Home ଓଡ଼ିଶା ୟାସ ପ୍ରଭାବରେ ରେ ବାହାନଗା ଅଞ୍ଚଳରେ ତାଣ୍ଡବ

ୟାସ ପ୍ରଭାବରେ ରେ ବାହାନଗା ଅଞ୍ଚଳରେ ତାଣ୍ଡବ

67

ବାହାନଗା,୨୭ା୫ (ଭାରତୀ ଦାସ / ଓଡ଼ିଆ ପୁଅ): ପ୍ରତିବର୍ଷ କୌଣସି ନା କୌଣସି ସାମୁଦ୍ରିକ ଝଡ଼ର ପ୍ରଭାବ ଉପକୂଳ ଅଞ୍ଚଳରେ ପଡ଼ି ବିଭିନ୍ନ କ୍ଷୟ କ୍ଷତି କରି ଯାଉଛି । ଫଳରେ ସାଧାରଣ ଲୋକେ ଭୟଭୀତ ଅବସ୍ଥାରେ ରହି କୌଣସି ନା କୌଣସି କ୍ଷତିର ମୂକାବିଲା କରୁଛି । ଫଳରେ ଦାରିଦ୍ରିକ ଅଭିବୃଦଦ୍ଧି ବଢିବାରେ ଦେଖା ଯାଉଛି । ୟାସର ପ୍ରଭାବ ସିଦ୍ଧା ସଳଖ ବାଲେଶ୍ୱର ଜିଲ୍ଲାର ବାହାନଗା ଅଞ୍ଚଳ ଦେଇ ପାଶ କରି ଥିବାରୁ ଏଠାରେ ନାହିଁ ନଥିବା କ୍ଷତି ହୋଇଛି । ବିଶେଷ କରି କରୋନା ସମୟକୁ ବାତ୍ୟା ଜନ ସାଧାରଣଙ୍କର ମେରୁ ଦଣ୍ଡ ଭାଙ୍ଗି ଦେଇଛି । ୟାସ ପରେ ଅଞ୍ଚଳରୋ ବହୁ ବଡ଼ ବଡ଼ ଗଛ ଗଡ଼ିବା ସହ ରାସ୍ତା ଅବରୋଧ ହୋଇଥିଲା । ଗଛ ଗୁଡ଼ିକ ପଡି ଗ୍ରାମାଞ୍ଚଳ ମାନଙ୍କରେ ଘର ଭାଙ୍ଗିବା । ବିଶେଷ କରି ଖରାସାହାପୁର, ଖରାସାହାପୁର ମାଝିସାହି , ରୂପଖଣ୍ଡ, ଅଠିଳାବାଜରେ ଘର ଉପରେ ଗଛ ଗଡ଼ି ଘର ଭାଙ୍ଗିବା ଦେଖା ଯାଇଛି । ସମୁଦ୍ରରୁ ଜୁଆର ଆସି ବରଜଦେଉଳି , ଆଡ଼ିଆ, ଅଟାସପୁର ଆଡ଼ିଆ, ଭିଲ୍ଲା ଆଡ଼ିଆ ପ୍ରଭୃତି କିଛି ଗାଁରେ ପାଣି ପଶିବା ଭଳି ସମସ୍ୟା ଦେଖା ଯାଇଥିଲ । ତା ଛଡ଼ା ସମୁଦ୍ର ଜୁଆର ଥିବାରୁ ପାଣି ସମୁଦ୍ରକୁ ନ ଯାଇ କୃତ୍ରିମ ବନ୍ୟା ଉପର ମୁଣ୍ଡରେ ସୃଷ୍ଟି ହୋଇ ଥିବାର ଦେଖା ଯାଇଛି । ବିିଦ୍ୟୁତ ତାର ଛିଣ୍ଣିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଘର ଉପରେ ପଡ଼ି ରହିବା , ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳୁଛି । ଖରାସାହାପୁର ହାଇସ୍କୁଲ ଓ ଭିଲ୍ଲା ହାଇସ୍କୁଲର ଶ୍ରେଣୀ ଗୃହର ଛାତ ଉଡ଼ାଇ ନେଇଥିବାର ଦେଖା ଯାଇଛି । ତା ସହ ରବି ଚାଷ କରି ଥିବା ଚାଷୀଙ୍କର ଧାନ କ୍ଷେତ ଉଜୁଡ଼ି ମାଟିରେ ମିଶି ଯାଇଥିବାର ଦେଖିବାକୁ ମିଳିଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହେଉଛି ।ବାଲେଶ୍ୱର ଜିଲ୍ଲାର ବାତ୍ୟା ମୁକାମିଲା ପାଇଁ ସାକାର ରାଜ୍ୟ ବିଜେଡ଼ି ସଂଗଠକ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ୱ ଦିଆ ଯାଇଥିବାରୁ ସେ କ୍ଷତି ଗ୍ରସ୍ତ ଅଞ୍ଚଳରେ ପହଞ୍ଚିବା ସହ ତାଙ୍କ ସହ ଶକ୍ତି ମନ୍ତ୍ରୀ କ୍ୟାପାଟେନ ଦିବ୍ୟଶଙ୍କର ମିଶ୍ର ପହଞ୍ଚି ବିତ୍ୟୁତ ସରବରାହ ଖୁବ ଶିଘ୍ର ପୂର୍ବପରି କରିବାକୁ ସେଠାରେ ଉପସ୍ଥିତ ଥିବା ସୋର ବିଧାୟକ ପର୍ଷୁରାମ ଧଡ଼ାଙ୍କୁ ନିର୍ଦ୍ଦେଶ ଦେବା ସହ ୫ଟି ସଚିବଙ୍କ ସହ ସିଧାସଳଖ ମୋବାଇଲରେ ଯେଗାଯୋଗ କରାଇବାର ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ପ୍ରଶାସନ ଦ୍ୱାରା କାର୍ଯ୍ୟ ତ୍ୱରାନ୍ନିତ ହେଉଥିବାର ଦେଖିବାକୁ ମିଳିଛି । ତେବେ ଗ୍ରାମାଞ୍ଚଳ ମାନଙ୍କରେ ଲୋକ ମାନେ ଭୟ ଭୀତ ଅବସ୍ଥାରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.