Home ଜିଲ୍ଲା ପରିକ୍ରମା ନୀରବୀଲେ ଗୋପିନାଥ , ଜନ୍ମମାଟିରେ ଶୋକ

ନୀରବୀଲେ ଗୋପିନାଥ , ଜନ୍ମମାଟିରେ ଶୋକ

46

ବାହାନଗା,୧୨ା୫(ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲାର ସୁଯୋଗ୍ୟ ସନ୍ତାନ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ ଅଫିସର ଗୋପିନାଥ ମହାନ୍ତି (୭୨) ସବୁଦିନ ପାଇଁ ନୀରବୀ ଯାଇଛନ୍ତି । କୋଭିଡ଼ ସଂକ୍ରମଣ ହୋଇ କଳିଙ୍ଗ ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ନିଧନ ହୋଇଛି । ଫଳରେ ସାରା ରାଜ୍ୟ ଠାରୁ ଆମମ୍ଭ କରି ନିଜ ଜନ୍ମିତ ବାଲେଶ୍ୱର ଜିଲ୍ଲାରେ ଶେକର ଛୟା ଖେଳି ଯାଇଛି । ସେହି କ୍ରମରେ ନିଜ ଜନ୍ମିତ ଗ୍ରାମ ମହମଦାବାଦରେ ତାଙ୍କର ଶୋକ ସଭା ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ଜେନାଙ୍କ ପୌରହିତ୍ୟରେ ହୋଇ ଯାଇଛି । ଏଥିରେ ଗ୍ରାମର ବହୁ ଗ୍ରାମବାସୀ ଶିକ୍ଷକ ସାମିଲ ହୋଇ ସ୍ମୃତି ଚାରଣ କରିଥିଲେ । ସେହିପରି ନିଜ ପଞ୍ଚାୟତ ଶ୍ରୀଜଙ୍ଗ ଠାରେ ଥିବା ସହିଦ ସ୍ମୃତି ସ୍ତମ୍ଭ ଠାରେ ସ୍ୱାଧିନତା ସଂଗ୍ରାମ ସ୍ମୃତି ପରିସଦର ମୁଖ୍ୟ ପୃଷପୋଷକ ଭାବେ ସମ୍ମାନ ଜଣାଇ ତାଙ୍କ ବିୟୋଗରେ ପରିସଦର ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ କାର୍ତ୍ତିକେଶ୍ୱର ବାରିକଙ୍କ ଆବାହନରେ ଏକ ଶେକ ସଭା ଅନୁଷ୍ଠିତ ହୋଇଛି । ଗ୍ରାମର ବହୁ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ହୋଇ ନୀରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରିଥିଲେ । ସୂଚନା ଅନୁସାରେ ଶ୍ରୀ ମହାନ୍ତି ଙ୍କର ପୁଅ ବୋହୁ କରୋନ।।ରେ ସଂକ୍ରମଣ ହୋଇଥିଲେ । ସେ ସୁସ୍ଥ ହେବା ପରେ ଶ୍ରୀ ମହାନ୍ତି ଆକ୍ରାନ୍ତ ହୋଇ ଥିଲେ । କିଛି ଦିନ ହୋମ ଆଇସୋଲେସନରେ ରହିବା ପରେ ଗୁରୁତର ହେବାରୁ ତାଙ୍କୁ କଳିଙ୍ଗ ହସପିଟାଲରେ ଭର୍ତ୍ତି କରାଯାିଥିଲା । ସେଠାରେ ତାଙ୍କର ହେହାନ୍ତ ହୋଇଛି ।ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ପଞ୍ଚାୟତ ମହମଦାବାଦରେ ତାଙ୍କର ଜନ୍ମ । ପିତା ଶ୍ରୀଧର ଓ ମାତା ଉମାମଶିଙ୍କର ପୁତ୍ର ଥିଲେ । ମଧ୍ୟବିତ ପରିବାରରୁ ଜନ୍ମିତ ଶ୍ରୀ ମହାନ୍ତି ପିଲାଟି ଦିନରୁ ମେଧାବୀ ଥିଲେ । ଗ୍ରମରେ ପ୍ରାଥମିକ ଓ ଏମଇ ପଢା ସାରିବା ପରେ ଜିଲ୍ଲା ହାଇସ୍କୁଲରେ ମ୍ୟାଟ୍ରିକ ଓ ଫକୀର ମୋହନ ବିିଦ୍ୟାଳୟରୁ ଡିଗ୍ରୀ ସମାପ୍ତ କରିଥିଲେ । ପୋ ମହର୍ଷି କଲେଜରେ ଅଧ୍ୟାପନା ପରେ ଓଏଏସରେ କୃତିତ୍ୱ ହାସଲ କରି ଢେଙ୍କାନାଳରେ ଉପଜିଲ୍ଲାପାଳ ଓ ପରେ ଜିଲ୍ଲାପାଳ ହୋଇ କ।।ର‌୍ୟ୍ୟଭାର ସମ୍ଭାଳି ଥିଲୋ ସେହି ଦିନ ଠାରୁ ରାଜ୍ୟର ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ବିଭାଗର ଦାୟିତ୍ୱର ଭାର ସମ୍ଭାଳିବା ପରେ ସଂସ୍କୃତି ବିଭାଗର ସଚିବ ଭ।।ର ସମ୍ଭାଳି ୨୦୧୪ରେ ଅବସର ଗ୍ରହଣ କରିଥିଲେ । ଓଡ଼ିଶା ପର‌୍ୟ୍ୟଟନ େ୪ତ୍ରରେ ପ୍ରମୁଖ ଭୂମତକା ନେଇ ଶ୍ରୀଜଙ୍ଗ ଠାରେ ସହିଦପୀଠ, ଓ ବାଘାଜତିନ ପୀଠକୁ ପର‌୍ୟ୍ୟଟନର ମ।।ନ୍ୟା ଦେବାରେ ଅବଦାନ ଥିଲା । ଏବଂ ୨୦୦୪ରେ ଜନ୍ମ ସ୍ଥାନ ଶ୍ରୀଜଙ୍ଗକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଣି ସ୍ମୃତି ସ୍ଥମ୍ଭ ଉଦଘାଟନ କରାଇଥିଲୋ ଅବସର ପରେ ବହୁ ସଂସ୍ଥା ଦ୍ୱାରା ଜଡ଼ିତ ଥିଲେ । ସଂସ୍କୃତି ସଚିବ ସମୟରେ ଅଞ୍ଚଳରୁ ବହୁ ଉପେକ୍ଷିତ କଳାକାରଙ୍କୁ ଚିହ୍ନଟ କରାଥଇ ଭତ୍ତା ପ୍ରଦାନ କରାଇଥିଲେ । ସେ ଜଗନ୍ନାଥ ଗବେଷକ ଭାବେ ପରିଚିତ ଥିଲେ । ନିଜ ବାପା ମାଆଙ୍କ ନାମରେ ସ୍କୁଲ ପ୍ରତିଷ୍ଠା କରାଇ ଛନ୍ତି । ସେ ଜଣେ ଗାଳ୍ପିକ, ପ୍ରବନ୍ଧକ, ଔନନ୍ୟାସିକ ଥିଷଲଳ । ସେ ଓଡ଼ିଆ ଓ ଇଂରାଜତରେ ୧୫ରୁ ଉର୍ଦ୍ଧ ବହି ଲେଖିଥିଲେ । ମହାନଗରୀର ପ୍ରେମିକ, କଲଚର ହିଷ୍ଟ୍ରି ଅଫ ବାଲେଶ୍ୱର, କଲଚର ହିଷ୍ଟ୍ରି ଅଫ ଢେଙ୍କାନାଳ ଓ ଭାବକୁ ନିକଟ ପ୍ରଭୃତି ଅନ୍ୟତମ । ତାଙ୍କ ଧର୍ମପତ୍ନି ସଂଚିତା ମହାନ୍ତି ପୂର୍ବତନ କୋରେଇ ବିଧାୟିକା । ତାଙ୍କର ଦୁଥ ପୁଅ ଓ ଭାଇ ଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.