Home ଜିଲ୍ଲା ପରିକ୍ରମା ଏମସିଏ ଛାତ୍ରୀଙ୍କ ଆତ୍ମହତ୍ୟା

ଏମସିଏ ଛାତ୍ରୀଙ୍କ ଆତ୍ମହତ୍ୟା

170

ବାହାନଗା,୧୮ା୫( ଭାରତୀ ଦାସ/ ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଥରପେଣ୍ଠ ପଞ୍ଚାୟତ ଶିବପୁରା ଗ୍ରାମର ଜଣେ ଏମସିଏ ଛାତ୍ରୀ ବିଷ ପିଇ ଆତ୍ମ ହତ୍ୟା କରିଥିବାର ଜଣାପଡ଼ିଛି । ମୃତକ ଜରକ ହେଲେ ଏହି ଗ୍ରାମର ମନୋରଞ୍ଜନ ରାଉତଙ୍କ ଝିଅ ଜୟଶ୍ରୀ(୨୨) । ସୂଚନା ଅନୁସାରେ ୧୬ତାରିଖ ଦିନ ଜୟଶ୍ରୀ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ । ସଙ୍ଗେ ସଙ୍ଗେ ଘର ଲୋକେ ତାଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଥିବାର ଜଣାପଡ଼ିଛି । ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବାର ଜଣାପଡ଼ିଛି । ଏହା ଏକ ପ୍ରେମଜନିତ ଅତ୍ମ ହତ୍ୟା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ଝିଅର ବାପା ମନୋରଞ୍ଜ ଝିଅ ଆତ୍ମ ହତ୍ୟାର କାରଣ ଇଙ୍ଗିତ କରାଇ ଏକ ଲିଖିତ ଅଭିଯୋଗ ଖନ୍ତାପଡ଼ା ଥାନାରେ କରିଥିବାର ଜଣାପଡ଼ିଛି । ଅଭିଯୋଗ ପାଇ ଖନ୍ତାପଡ଼ା ପୋଲିସ ତଦନ୍ତ କରୁଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.