Home ଜିଲ୍ଲା ପରିକ୍ରମା ଟୀକା କେନ୍ଦ୍ରରେ କରୋନାକୁ ଫୁ

ଟୀକା କେନ୍ଦ୍ରରେ କରୋନାକୁ ଫୁ

47

ଟୀକା କେନ୍ଦ୍ରରେ କରୋନାକୁ ଫୁ
ବାହାନଗା,୬ା୫ (ଭାରତୀ ଦାସ/ ଓଡ଼ିଆ ପୁଅ) କରୋନା ସଂକ୍ରମଣ ଦ୍ୱିତୀୟ ଲହର ପରେ ସରକାରଙ୍କର ଲକ ଡାଉନ ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ଫଳରେ ୪୫ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକେ ସମସ୍ତେ ଟୀକା ନେବା ପାଇଁ ଛାନିଆ ହେଉଛନ୍ତି । ଟୀକାର ଅଭାବୀ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଉଛି । ଫଳରେ ଟୀକା ନେବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅସମ୍ଭବ ଭିଡ଼ ଲାଗି ରହୁଛି । ଫଳରେ ଭିଡ଼ରେ କରୋନାକୁ ଫୁ କରି ଦେବାର ଦେଖା ଯାଉଛି । ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ । ଟୀକା ମହଜୁଦ ନଥିବା କାରଣରୁ ପ୍ରତ୍ୟୋକ ଦିନ ବହୁ ଲୋକେ ଫେରୁ ଛନ୍ତି । ଯେଉଁ ଦିନ ଟୀକା ଆସୁଛି ଖବର ପାଇ ରାତି ସାରା ଓଜାଗର ହୋଇ ଧାଡ଼ି କରି ଜଗି ରହୁଛନ୍ତି ଟୀକା ନେବା ପାଇଁ । କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ୮ଟାରେ ଅଫିସ ଖୋଲା ଯିବା ପରେ ଟୀକା ଦାନ ହେଉଥିବାରୁ ନାହିଁ ନଥିବା ଭିଡ଼ ହେଉଛି । ଏବଂ ଟୀକା ନେବାକୁ ଏମିତି ହେଉଛନ୍ତି କରୋନା କଟକଣାକୁ ଫୁ କରି ଉଡ଼ାଇ ଦେଉଥିବାର ନଜରକୁ ଆସୁଛି । ଏମିତି ଘଟଣା ଗୁରୁବାର ଦିନ ଘଟିଛି । ଦ୍ୱୀତୀୟ ଡୋଜ ପାଇଁ ଶହଶହ ଲୋକ ଲାଇନରେ ଠିଆ ହୋଇ ଥିବାର ଦେଖା ଯାଇଥିଲା । କିନ୍ତୁ ଟୀକା ପର‌୍ୟ୍ୟାପ୍ତ ପରିମାଣରେ ମହଜୁଦ ନଥିବାର କେବଳ ମାର୍ଚ୍ଚରେ ନେଇଥିବା ଲୋକଙ୍କ ପାଇଁ ଦ୍ୱିତୀୟ ଡୋଜ ଟୀକା ଆସିଥିବାର ସ୍ୱାସ୍ଥ୍ୟ କେନ୍ଦ୍ର କତ୍ତୃପକ୍ଷ କହି ଥିଲେ । ଫଳରେ ଏପ୍ରିଲରେ ଟୀକା ନେଇଥିବା ଲୋକେ ଗଣ୍ଡଗୋଳ କରିବା ସହ ଅସନ୍ତୁଷ ବ୍ୟକ୍ତ କରି କତ୍ତୃପକ୍ଷଙ୍କ ଉପରେ ବର୍ଷି ଥିଲେ । ଟୀକାଦାନ ଓ ବର୍ହି ବିଭାଗ ଗୋଟିଏ ଘରେ ହେଉ ଥିବାରୁ ଅନ୍ୟ ରୋଗୀ ଚିକିତ୍ସା ହେବାକୁ ଆସି ଭିତରକୁ ପଶି ନପାରି ବାହାରେ ଅପେକ୍ଷା କରିବାର ଦେଖା ଯାଇଥିଲା । ଏହା ଖବର ପାଇ ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ଓ ସହକର୍ମୀଙ୍କ ସହ ସ୍ଥାନୀୟ ସରପଞ୍ଚ ଯୋଗେଶ ଚନ୍ଦ୍ର ପତି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ଟୀକା ଦାନ ଆରମ୍ଭ କରି ଶେଷ ପର‌୍ୟ୍ୟନ୍ତ ଜଗି ରହିଥିବାର ଜଣାପଡ଼ିଥିଲା । ତେଣୁ ଟୀକା ଦାନ କେନ୍ଦ୍ର ଅଲଗା କରିବା ସହ ଟୀକାକରଣ ୬ଟାରୁ ଆରମ୍ଭ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.