Home ଓଡ଼ିଶା ଶକ୍ତି ମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ବିଦ୍ୟୁତ ସଂଯୋଗ ପାଇଁ ଅଞ୍ଚଳ ବାସୀଙ୍କ ନିବେଦନ...

ଶକ୍ତି ମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ବିଦ୍ୟୁତ ସଂଯୋଗ ପାଇଁ ଅଞ୍ଚଳ ବାସୀଙ୍କ ନିବେଦନ : ବିକଳ୍ପ ଆରଲୋଚନା ପରେ ନିଷ୍ପତି

69

ବାହାନଗା,୨୯ା୫( ଭାରତୀ ଦାସ/ ଓଡ଼ିଆ ପୁଅ) : ବାଳେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ୟାସ ପ୍ରଭାବ ପଡ଼ିଥିବାରୁ ବହୁ କ୍ଷୟ କ୍ଷତି ହେବା ସହ ବିଦ୍ୟୁତ ସେବା ବ୍ୟାଘାତ ଘଟିଛି । ଗଛ ଭାଙ୍ଗି ବିଦ୍ୟୁତ ତାର ଖୁଣ୍ଟ ଛିଡ଼ିବା ଓ ଭାଙ୍ଗିବା ସହ ବାତ୍ୟାରେ ମଧ୍ୟ ବହୁ ତାର ଖୁଣ୍ଟ ଛିଣ୍ଡି ଓ ଭାଙ୍ଗି ପଡ଼ିଛି । ଫଳରେ ବିଦ୍ୟୁତ ସରବରାହ ଠପ ହୋଇଛି । ଏହି ସବୁ ସମସ୍ୟା ଅନୁଧ୍ୟାନ କରିବା ପାଇଁ ମାନ୍ୟବର ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ବାତ୍ୟା ଅଞ୍ଚଳରେ ପହଞ୍ଚି ଥିଲେ । ଉପସ୍ଥିତ ବିଧାୟକ ଶ୍ରୀ ପର୍ଶୁରାମ ଧଡ଼ା କେମିତି ବିଦ୍ୟୁତ ସରବରାହ ଠିକ ହେବ ସେ ନେଇ ଆଲୋଚନା କରିଥିଲୋ ଗୋପାଳପୁର ଷ୍ଟ୍ରକରରେ ସୋର ନଟାପଡ଼ାରୁ ୩୩କେଭିଏ ସଂଯୋଗ ହୋଇଥିବା ବେଳେ ତାହା ଅଧିକାଂଶ ସମୟ ବିଦ୍ୟୁତ ସରବରାହ ଠିକ ହେଇ ପାରୁ ନାହିଁ । କିନ୍ତୁ ବିଳଳ୍ପ ଭାବେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ଶ୍ରୀଜଙ୍ଗରୁ ଗୋପାଳପୁର ଷ୍ଟ୍ରକଚରକୁ ବିଦ୍ୟୁତ କାହିଁକି ସଂଯୋଗ ହେଉ ନାହିଁ ସେବାବଦରେ ପ୍ରଶ୍ନ ଉପସ୍ଥିତ ଅଞ୍ଚଳବାସୀ ପଚାରି ଥିଲୋ ବିକଳ୍ପ ଭାବେ ବାହାନଗାରୁ ବିଦ୍ୟୁତ ସଂଯୋଗ ବାବଦରେ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ବିକଳ୍ପ ଭାବେ ଏହି ଦୁଇଟି ରୁ ଯେଉଁଠି ହେଲେ ସଂଯୋଗ କରିବାକୁ ଉପସ୍ଥିତ ଥିବା ଜିଲ୍ଲା ସ୍ତରୀୟ, ନିର୍ବାଚନମଣ୍ଡଳୀ ସ୍ଥରୀୟ ଓ ବ୍ଲକ ସ୍ଥରୀୟ ବିଦ୍ୟୁତ  ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଏକ ବୈଠକରେ ଏହାର ନିଷ୍ପତି ହେବ ବୋଲି କହି ଖୁବ ଶିଘ୍ର ଏହାର ସମାଧାନ କରାଯିବାର ପ୍ରତିଶୃତି ଦେଇଥିବାର ଜଣାପଡ଼ିଛି । ଏହି ସମୟରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା , ଅଜୟ କୁମାର ପଣ୍ଡା, ଯୋଗେଶ ଚନ୍ଦ୍ର ପତିଙ୍କ ସହ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ତେବେ ସୋର ବିଧାୟକ ଶ୍ରୀଧଡ଼ା ଏକ ଆବଶ୍ୟକୀୟ ବିଦ୍ୟୁତ ଖସଡ଼ା ପ୍ରସ୍ତୁତ କରି ମାଦ୍ୟବର ମନ୍ତ୍ରୀଙ୍କୁ ଦେଇଥିବାର ଜଣାପଡ଼ିଛି ।

777777

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.