Home ଓଡ଼ିଶା ଗୋ ଚାଲାଣକାରୀଙ୍କ ଭୂସର୍ଗ ୧୬ନଂ ଜାତୀୟ ରାଜପଥ

ଗୋ ଚାଲାଣକାରୀଙ୍କ ଭୂସର୍ଗ ୧୬ନଂ ଜାତୀୟ ରାଜପଥ

50

ବାହାନଗା, ୨୪ା୩(ଭାରତୀ ଦାସ/ ଓଡ଼ିଆ ପୁଅ) : ଗୋଚାଲାଣକାରୀଙ୍କ ଭୁସର୍ଗ ପାଲଟିଛି ୧୬ନଂ ଜାତୀୟ ରାଜପଥ । ପ୍ରାୟ ପ୍ରତ୍ୟେକ ଦିନ ଏହି ରାଜପଥ ଦେଇ ଗୋରୁ ଚାଲଣ ପଶ୍ଚିମବଙ୍ଗ ହେଉଥିବାର ନଜର ଆସୁଛି । କିଛି ପୋଲିସ ଦ୍ୱାରା ଧରା ଯାଉଥିବା ବେଳେ କିଛି ଖସି ଯାଉଛନ୍ତି । ଏପରି ଘଟଣା ନଜରକୁ ଆସିଛି । ଆଜି ପୂର୍ବାହ୍ନରେ ଗୋଟିଏ କଣ୍ଟେନର ବୋଝେଇ ଗୋରୁ ଗାଡ଼ିକୁ ଜବଦ କରିିଛି ପୋଲିସ । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଦେଇ ଏକ ଗୋରୁ କଣ୍ଟେନର(ଡବ୍ଲୁବି ୧୧ଡି୮୮୫୮) ନୟାଗଡ଼ରୁ ପଶ୍ଚିବବଙ୍ଗ ଚାଲାଣ ହେଉଥିଲା । ଖବରପାଇ ଗୋ ସେନା ରକ୍ଷକ ମାନେ ତାକୁ ପିଛା କରିଥେôଲ ।ତାହା ଜାଣିପାରି କଣ୍ଟେନରଟି ବାହାନଗା ବ୍ଲକର ବିଦୁସ୍ଥିତ ଆଦିରୂପା ପେଟ୍ରୋଲପମ୍ପଭିତରକୁ ପଶି ଯାଇଥିଲା । ଫଳରେ ସେମାନେ ସେଠାରେ ତାକୁ ଧରିବାକୁ ସକ୍ଷମ ହୋଇଥିଲେ । ସେଥିରେ ୫୬ଟି ଗୋରୁ ଥିବା ବେଳେ ୪ଟି ଗୋରୁ ମୃତ ବୋଲି ଦେଖା ଯାଇଥିଲା । ସେ ଗୋରୁ ଗୁଡ଼ିକ ଗୋସେବା ସମତିର ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ ଏବଂ କର୍ମକର୍ତ୍ତା ମାନେ ବାମପଦାସ୍ଥିତ ମା ଭାରତୀ ଗୋଶାଳାକୁ ସ୍ଥାନାନ୍ତରିତ କରିଥିବାର ଜଣାପଡ଼ିଛି । ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବଦ କରିଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.