଛି ଦିନ ହେବ କିଡ଼ିନ ଜନିତ ରୋଗରେ ପୀଡ଼ିତ ଥିଲୋ କିଛି ଦିନ ତଳେ ଭୂବନେଶ୍ୱରରୁ ଚିକିତ୍ସିତ ହୋଇ ଫେରି ନିଜର ଦୋକାନ ଚଳାଉଥିଲେ । ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ କଟକ ବଡ଼ ମେଡ଼ିକାଲ ନେଇ ଯାଇଥିଲୋ ମଙ୍ଗଳବାର ଦିନ ତାଙ୍କର ମତ୍ୟୁ ହୋଇ ଯାଇଥିବାର ଜଣାପଡ଼ିଛି । ତାଙ୍କ ଶବ ଅଣାଯାଇ ଜାଗେଶ୍ୱରପଦା ସ୍ମଶାନରେ ଦାହ କରାଯାଇ ଥିଲା । ତେବେ ତାଙ୍କର ସ୍ତ୍ରୀ ଓ ଜଣେ ପୁଅ ଓ ଜଣେ ଝିଅ ଥିବାର ଜଣାପଡ଼ିଛି । ସେ ବାହାନଗା ବ୍ଲକ ଦିବ୍ୟାଙ୍ଗ ସଙ୍ଘର କୋଷାଧ୍ୟକ୍ଷ ଥିବାର ଜଣାପଡ଼ିଛି ।ସେ ଦାରିଦ୍ର ସୀମା ରେଖା ତଳେ ଥିବାରୁ ସମସ୍ତ ସହାୟତା ପାଇଁ ଅଞ୍ଚଳବାସୀ ଦାବୀ କରି ଥିାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.